ଏନ୍ଇଇଟି ୟୁଜି: ପ୍ରଘଟ ପ୍ରଶ୍ନପତ୍ର ପାଇବାକୁ ୧୪୪ ଆଶାୟୀ ଦେଇଥିଲେ ଟଙ୍କା: ସିବିଆଇ
ନୂଆଦିଲ୍ଲୀ,୭ା୧୦: ଚଳିତ ବର୍ଷ ଡାକ୍ତରୀ ପାଠ୍ୟକ୍ରମରେ ନାମଲେଖା ପାଇଁ ଅନୁଷ୍ଠିତ ଏନ୍ଇଇଟି-ୟୁଜି ପରୀକ୍ଷାରେ ପ୍ରଶ୍ନପତ୍ର ଲିକ୍ ଘଟଣାର ତଦନ୍ତ କରୁଥିବା ସିବିଆଇ ୧୪୪ ଜଣ ଛାତ୍ରୀଛାତ୍ରଙ୍କୁ ଚିହ୍ନଟ କରିଛି। ଉକ୍ତ ଆଶାୟୀମାନେ ପରୀକ୍ଷା ପୂର୍ବରୁ ପ୍ରଘଟ ପ୍ରଶ୍ନପତ୍ର ଓ ଏହାର ଉତ୍ତର ପାଇବା ପାଇଁ ଟଙ୍କା ଦେଇଥିଲେ ବୋଲି ସିବିଆଇ ଅଭିଯୋଗ କରିଛି। ଗତ ସପ୍ତାହରେ ସିବିଆଇ ଦାଖଲ କରିଥିବା ତୃତୀୟ ଚାର୍ଜଶିଟ୍ ଅନୁଯାୟୀ ଝାଡ଼ଖଣ୍ଡର ହଜାରିବାଗସ୍ଥିତ ଓଏସିସ୍ ସ୍କୁଲ୍ରୁ ପଙ୍କଜ କୁମାର ପ୍ରଶ୍ନପତ୍ର ଚୋରି କରିଥିଲେ। […] The post ଏନ୍ଇଇଟି ୟୁଜି: ପ୍ରଘଟ ପ୍ରଶ୍ନପତ୍ର ପାଇବାକୁ ୧୪୪ ଆଶାୟୀ ଦେଇଥିଲେ ଟଙ୍କା: ସିବିଆଇ appeared first on Dharitri Odia News.
ନୂଆଦିଲ୍ଲୀ,୭ା୧୦: ଚଳିତ ବର୍ଷ ଡାକ୍ତରୀ ପାଠ୍ୟକ୍ରମରେ ନାମଲେଖା ପାଇଁ ଅନୁଷ୍ଠିତ ଏନ୍ଇଇଟି-ୟୁଜି ପରୀକ୍ଷାରେ ପ୍ରଶ୍ନପତ୍ର ଲିକ୍ ଘଟଣାର ତଦନ୍ତ କରୁଥିବା ସିବିଆଇ ୧୪୪ ଜଣ ଛାତ୍ରୀଛାତ୍ରଙ୍କୁ ଚିହ୍ନଟ କରିଛି। ଉକ୍ତ ଆଶାୟୀମାନେ ପରୀକ୍ଷା ପୂର୍ବରୁ ପ୍ରଘଟ ପ୍ରଶ୍ନପତ୍ର ଓ ଏହାର ଉତ୍ତର ପାଇବା ପାଇଁ ଟଙ୍କା ଦେଇଥିଲେ ବୋଲି ସିବିଆଇ ଅଭିଯୋଗ କରିଛି। ଗତ ସପ୍ତାହରେ ସିବିଆଇ ଦାଖଲ କରିଥିବା ତୃତୀୟ ଚାର୍ଜଶିଟ୍ ଅନୁଯାୟୀ ଝାଡ଼ଖଣ୍ଡର ହଜାରିବାଗସ୍ଥିତ ଓଏସିସ୍ ସ୍କୁଲ୍ରୁ ପଙ୍କଜ କୁମାର ପ୍ରଶ୍ନପତ୍ର ଚୋରି କରିଥିଲେ। ଏଥିରେ ସ୍କୁଲ୍ର ପ୍ରିନ୍ସିପାଲ ଅହସାନୁଲ ହକ୍ ଏବଂ ଭାଇସ୍ ପ୍ରିନ୍ସିପାଲ ମହମ୍ମଦ ଇମ୍ତିଆଜ ଆଲାମଙ୍କ ହାତ ଥିଲା। ସିଭିଲ୍ ଇଞ୍ଜିନିୟର ପଙ୍କଜଙ୍କୁ ପ୍ରଶ୍ନପତ୍ର ଚୋରି କରିବାକୁ ହକ୍ ଏବଂ ଆଲାମ ଅନୁମତି ଦେଇଥିଲେ। ପ୍ରଶ୍ନପତ୍ର ଥିବା ଟ୍ରଙ୍କ ସିଲ୍ ଖୋଲିବା ପାଇଁ ପଙ୍କଜ ଅତ୍ୟାଧୁନିକ ଯନ୍ତ୍ରପାତି ବ୍ୟବହାର କରିଥିଲେ, ଯାହାକୁ ସିବିଆଇ ତାଙ୍କ ଘରୁ ଜବତ କରିଥିଲା।
The post ଏନ୍ଇଇଟି ୟୁଜି: ପ୍ରଘଟ ପ୍ରଶ୍ନପତ୍ର ପାଇବାକୁ ୧୪୪ ଆଶାୟୀ ଦେଇଥିଲେ ଟଙ୍କା: ସିବିଆଇ appeared first on Dharitri Odia News.