ଜଳମଗ୍ନ ହୋଇ ପୂଜା ପାଉଛନ୍ତି ବାବା ଗୋକର୍ଣ୍ଣେଶ୍ୱର: ବୁଡ଼ିଗଲା ମହାଦେବଙ୍କ ଲିଙ୍ଗ

ଧର୍ମଶାଳା,୮।୭(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ଷୋହଳ ନମ୍ବର ଜାତୀୟ ରାଜପଥ ଜାରକା ଅଞ୍ଚଳର ବହୁ ପୁରାତନ ପୀଠ ବାବା ଗୋକର୍ଣ୍ଣେଶ୍ୱରଙ୍କ ପୀଠରେ ବନ୍ୟା ଜଳ ପ୍ରବାହିତ ହେଉଥିବାବେଳେ ଜଳମଗ୍ନ ମଧ୍ୟରେ ବାବା ଗୋକର୍ଣ୍ଣେଶ୍ୱର ଶିବଲିଙ୍ଗ ପୁଜା ପାଉଛନ୍ତି। ଲଗାଣ ବର୍ଷା ପ୍ରଭାବରେ ବିଭିନ୍ନ ନଦୀରେ ଜଳସ୍ତର ବୃଦ୍ଧି ପାଉଛି। ଏହା ମଧ୍ୟରେ ଯାଜପୁର ଜିଲାରେ ମଧ୍ୟ ନଦୀ ଗୁଡ଼ିକରେ ଜଳସ୍ତର ବୃଦ୍ଧି ପାଇଛି। ରେଙ୍ଗାଲି ଡ୍ୟାମ ଦୁଇଟି ଗେଟ ଖୋଲି ଥିବାବେଳେ ବ୍ରାହ୍ମଣୀ ନଦୀର ଜଳସ୍ତର […] The post ଜଳମଗ୍ନ ହୋଇ ପୂଜା ପାଉଛନ୍ତି ବାବା ଗୋକର୍ଣ୍ଣେଶ୍ୱର: ବୁଡ଼ିଗଲା ମହାଦେବଙ୍କ ଲିଙ୍ଗ appeared first on Dharitri Odia News.

ଜଳମଗ୍ନ ହୋଇ ପୂଜା ପାଉଛନ୍ତି ବାବା ଗୋକର୍ଣ୍ଣେଶ୍ୱର: ବୁଡ଼ିଗଲା ମହାଦେବଙ୍କ ଲିଙ୍ଗ

ଧର୍ମଶାଳା,୮।୭(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ଷୋହଳ ନମ୍ବର ଜାତୀୟ ରାଜପଥ ଜାରକା ଅଞ୍ଚଳର ବହୁ ପୁରାତନ ପୀଠ ବାବା ଗୋକର୍ଣ୍ଣେଶ୍ୱରଙ୍କ ପୀଠରେ ବନ୍ୟା ଜଳ ପ୍ରବାହିତ ହେଉଥିବାବେଳେ ଜଳମଗ୍ନ ମଧ୍ୟରେ ବାବା ଗୋକର୍ଣ୍ଣେଶ୍ୱର ଶିବଲିଙ୍ଗ ପୁଜା ପାଉଛନ୍ତି। ଲଗାଣ ବର୍ଷା ପ୍ରଭାବରେ ବିଭିନ୍ନ ନଦୀରେ ଜଳସ୍ତର ବୃଦ୍ଧି ପାଉଛି। ଏହା ମଧ୍ୟରେ ଯାଜପୁର ଜିଲାରେ ମଧ୍ୟ ନଦୀ ଗୁଡ଼ିକରେ ଜଳସ୍ତର ବୃଦ୍ଧି ପାଇଛି।
ରେଙ୍ଗାଲି ଡ୍ୟାମ ଦୁଇଟି ଗେଟ ଖୋଲି ଥିବାବେଳେ ବ୍ରାହ୍ମଣୀ ନଦୀର ଜଳସ୍ତର ବୃଦ୍ଧି ପାଇଛି। ଯାହା ଫଳରେ ନଦୀରେ ପାଣି ବଢିବା ସହ ବାବା ଗୋକର୍ଣ୍ଣେଶ୍ୱର ପୀଠ ଜଳମଗ୍ନ ହୋଇଛି। ନଦୀ ଜଳରେ ବୁଡି ଯାଇଛନ୍ତି ବାବା ମହାଦେବଙ୍କ ଲିଙ୍ଗ ନଦୀ ଜଳରେ ବୁଡି ରହିଥିବାବେଳେ ଭକ୍ତମାନେ ମଧ୍ୟ ପ୍ରଭୁଙ୍କ ନିକଟରେ ପୁଚର୍ଚ୍ଚନା କରୁଥିବା ଦେଖିବାକୁ ମିଳୁଛି। ବ୍ରାହ୍ମଣୀ ନଦୀରେ ବନ୍ୟା ଆସିଲେ ବାବା ଗୋକର୍ଣ୍ଣେଶ୍ୱର ଜଳମଗ୍ନ ହୋଇ ପୂଜା ପାଆନ୍ତି। ଜଳସ୍ତର ବୃଦ୍ଧି ପାଇଲେ ନାଗ ପ୍ରତିମାଙ୍କୁ ଉପରକୁ ଅଣାଯାଇ ପୂଜାର୍ଚ୍ଚନା କରାଯାଏ ବୋଲି ମନ୍ଦିର ପୂଜକ ସୋମନାଥ ପାଢ଼ୀ କହିଛନ୍ତି।

The post ଜଳମଗ୍ନ ହୋଇ ପୂଜା ପାଉଛନ୍ତି ବାବା ଗୋକର୍ଣ୍ଣେଶ୍ୱର: ବୁଡ଼ିଗଲା ମହାଦେବଙ୍କ ଲିଙ୍ଗ appeared first on Dharitri Odia News.