କାମ ଦେଲାନି କୀଟନାଶକ, ଧାନ ହେଲା ଅଗାଡି
ଭେଡେନ,୧୯।୫(ହୃଷୀକେଶ ଖମାରୀ)- ବରଗଡ଼ ଜିଲାରେ ଚାଷୀଙ୍କ ଦୁଃଖ ସରୁନି। ଧାନ ଫସଲ ଅମଳ ସମୟରେ ଫସଲରେ ରୋଗପୋକ ଉପଦ୍ରବ ଏବଂ ସେଥିରେ କୀଟନାଶକ ପ୍ରୟୋଗ ସତ୍ତ୍ବେ ତାହା କିଛି କାମକୁ ଆସି ନଥିବା ଅଭିଯୋଗ ହୋଇଛି। ଦେଶଭଟଲି ଗ୍ରାମର ଜଣେ ଭାଗଚାଷୀ ରିଙ୍କୁ ନାୟକ ଏଭଳି ଅଭିଯୋଗ କରିଛନ୍ତି। ସେ ଅଡ଼େଇ ଏକର ଜମିରେ ଭାଗଚାଷ ସୂତ୍ରରେ ରବି ଫସଲରେ ଧାନ ଫସଲ କରିଥିଲେ। ହେଲେ ଧାନ ଅମଳ ପାଖେଇ ଆସିଲା ବେଳେ ଫସଲରେ ରୋଗପୋକ ଉପଦ୍ରବ […] The post କାମ ଦେଲାନି କୀଟନାଶକ, ଧାନ ହେଲା ଅଗାଡି appeared first on Dharitri Odia News.
ଭେଡେନ,୧୯।୫(ହୃଷୀକେଶ ଖମାରୀ)- ବରଗଡ଼ ଜିଲାରେ ଚାଷୀଙ୍କ ଦୁଃଖ ସରୁନି। ଧାନ ଫସଲ ଅମଳ ସମୟରେ ଫସଲରେ ରୋଗପୋକ ଉପଦ୍ରବ ଏବଂ ସେଥିରେ କୀଟନାଶକ ପ୍ରୟୋଗ ସତ୍ତ୍ବେ ତାହା କିଛି କାମକୁ ଆସି ନଥିବା ଅଭିଯୋଗ ହୋଇଛି। ଦେଶଭଟଲି ଗ୍ରାମର ଜଣେ ଭାଗଚାଷୀ ରିଙ୍କୁ ନାୟକ ଏଭଳି ଅଭିଯୋଗ କରିଛନ୍ତି। ସେ ଅଡ଼େଇ ଏକର ଜମିରେ ଭାଗଚାଷ ସୂତ୍ରରେ ରବି ଫସଲରେ ଧାନ ଫସଲ କରିଥିଲେ। ହେଲେ ଧାନ ଅମଳ ପାଖେଇ ଆସିଲା ବେଳେ ଫସଲରେ ରୋଗପୋକ ଉପଦ୍ରବ ହୋଇଥିଲା। ସେ କୀଟନାଶକ ପ୍ରୟୋଗ କରିଥିଲେ। କିନ୍ତୁ କିଛି ସୁଫଳ ମିଳି ନ ଥିବା ରିଙ୍କୁ ଅଭିଯୋଗ କରିଛନ୍ତି। ଅନ୍ୟ ପକ୍ଷରେ ସେହି ଫସଲରେ ପ୍ରାୟ ୯୦ ପ୍ରତିଶତ ଶୁଖିଲା ଧାନକେଣ୍ଡା ବାହାରିଛି ବୋଲି ସେ କହିଛନ୍ତି। କେବଳ ଏହି ଚାଷୀ ନୁହନ୍ତି, ଅନେକ ଚାଷୀ ଏଭଳି ସମସ୍ୟାର ସମ୍ମୁଖୀନ ହୋଇଛନ୍ତି। ଧାନ ଫସଲ କରି ଦି ପଇସା ରୋଜଗାର କରିବେ ବୋଲି ଚାଷୀମାନେ ସ୍ୱପ୍ନ ଦେଖିଥିଲ। ହେଲେ ଅମଳ ସମୟରେ ଧାନ ଫସଲରେ ରୋଗପୋକ ଏବଂ କାଳବୈଶାଖୀ ଚାଷୀଙ୍କ ସ୍ବପ୍ନକୁ ଧୂଲିସାତ କରି ଦେଇଛି। ବର୍ତ୍ତମାନ ବିଭିନ୍ନ ନକଲୀ କୀଟନାଶକ ବିକ୍ରି ହେଉଥିବା ଯୋଗୁ ଚାଷୀମାନେ ସେଭଳି ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି। କୃଷିବିଭାଗ ଏଥିପ୍ରତିି ଦୃଷ୍ଟି ଦେବାକୁ ଚାଷୀ ମହଲରେ ଦାବି ହୋଇଛି ।
The post କାମ ଦେଲାନି କୀଟନାଶକ, ଧାନ ହେଲା ଅଗାଡି appeared first on Dharitri Odia News.