ରାଗିଗଲେ ମୁଖ୍ୟମନ୍ତ୍ରୀ ବସ୍ ଡ୍ରାଇଭର ଅନ୍ୟଜଣେ ଡ୍ରାଇଭରଙ୍କୁ ଟାଙ୍ଗିଆରେ ହାଣିଦେଲେ
ବଲାଙ୍ଗୀର,୧୩।୯( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ବେଲପଡା ତାରିଣୀ ମନ୍ଦିର ନିକଟରେ ମୁଖ୍ୟମନ୍ତ୍ରୀ ବସ୍ର ଜଣେ ଡ୍ରାଇଭର ଅନ୍ୟ ଜଣେ ଡ୍ରାଇଭରଙ୍କୁ ଟାଙ୍ଗିଆରେ ଆକ୍ରମଣ କରିଛନ୍ତି। ଗୁରୁତର ଡ୍ରାଇଭର ଜଣକ ହେଲେ ଆଦିତ୍ୟ ବିଶ୍ବାଳ। ଗୁରୁତର ଆଦିତ୍ୟଙ୍କୁ ପ୍ରଥମେ ବେଲପଡା ହସ୍ପିଟାଲରୁ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବୁର୍ଲା ଭିମସାର ହସ୍ପିଟାଲକୁ ସ୍ଥାନାନ୍ତରଣ କରାଯାଇଛି। କିଛି ଦିନ ତଳେ ଆକ୍ରମଣକାରୀ ଡ୍ରାଇଭର ଦେବାର୍ଚ୍ଚନ ପୁଟେଲଙ୍କ […] The post ରାଗିଗଲେ ମୁଖ୍ୟମନ୍ତ୍ରୀ ବସ୍ ଡ୍ରାଇଭର ଅନ୍ୟଜଣେ ଡ୍ରାଇଭରଙ୍କୁ ଟାଙ୍ଗିଆରେ ହାଣିଦେଲେ appeared first on Dharitri Odia News.
ବଲାଙ୍ଗୀର,୧୩।୯( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ବେଲପଡା ତାରିଣୀ ମନ୍ଦିର ନିକଟରେ ମୁଖ୍ୟମନ୍ତ୍ରୀ ବସ୍ର ଜଣେ ଡ୍ରାଇଭର ଅନ୍ୟ ଜଣେ ଡ୍ରାଇଭରଙ୍କୁ ଟାଙ୍ଗିଆରେ ଆକ୍ରମଣ କରିଛନ୍ତି। ଗୁରୁତର ଡ୍ରାଇଭର ଜଣକ ହେଲେ ଆଦିତ୍ୟ ବିଶ୍ବାଳ। ଗୁରୁତର ଆଦିତ୍ୟଙ୍କୁ ପ୍ରଥମେ ବେଲପଡା ହସ୍ପିଟାଲରୁ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବୁର୍ଲା ଭିମସାର ହସ୍ପିଟାଲକୁ ସ୍ଥାନାନ୍ତରଣ କରାଯାଇଛି। କିଛି ଦିନ ତଳେ ଆକ୍ରମଣକାରୀ ଡ୍ରାଇଭର ଦେବାର୍ଚ୍ଚନ ପୁଟେଲଙ୍କ ବିରୁଦ୍ଧରେ ଅଭିଯୋଗ ହେବାରୁ ତାଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା । ଏଥିପାଇଁ ସେ ଇନଚାର୍ଜ ସୁପରଭାଇଜର ଥିବା ଡ୍ରାଇଭର ଆଦିତ୍ୟଙ୍କୁ ସନ୍ଦେହ କରି ଆକ୍ରମଣ କରିଥିବା ବେଲପଡା ଥାନାରେ ଅଭିଯୋଗ ହୋଇଛି।
The post ରାଗିଗଲେ ମୁଖ୍ୟମନ୍ତ୍ରୀ ବସ୍ ଡ୍ରାଇଭର ଅନ୍ୟଜଣେ ଡ୍ରାଇଭରଙ୍କୁ ଟାଙ୍ଗିଆରେ ହାଣିଦେଲେ appeared first on Dharitri Odia News.