ସିସୋଦିଆ ଲଗାତାର ଜାମିନ ନିବେଦନ କରିବା ମୋକଦ୍ଦମା ବିଳମ୍ବର କାରଣ, ଜାଣନ୍ତୁ କୋର୍ଟରେ ଆଉ କ’ଣ କହିଲେ ED?
ନୂଆଦିଲ୍ଲୀ ୬।୪: ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆଙ୍କ ଦ୍ୱିତୀୟ ଜାମିନ ନିବେଦନକୁ ଶନିବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) କୋର୍ଟରେ ବିରୋଧ କରିଛି। ଟ୍ରାୟଲ କୋର୍ଟରେ ଇଡି ସିସୋଦିଆଙ୍କ ଜାମିନ ନିବେଦନକୁ ବିରୋଧ କରି କହିଛି ଯେ ମନିଷ ସିସୋଦିଆ ହିଁ ସେହି ମଦ ନୀତି ତିଆରି ପାଇଁ ଦାୟି ଯାହା ଦ୍ୱାରା ଦୁର୍ନୀତିକୁ ରୂପାୟନ କରାଯାଇଛି। ସେହିପରି ଇଡି ସ୍ୱତନ୍ତ୍ର ଓକିଲ ଜୋହେବ ହୁସୈନ ମୋକଦ୍ଦମାରେ ବିଳମ୍ବ ପାଇଁ ସିସୋଦିଆଙ୍କୁ ଦାୟି କରିଛନ୍ତି। ତାଙ୍କ ଦ୍ୱାରା ବାରମ୍ବାର ଜାମିନ ନିବେଦନ କରାଯିବା ମୋକଦ୍ଦମା ବିଳମ୍ବର କାରଣ ବୋଲି ସେ କହିଛନ୍ତି । ସେ ଗିରଫ ହେବା ପରଠାରୁ ଏପର୍ଯ୍ୟନ୍ତ ୯୦ ଥର ଜାମିନ ନିବେଦନ କଲେଣି। ଇଡି ଓକିଲ କୋର୍ଟଙ୍କୁ କହିଛନ୍ତି ଯେ ଅବକାରୀ ଦୁର୍ନୀତି ସମ୍ପର୍କିତ ମନି ଲଣ୍ଡ୍ରିଂ ମାମଲା ସିସୋଦିଆଙ୍କ ବିନା ସମ୍ଭବ ନଥିଲା। ଇଡି ଅଭିଯୋଗ ଅନୁସାରେ ପୁରୁଣା ଅବକାରୀ ନୀତିରେ ଯେଉଁ କମିଶନ ଫି ୫ ପ୍ରତିଶତ ଥିଲା ତାକୁ ନୂଆ ମଦ ନୀତିରେ ବଢାଇ ୧୨ ପ୍ରତିଶତ କରିଦିଆଯାଇଥିଲା। ଯାହା ଦ୍ୱାରା ହୋଲସେଲ ଡିଷ୍ଟ୍ରିବ୍ୟୁଟର ୫୮୧ କୋଟି ଟଙ୍କାର ନିଶ୍ଚିତ ଫି ଅର୍ଜନ କରିଥିଲେ। ନୂଆ ମଦ ନୀତି ଯୋଗୁ ହୋଲସେଲ ଡିଷ୍ଟ୍ରିବ୍ୟୁଟରମାନେ ୩୩୮ କୋଟି ଟଙ୍କାରୁ ଅଧିକ ଲାଭ ଅର୍ଜନ କରିଛନ୍ତି। ଏହି ଆଧାରରେ ସୁପ୍ରିମକୋର୍ଟ ଗତ ଅକ୍ଟୋବର ମାସରେ ତାଙ୍କ ଜାମିନ ନିବେଦନ ଅଗ୍ରାହ୍ୟ କରିଦେଇଥିଲେ। ଶନିବାର
ନୂଆଦିଲ୍ଲୀ ୬।୪: ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆଙ୍କ ଦ୍ୱିତୀୟ ଜାମିନ ନିବେଦନକୁ ଶନିବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) କୋର୍ଟରେ ବିରୋଧ କରିଛି। ଟ୍ରାୟଲ କୋର୍ଟରେ ଇଡି ସିସୋଦିଆଙ୍କ ଜାମିନ ନିବେଦନକୁ ବିରୋଧ କରି କହିଛି ଯେ ମନିଷ ସିସୋଦିଆ ହିଁ ସେହି ମଦ ନୀତି ତିଆରି ପାଇଁ ଦାୟି ଯାହା ଦ୍ୱାରା ଦୁର୍ନୀତିକୁ ରୂପାୟନ କରାଯାଇଛି। ସେହିପରି ଇଡି ସ୍ୱତନ୍ତ୍ର ଓକିଲ ଜୋହେବ ହୁସୈନ ମୋକଦ୍ଦମାରେ ବିଳମ୍ବ ପାଇଁ ସିସୋଦିଆଙ୍କୁ ଦାୟି କରିଛନ୍ତି। ତାଙ୍କ ଦ୍ୱାରା ବାରମ୍ବାର ଜାମିନ ନିବେଦନ କରାଯିବା ମୋକଦ୍ଦମା ବିଳମ୍ବର କାରଣ ବୋଲି ସେ କହିଛନ୍ତି । ସେ ଗିରଫ ହେବା ପରଠାରୁ ଏପର୍ଯ୍ୟନ୍ତ ୯୦ ଥର ଜାମିନ ନିବେଦନ କଲେଣି।
ଇଡି ଓକିଲ କୋର୍ଟଙ୍କୁ କହିଛନ୍ତି ଯେ ଅବକାରୀ ଦୁର୍ନୀତି ସମ୍ପର୍କିତ ମନି ଲଣ୍ଡ୍ରିଂ ମାମଲା ସିସୋଦିଆଙ୍କ ବିନା ସମ୍ଭବ ନଥିଲା। ଇଡି ଅଭିଯୋଗ ଅନୁସାରେ ପୁରୁଣା ଅବକାରୀ ନୀତିରେ ଯେଉଁ କମିଶନ ଫି ୫ ପ୍ରତିଶତ ଥିଲା ତାକୁ ନୂଆ ମଦ ନୀତିରେ ବଢାଇ ୧୨ ପ୍ରତିଶତ କରିଦିଆଯାଇଥିଲା। ଯାହା ଦ୍ୱାରା ହୋଲସେଲ ଡିଷ୍ଟ୍ରିବ୍ୟୁଟର ୫୮୧ କୋଟି ଟଙ୍କାର ନିଶ୍ଚିତ ଫି ଅର୍ଜନ କରିଥିଲେ। ନୂଆ ମଦ ନୀତି ଯୋଗୁ ହୋଲସେଲ ଡିଷ୍ଟ୍ରିବ୍ୟୁଟରମାନେ ୩୩୮ କୋଟି ଟଙ୍କାରୁ ଅଧିକ ଲାଭ ଅର୍ଜନ କରିଛନ୍ତି। ଏହି ଆଧାରରେ ସୁପ୍ରିମକୋର୍ଟ ଗତ ଅକ୍ଟୋବର ମାସରେ ତାଙ୍କ ଜାମିନ ନିବେଦନ ଅଗ୍ରାହ୍ୟ କରିଦେଇଥିଲେ।

ଶନିବାର ସିସୋଦିଆଙ୍କ ଜାମିନକୁ ବିରୋଧ କରି ଇଡି ପୁଣି ଥରେ ୩୩୮ କୋଟି ଟଙ୍କା ଅପରାଧରୁ ଅର୍ଜିତ ଆୟ ବୋଲି କହିଛନ୍ତି। ଇଡି ଓକିଲ ମାମଲାରେ ପ୍ରମାଣ ନଷ୍ଟ କରିଦିଆଯାଇଥିବାର ତର୍କ କରିଥିଲେ। ଇଡି ଓକିଲ କହିଛନ୍ତି ଯେ ବିଜୟ ନାୟାର ସିସୋଦିଆଙ୍କ ନିର୍ଦ୍ଦେଶ ଅନୁସାରେ ପୁରା ବିଶ୍ୱାସର ସହ କାମ କରୁଥିଲା। ମନିଷ ସିସୋଦିଆଙ୍କୁ ଗତବର୍ଷ ଫେବୃଆରୀ ୨୬ ତାରିଖରେ ପ୍ରଥମେ ସିବିଆଇ ଗିରଫ କରିଥିଲା। ଏହାର ମାସକ ପରେ ଇଡି ତାଙ୍କୁ ଗିରଫ କରିଥିବା ବେଳେ ଟ୍ରାୟଲ କୋର୍ଟ, ଦିଲ୍ଲୀ ହାଇକୋର୍ଟ ଓ ସୁପ୍ରିମ କୋର୍ଟ ସିବିଆଇ ଓ ଇଡି ମାମଲାରେ ଜାମିନ ଦେବାକୁ ମନା କରିଦେଇଛନ୍ତି।
ସୁପ୍ରିମକୋର୍ଟ ଜାମିନ ଅସ୍ୱୀକାର ବିରୋଧରେ ସିସୋଦିଆ ଦାଖଲ କରିଥିବା ରିଭ୍ୟୁ ପିଟିସନ ମଧ୍ୟ ଅଗ୍ରାହ୍ୟ କରିଦେଇଥିଲେ। ତାଙ୍କର କ୍ୟୁରେଟିଭ ପିଟିସନ ଗୁଡିକ ମଧ୍ୟ କୋର୍ଟଙ୍କ ଦ୍ୱାରା ଅଗ୍ରାହ୍ୟ ହୋଇସାରିଛି।