ଅରବିନ୍ଦ କେଜ୍ରିୱାଲଙ୍କ ବାସଭବନରେ ଦିଲ୍ଲୀ କ୍ରାଇମ ବ୍ରାଞ୍ଚ ଟିମ୍

ନୂଆଦିଲ୍ଲୀ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବାସଭବନରେ ଆଜି ଦିଲ୍ଲୀ ପୁଲିସ କ୍ରାଇମ ବ୍ରାଞ୍ଚ୍ ଟିମ୍ ପହଞ୍ଚିଛନ୍ତି। ବିଜେପି ଆପ୍ ବିଧାୟକଙ୍କୁ ଚୋରି କରିବାକୁ ଚେଷ୍ଟା କରୁଛି ବୋଲି କେଜ୍ରିୱାଲ କରିଥିବା ଅଭିଯୋଗ ସଂକ୍ରାନ୍ତରେ କେଜ୍ରିୱାଲଙ୍କୁ ନୋଟିସ ଦେବାପାଇଁ ଦିଲ୍ଲୀ ପୁଲିସ କ୍ରାଇମ ବ୍ରାଞ୍ଚ କେଜ୍ରିୱାଲଙ୍କ ବାସଭବନ ପହଞ୍ଚିଛନ୍ତି। କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ ଅଫିସ ପକ୍ଷରୁ କୁହାଯାଇଛି ଯେ ନୋଟିସ ନଦେଇ କ୍ରାଇମବ୍ରାଞ୍ଚ ଟିମ୍ ଫେରି ଆସିଛନ୍ତି। କେଜ୍ରିୱାଲଙ୍କ ଅଭିଯୋଗର ତଦନ୍ତ କରିବାପାଇଁ ବିଜେପିର ଏକ ପ୍ରତିନିଧି […]

ଅରବିନ୍ଦ କେଜ୍ରିୱାଲଙ୍କ ବାସଭବନରେ ଦିଲ୍ଲୀ କ୍ରାଇମ ବ୍ରାଞ୍ଚ ଟିମ୍

ନୂଆଦିଲ୍ଲୀ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବାସଭବନରେ ଆଜି ଦିଲ୍ଲୀ ପୁଲିସ କ୍ରାଇମ ବ୍ରାଞ୍ଚ୍ ଟିମ୍ ପହଞ୍ଚିଛନ୍ତି। ବିଜେପି ଆପ୍ ବିଧାୟକଙ୍କୁ ଚୋରି କରିବାକୁ ଚେଷ୍ଟା କରୁଛି ବୋଲି କେଜ୍ରିୱାଲ କରିଥିବା ଅଭିଯୋଗ ସଂକ୍ରାନ୍ତରେ କେଜ୍ରିୱାଲଙ୍କୁ ନୋଟିସ ଦେବାପାଇଁ ଦିଲ୍ଲୀ ପୁଲିସ କ୍ରାଇମ ବ୍ରାଞ୍ଚ କେଜ୍ରିୱାଲଙ୍କ ବାସଭବନ ପହଞ୍ଚିଛନ୍ତି। କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ ଅଫିସ ପକ୍ଷରୁ କୁହାଯାଇଛି ଯେ ନୋଟିସ ନଦେଇ କ୍ରାଇମବ୍ରାଞ୍ଚ ଟିମ୍ ଫେରି ଆସିଛନ୍ତି। କେଜ୍ରିୱାଲଙ୍କ ଅଭିଯୋଗର ତଦନ୍ତ କରିବାପାଇଁ ବିଜେପିର ଏକ ପ୍ରତିନିଧି ଦଳ ଗତ ଜାନୁଆରି ୩୦ରେ ପୁଲିସ କମିସନରଙ୍କୁ ଭେଟିବାପରେ କ୍ରାଇମବ୍ରାଞ୍ଚ୍ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ବିଜେପି ପ୍ରତିନିଧି ଦଳ ଏସ୍ଆଇଟି ଦ୍ବାରା ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଗତ ସପ୍ତାହରେ ଏକ ସାମ୍ବାଦିକ ସମ୍ମିଳନୀ କରି ଦିଲ୍ଲୀ ମନ୍ତ୍ରୀ ଅତିଶୀ ଅଭିଯୋଗ କରିଥିଲେ ଯେ ବିଜେପି ଏହାର ୭ ବିଧାୟକଙ୍କୁ ଦଳ ଛାଡ଼ିବାପାଇଁ ୨୫ କୋଟି ଟଙ୍କା ଦେଇଛି। ଏକ୍ସରେ ଏକ ପୋଷ୍ଟ୍ କରି କେଜ୍ରିୱାଲ ଦାବି କରିଛନ୍ତି ଯେ ତାଙ୍କ ଦଳର ୭ ଜଣ ବିଧାୟକଙ୍କୁ ବିଜେପି ଦ୍ବାରା ଯୋଗାଯୋଗ କରାଯାଇଛି। କେଜ୍ରିୱାଲ କହିଛନ୍ତି, ତାଙ୍କୁ ଖୁବଶୀଘ୍ର ଗିରଫ କରାଯିବ। ଦଳ ଛାଡ଼ିବାପାଇଁ ବିଜେପି ବିଧାୟକମାନଙ୍କୁ ୨୫ କୋଟି ଟଙ୍କାର ଅଫର ଦିଆଯାଇଛି ବୋଲି କେଜ୍ରିୱାଲ ଅଭିଯୋଗ କରିଛନ୍ତି।