ଧର୍ମଗଡ଼କୁ ରେଳ ଲାଇନ ସଂଯୋଗ ଆଶା ଉଜ୍ଜୀବିତ
ଭବାନୀପାଟଣା,୩୧ା୮ (ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲାର ଧର୍ମଗଡକୁ ରେଳ ଲାଇନ ସଂଯୋଗୀକରଣ ଆଶା ଉଜ୍ଜୀବିତ ହୋଇଛି। ବହୁ ପ୍ରତୀକ୍ଷିତ ଜୁନାଗଡ-ନବରଙ୍ଗପୁର ରେଳ ଲାଇନ ମଧ୍ୟରେ ଧର୍ମଗଡ ନିକଟରେ ଧର୍ମଗଡ ରୋଡ ଷ୍ଟେଶନ ନିର୍ମାଣ ହେବ ବୋଲି ଜଣାପଡିଛି। ଧର୍ମଗଡଠାରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଇ ନବରଙ୍ଗପୁର ଏମ୍ପି ବଳଭଦ୍ର ମାଝି ଏହି ସୂଚନା ଦେଇଛନ୍ତି। ଏହାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି। ଚଳିତ ମାସରେ କେନ୍ଦ୍ର ବ୍ୟାବିନେଟରେ ଜୁନାଗଡ ନବରଙ୍ଗପୁର ଦୀର୍ଘ ୧୧୬ କି.ମି. ରେଳ […] The post ଧର୍ମଗଡ଼କୁ ରେଳ ଲାଇନ ସଂଯୋଗ ଆଶା ଉଜ୍ଜୀବିତ appeared first on Dharitri Odia News.
ଭବାନୀପାଟଣା,୩୧ା୮ (ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲାର ଧର୍ମଗଡକୁ ରେଳ ଲାଇନ ସଂଯୋଗୀକରଣ ଆଶା ଉଜ୍ଜୀବିତ ହୋଇଛି। ବହୁ ପ୍ରତୀକ୍ଷିତ ଜୁନାଗଡ-ନବରଙ୍ଗପୁର ରେଳ ଲାଇନ ମଧ୍ୟରେ ଧର୍ମଗଡ ନିକଟରେ ଧର୍ମଗଡ ରୋଡ ଷ୍ଟେଶନ ନିର୍ମାଣ ହେବ ବୋଲି ଜଣାପଡିଛି। ଧର୍ମଗଡଠାରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଇ ନବରଙ୍ଗପୁର ଏମ୍ପି ବଳଭଦ୍ର ମାଝି ଏହି ସୂଚନା ଦେଇଛନ୍ତି। ଏହାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି।
ଚଳିତ ମାସରେ କେନ୍ଦ୍ର ବ୍ୟାବିନେଟରେ ଜୁନାଗଡ ନବରଙ୍ଗପୁର ଦୀର୍ଘ ୧୧୬ କି.ମି. ରେଳ ଲାଇନ ପ୍ରକଳ୍ପ ମଞ୍ଜୁର ହୋଇଛି। ତେବେ ଏଥିରେ ଧର୍ମଗଡକୁ ରେଳ ସଂଯୋଗୀକରଣ ପାଇଁ କୌଣସି ପ୍ରାବଧାନ ନ ଥିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା। ଏହାକୁ ନେଇ ଲୋକେ ରାଜ ରାସ୍ତାକୁ ଓହ୍ଲାଇଥିଲେ। ଏପରି କି ରେଳ ମନ୍ତ୍ରୀଙ୍କୁ ଲିଖିତ ଅଭିଯୋଗ କରିଥିଲେ। ତେବେ ଅଞ୍ଚଳବାସୀଙ୍କ ଆଗେବକୁ ନେଇ କଳାହାଣ୍ଡି ଏମ୍ପି ମାଳବିକା କେଶରୀ ଦେଓ, ଧର୍ମଗଡ ବିଧାୟକ ସୁଧୀର ରଞ୍ଜନ ପାଟ୍ଟଯୋଷୀ ଓ ନବରଙ୍ଗପୁର ଏମ୍ପି ବଳଭଦ୍ର ମାଝି ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରି ରେଳ ମନ୍ତ୍ରୀଙ୍କୁ ବ୍ୟକ୍ତିଗତ ଭାବେ ଅନୁରୋଧ କରିଥିଲେ। ଏହାକୁ ବିଚାରକୁ ନେଇ ଏହି ପ୍ରକଳ୍ପ ମଧ୍ୟରେ ଧର୍ମଗଡ ରେଳଷ୍ଟେଶନ ନାମରେ ଏକ ରେଳଷ୍ଟେଶନ ନିର୍ମାଣ ହେବ ବୋଲି ଗ୍ରିନ ସିଗ୍ନାଲ ମିଳିଥିବା ସୂଚନା ଦେଇଛନ୍ତି ନବରଙ୍ଗପୁର ଏମ୍ପି ବଳଭଦ୍ର ମାଝି। ଧର୍ମଗଡ ସହର ଉପଖଣ୍ଡ ସଦର ମହକୁମା ହୋଇଥିବା ବେଳେ ଏହା ଏକ ବ୍ୟବସାୟୀକ ପେଣ୍ଠସ୍ଥଳୀ। ସହରଠାରୁ ଅନତି ଦୂରରେ ରହିଛି ପଡୋଶୀ ରାଜ୍ୟ ଛତିଶଗଡ ସୀମା। ଧର୍ମଗଡକୁ ରେଳ ଲାଇନ ସଂଯୋଗ ନେଇ ଧର୍ମଗଡ ସିଟିଜନ ଫୋରମ ପକ୍ଷରୁ ବିଷ୍ଣୁ ଅଗ୍ରୱାଲ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଓ ରେଳ ବିଭାଗ ପାଖରେ ଏକ ଗ୍ରିଭାନ୍ସ ପିଟିସନ ମଧ୍ୟ ଦାଖଲ କରିଥିଲେ। ତେବେ ବତ୍ତର୍ର୍ମାନ ରାଜ୍ୟ ରେଳ ବିଭାଗ ପକ୍ଷରୁ ଧର୍ମଗଡ ରେଳ ଷ୍ଟେଶନ ନାମରେ ଏକ ରେଳ ଷ୍ଟେଶନ ନିର୍ମାଣ ହେବ ବୋଲି ଏକ ଲିଖିତ ପତ୍ର ମଧ୍ୟ ହସ୍ତଗତ ହୋଇଛି। ଯାହାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଆଶ୍ୱସ୍ତି ପ୍ରକାଶ ପାଇଛି।
The post ଧର୍ମଗଡ଼କୁ ରେଳ ଲାଇନ ସଂଯୋଗ ଆଶା ଉଜ୍ଜୀବିତ appeared first on Dharitri Odia News.