ଟି-୨୦ ବିଶ୍ୱକପ: ପ୍ରଥମ ମ୍ୟାଚରେ ଟସ୍ ଜିତି ଭାରତର ବୋଲିଂ ନିଷ୍ପତି

ନ୍ୟୁୟର୍କ,୫ା୬: ଚଳିତ ଟି-୨୦ ବିଶ୍ୱକପରେ ବୁଧବାର ଭାରତ ଆୟାରଲ୍ୟାଣ୍ଡ ବିପକ୍ଷରେ ଏହାର ଅଭିଯାନ ଆରମ୍ଭ କରିଛି। ଏହି ମ୍ୟାଚରେ ଭାରତ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତି ନେଇଛି। ଭାରତ ଏହି ମ୍ୟାଚରେ ଚାରି ବ୍ୟାଟର, ଚାରି ଅଲରାଉଣ୍ଡର ଏବଂ ତିନି ଦ୍ରୁତ ବୋଲରଙ୍କୁ ନେଇ ପଡିଆକୁ ଓହ୍ଲାଇଛି। ଭାରତ ପାଇଁ ଅର୍ଶଦୀପ ସିଂ ବୋଲିଂ ଆରମ୍ଭ କରିଥିଲା ବେଳେ ରୋହିତ ଏବଂ ବିରାଟ ବ୍ୟାଟିଂ ଆରମ୍ଭ କରିପାରନ୍ତି। ଭାରତୀୟ ଖେଳାଳିମାନେ ଆଇପିଏଲ ଖେଳିବା ପରେ ବିଶ୍ୱକପ […] The post ଟି-୨୦ ବିଶ୍ୱକପ: ପ୍ରଥମ ମ୍ୟାଚରେ ଟସ୍ ଜିତି ଭାରତର ବୋଲିଂ ନିଷ୍ପତି appeared first on Dharitri Odia News.

ଟି-୨୦ ବିଶ୍ୱକପ: ପ୍ରଥମ ମ୍ୟାଚରେ ଟସ୍ ଜିତି ଭାରତର ବୋଲିଂ ନିଷ୍ପତି

ନ୍ୟୁୟର୍କ,୫ା୬: ଚଳିତ ଟି-୨୦ ବିଶ୍ୱକପରେ ବୁଧବାର ଭାରତ ଆୟାରଲ୍ୟାଣ୍ଡ ବିପକ୍ଷରେ ଏହାର ଅଭିଯାନ ଆରମ୍ଭ କରିଛି। ଏହି ମ୍ୟାଚରେ ଭାରତ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତି ନେଇଛି। ଭାରତ ଏହି ମ୍ୟାଚରେ ଚାରି ବ୍ୟାଟର, ଚାରି ଅଲରାଉଣ୍ଡର ଏବଂ ତିନି ଦ୍ରୁତ ବୋଲରଙ୍କୁ ନେଇ ପଡିଆକୁ ଓହ୍ଲାଇଛି।

ଭାରତ ପାଇଁ ଅର୍ଶଦୀପ ସିଂ ବୋଲିଂ ଆରମ୍ଭ କରିଥିଲା ବେଳେ ରୋହିତ ଏବଂ ବିରାଟ ବ୍ୟାଟିଂ ଆରମ୍ଭ କରିପାରନ୍ତି। ଭାରତୀୟ ଖେଳାଳିମାନେ ଆଇପିଏଲ ଖେଳିବା ପରେ ବିଶ୍ୱକପ ପାଇଁ ଆମେରିକାରେ ପହଞ୍ଚିଛନ୍ତି । ତେଣୁକରି ଟି-୨୦ ବିଶ୍ୱକପ ପାଇଁ ଭଲ ପ୍ରସ୍ତୁତି ହୋଇଥିବା କୁହାଯାଉଛି।

ଭାରତୀୟ ଦଳ: ରୋହିତ ଶର୍ମା (ଅଧିନାୟକ), ବିରାଟ କୋହଲି,ଋଷଭ ପନ୍ତ(ୱିକେଟ୍ କିପର), ସୂର୍ଯ୍ୟକୁମାର ଯାଦବ, ଶିବମ୍ ଦୁବେ, ହାର୍ଦ୍ଦିକ ପାଣ୍ଡ୍ୟା, ରବିନ୍ଦ୍ର ଜାଡେଜା, ଅକ୍ଷର ପଟେଲ, ଜସପ୍ରୀତ ବୁମରା, ଅର୍ଶଦୀପ ସିଂ, ମହମ୍ମଦ ସିରାଜ।

ଆୟର୍ଲାଣ୍ଡ ଦଳ: ପଲ୍ ଷ୍ଟିରଲିଂ (ଅଧିନାୟକ), ଆଣ୍ଡ୍ରିୟୁ ବଲବର୍ନି, ଲୋରକାନ୍ ଟକର୍ (ୱିକେଟ୍ କିପର)), ହ୍ୟାରି ଟେକ୍ଟର୍, କାର୍ଟିସ୍ କ୍ୟାମ୍ପର୍, ଜର୍ଜ ଡକ୍ରେଲ୍, ଗାରେଥ ଡେଲାନି, ମାର୍କ ଆଡେୟାର, ବରୀ ମ୍ୟାକକାରି, ଜୋଶୁଆ ଲିଟିଲ, ବେଞ୍ଜାମିନ୍ ହ୍ୱାଇଟ।

The post ଟି-୨୦ ବିଶ୍ୱକପ: ପ୍ରଥମ ମ୍ୟାଚରେ ଟସ୍ ଜିତି ଭାରତର ବୋଲିଂ ନିଷ୍ପତି appeared first on Dharitri Odia News.