ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ
କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ ଜନଜାତି ଜୁଆଙ୍ଗମାନେ ଏବେ ମଧ୍ୟ ପାଣି ପାଇଁ ସଂଘର୍ଷ କରିବାକୁ ପଡୁଛି। ପ୍ରଶାସନ ତଥା ଲୋକ ପ୍ରତିନିଧି ସେମାନଙ୍କ ଦୁର୍ଦ୍ଦଶା ଦୂର କରିବାକୁ ଆନ୍ତରିକତା ପ୍ରଦାନ କରୁନାହାନ୍ତି। ଫଳରେ ଦୀର୍ଘ ପ୍ରାୟ ୪୫ କି.ମି ଦୂର ହରିଚନ୍ଦନପୁର ବ୍ଲକ୍ ଅନ୍ତର୍ଗତ ତେନ୍ତଳାପଶି ପଞ୍ଚାୟତ ବଡ଼କମଣ୍ତରା ଜୁଆଙ୍ଗମାନେ ଜିଲାପାଳଙ୍କ ପାଖକୁ ଆସି […] The post ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ appeared first on Dharitri Odia News.
କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ ଜନଜାତି ଜୁଆଙ୍ଗମାନେ ଏବେ ମଧ୍ୟ ପାଣି ପାଇଁ ସଂଘର୍ଷ କରିବାକୁ ପଡୁଛି। ପ୍ରଶାସନ ତଥା ଲୋକ ପ୍ରତିନିଧି ସେମାନଙ୍କ ଦୁର୍ଦ୍ଦଶା ଦୂର କରିବାକୁ ଆନ୍ତରିକତା ପ୍ରଦାନ କରୁନାହାନ୍ତି। ଫଳରେ ଦୀର୍ଘ ପ୍ରାୟ ୪୫ କି.ମି ଦୂର ହରିଚନ୍ଦନପୁର ବ୍ଲକ୍ ଅନ୍ତର୍ଗତ ତେନ୍ତଳାପଶି ପଞ୍ଚାୟତ ବଡ଼କମଣ୍ତରା ଜୁଆଙ୍ଗମାନେ ଜିଲାପାଳଙ୍କ ପାଖକୁ ଆସି ଅଭିନବ ଉପାୟରେ ଗରା ଧରି ପାଣି ମାଗିଛନ୍ତି।
ସୂଚନା ମୁତାବକ, ଉକ୍ତ ଗ୍ରାମରେ ପ୍ରାୟ ୧୦୦ ଜୁଆଙ୍ଗ ବାସ କରୁଛନ୍ତି। ବସୁଧା ଯୋଜନାରେ ଗ୍ରାମକୁ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ନିର୍ମାଣ କରାଯାଇଛି। ପ୍ରକଳ୍ପରୁ ୬ ମାସ ପାଣି ଯୋଗାଣ ହୋଇଥିଲା। ପରେ ପାଣି ଛାଡ଼ିବା ବନ୍ଦ କରିଦିଆଯାଇଛି। ସମସ୍ୟା ନେଇ ବିଭାଗୀୟ ଅଧିକାରୀଙ୍କୁ ଅବଗତ କରିଥିଲେ ହେଁ ସୁଫଳ ନ ମିଳିବାରୁ ଜିଲାପାଳଙ୍କ ନିକଟକୁ ଆସିବାକୁ ବାଧ୍ୟ ହୋଇଥିବା କହିଛନ୍ତି।
ସେହିପରି ଗ୍ରାମରେ ଗମନା ଗମନର ସୁବିଧା ନ ଥିବାରୁ ଯାତାୟାତରେ ଅସୁବିଧା ଭୋଗୁଛନ୍ତି। ଗାଁମୁଣ୍ତ ଜୁଆଙ୍ଗ ସାହି ରାସ୍ତା ନିର୍ମାଣ ପାଇଁ ୭ ଲକ୍ଷ ଟଙ୍କା ଅନୁମୋଦନ ହୋଇଥିଲେ ହେଁ ଠିକାଦାର ନିମ୍ନମାନର କାମ କରିବା ସହିତ ସମ୍ପୁର୍ଣ୍ଣ ବିଲ ଉଠାଣ ନେଇଛନ୍ତି। ଏହାର ତଦନ୍ତ କରିବା ସହ ବସୁଧା ପ୍ରକଳ୍ପରୁ ପାନୀୟଜଳ ସଂଯୋଗ କରିବାକୁ ରାଜେନ୍ଦ୍ର ଜୁଆଙ୍ଗ, ଅର୍ଜୁନ ଜୁଆଙ୍ଗ, କଖା ଜୁଆଙ୍ଗ, ଗୀତା ଜୁଆଙ୍ଗ ପ୍ରମୁଖ ୫୦ରୁ ଊର୍ଦ୍ଧ୍ୱ ଗରା ଧରି ଜିଲାପାଳଙ୍କୁ ଭେଟି ଦାବିପତ୍ର ଦେଇଛନ୍ତି।
The post ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ appeared first on Dharitri Odia News.