ବେଦାନ୍ତ ମେଟାଲ ବଜାରର ଶୁଭାରମ୍ଭ

ଭୁବନେଶ୍ୱର,୧୪।୨:ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ବେଦାନ୍ତ ଗ୍ରୁପ୍‌ର ଅଗ୍ରଣୀ କମ୍ପାନୀ ବେଦାନ୍ତ ଆଲୁମିନିୟମର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ଇ କର୍ମସ ପ୍ଲାଟ୍‌ଫର୍ମ ‘ମେଟାଲ ବଜାର’ର ସର୍ବଭାରତୀୟ ସ୍ତରରେ ଉନ୍ମୋଚନ (ଶୁଭାରମ୍ଭ) ହୋଇଯାଇଛି। ଏପରିକି ଏହା ଏକ ଅଭିନବ ନୂଆ ଇ-ସୁପରଷ୍ଟୋର ହୋଇଥିଲାବେଳେ ପ୍ରାଥମିକ ଆଲୁମିନିୟମ କାରବାର ପାଇଁ ଏହା ବେଶ୍‌ ସହାୟକ ହେବ। ଉକ୍ତ ପ୍ଲାଟ୍‌ଫର୍ମରେ ୭୫୦ରୁ ଅଧିକ ପ୍ରକାର ଆଲମିନିୟମ ଉପତ୍ାଦ ବିକ୍ରି କରାଯିବ ବୋଲି କମ୍ପାନୀ ପକ୍ଷରୁ ବିସ୍ତୃତ […] The post ବେଦାନ୍ତ ମେଟାଲ ବଜାରର ଶୁଭାରମ୍ଭ appeared first on Dharitri Odia News.

ବେଦାନ୍ତ ମେଟାଲ ବଜାରର ଶୁଭାରମ୍ଭ

ଭୁବନେଶ୍ୱର,୧୪।୨:ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ବେଦାନ୍ତ ଗ୍ରୁପ୍‌ର ଅଗ୍ରଣୀ କମ୍ପାନୀ ବେଦାନ୍ତ ଆଲୁମିନିୟମର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ଇ କର୍ମସ ପ୍ଲାଟ୍‌ଫର୍ମ ‘ମେଟାଲ ବଜାର’ର ସର୍ବଭାରତୀୟ ସ୍ତରରେ ଉନ୍ମୋଚନ (ଶୁଭାରମ୍ଭ) ହୋଇଯାଇଛି। ଏପରିକି ଏହା ଏକ ଅଭିନବ ନୂଆ ଇ-ସୁପରଷ୍ଟୋର ହୋଇଥିଲାବେଳେ ପ୍ରାଥମିକ ଆଲୁମିନିୟମ କାରବାର ପାଇଁ ଏହା ବେଶ୍‌ ସହାୟକ ହେବ। ଉକ୍ତ ପ୍ଲାଟ୍‌ଫର୍ମରେ ୭୫୦ରୁ ଅଧିକ ପ୍ରକାର ଆଲମିନିୟମ ଉପତ୍ାଦ ବିକ୍ରି କରାଯିବ ବୋଲି କମ୍ପାନୀ ପକ୍ଷରୁ ବିସ୍ତୃତ ଭାବେ ଉଲ୍ଲେଖ କରାଯାଇଛି। ଉଲ୍ଲେଖଯୋଗ୍ୟ, ବେଦାନ୍ତ ମେଟାଲ ବଜାରକୁ ଗ୍ରାହକ ଏକ ସ୍ବତନ୍ତ୍ର ପୋର୍ଟାଲ ଲିଙ୍କ୍‌ ମାଧ୍ୟମରେ portal link: https://browse.vedantametalbazaar.moglix.com/catalog/aluminium ସଂଯୋଗ (ଯୋଗାଯୋଗ) କରାଯାଇପାରିବ। ସେହିଭଳି ଉକ୍ତ ଳିଙ୍କ୍‌କୁ ଗୁଗଲ ପ୍ଲେ ଷ୍ଟୋର ଓ ଆପଲ ପ୍ଲେ ଷ୍ଟୋରରୁ ଡାଉନ୍‌ଲୋଡ୍‌ କରାଯାଇପାରିବ। ଅନ୍‌ଲାଇନ ଜରିଆରେ ପ୍ରଦାନ କରାଯାଉଥିବା ଉପତ୍ାଦ ମଧ୍ୟରେ ଇନ୍‌ଗଟ୍‌, ବିଲେଟ, ପ୍ରାଇମେରି ଫାଉଣ୍ଡରି ଆଲଏ, ଓୟାର ରଡ୍‌, ରୋଲ୍‌ଡ ପ୍ରଡକ୍ଟ ଭଳି ଆଲୁମିନିୟମ ଉତ୍ପାଦ ଉପଲବ୍ଧ ରହିଛି।
ଏ ସମ୍ପର୍କରେ ବେଦାନ୍ତ ଆଲୁମିନିୟମର ସିଇଓ ଜନ୍‌ ସ୍ଲାଭେନ କହିଛନ୍ତି, ବିଶ୍ୱର ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତି ମଧ୍ୟରୁ ଭାରତ ଅନ୍ୟତମ ହୋଇଥିବାବେଳେ ଦେଶର କ୍ରମାଗତ ବୃଦ୍ଧି ପାଇଁ ଆଲୁମିନିୟମର ପ୍ରମୁଖ ଭୂମିକା ରହିଛି। ଏପରିକି ବେଦାନ୍ତ ଆଲୁମିନିୟମରେ ଗ୍ରାହକଙ୍କୁ ପ୍ରାଧ୍ୟାନ୍ୟ ଦେଇ ଆମେ ସମାଧାନର ପନ୍ଥା ଖୋଜିଥାଉ, ଯାହା ଆମ ଗ୍ରାହକଙ୍କ ପାଇଁ ବ୍ୟବସାୟିକ ସଫଳତାକୁ ସୁନିଶ୍ଚିତ କରିବା ସହ ଦେଶର ଅଭିବୃଦ୍ଧିରେ ମଧ୍ୟ ସହାୟକ ହୋଇଥାଏ। ସେହିଭଳି ବେଦାନ୍ତ ମେଟାଲ ବଜାର କ୍ରେତାମାନଙ୍କୁ ଠିକ୍‌ ସମୟରେ ବିତରଣ, ରିଅଲ୍‌- ଟାଇମ ଏଆଇ-ଆଧାରିତ ମୂଲ୍ୟ ଆବିଷ୍କାର ଏବଂ ସେମାନଙ୍କର କ୍ରୟର ଏଣ୍ଡ-ଟୁ-ଏଣ୍ଡ ଭିଜିବିଲିଟି, ଅର୍ଡର ପ୍ଲେସ୍‌ମେଣ୍ଟଠାରୁ ଡେଲିଭରି ପର୍ଯ୍ୟନ୍ତ ଏକ ଦୃଢ ଉତ୍ପାଦନ ଯୋଜନା ପାଇଁ ଅନୁମତି ଏବଂ ଅଧିକ କୌଶଳ ବିନିଯୋଗ ପାଇଁ ସେମାନଙ୍କର ପୁଞ୍ଜି ମୁକ୍ତ କରିବାରେ ଏହା ସାହାଯ୍ୟ କରିଥାଏ।

The post ବେଦାନ୍ତ ମେଟାଲ ବଜାରର ଶୁଭାରମ୍ଭ appeared first on Dharitri Odia News.