ନିଶା ବଟିକା ଦେଇ ଯୁବତୀଙ୍କୁ ବଳାତ୍କାର କଲେ ବାବାଜୀ: ବାନ୍ଧିଲା ପୋଲିସ
ରେଢାଖୋଲ, ୬।୧୨(ଅଚ୍ୟୁତାନନ୍ଦ ପୁରୋହିତ):ସମ୍ବଲପୁର ଜିଲା ରେଢ଼ାଖୋଲ ଥାନା ବୈଷ୍ଣବଝୋଲି ଗ୍ରାମରେ ୬ ମାସ ହେଲା ମଠ କରି ରହୁଥିବା ଜଣେ ବାବାଜି ଜନୈକ ଯୁବତୀଙ୍କୁ ବଳାତ୍କାର କରିଥିବା ଅଭିଯୋଗ ହୋଇଛି। ରେଢ଼ାଖୋଲ ଥାନା ପୋଲିସ ତାଙ୍କୁ ଶୁକ୍ରବାର ଗିରଫ କରିଛି। ସେ ହେଲେ ପ୍ରଫୁଲ୍ଲ ମହଲା(୪୪)। ତାଙ୍କ ଘର ବୌଦ୍ଧ ଜିଲା ଭାଲିଆପଦରରେ। ବଳାତ୍କାରର ଶିକାର ଯୁବତୀଙ୍କ ଅଭିଯୋଗ କ୍ରମେ ପୋଲିସ ଏକ ମାମଲା (ନଂ. ୨୮୫।୨୦୨୪) ରୁଜୁ କରିଛି। ଶନିବାର ଗିରଫ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯିବ […] The post ନିଶା ବଟିକା ଦେଇ ଯୁବତୀଙ୍କୁ ବଳାତ୍କାର କଲେ ବାବାଜୀ: ବାନ୍ଧିଲା ପୋଲିସ appeared first on Dharitri Odia News.
ରେଢାଖୋଲ, ୬।୧୨(ଅଚ୍ୟୁତାନନ୍ଦ ପୁରୋହିତ):ସମ୍ବଲପୁର ଜିଲା ରେଢ଼ାଖୋଲ ଥାନା ବୈଷ୍ଣବଝୋଲି ଗ୍ରାମରେ ୬ ମାସ ହେଲା ମଠ କରି ରହୁଥିବା ଜଣେ ବାବାଜି ଜନୈକ ଯୁବତୀଙ୍କୁ ବଳାତ୍କାର କରିଥିବା ଅଭିଯୋଗ ହୋଇଛି। ରେଢ଼ାଖୋଲ ଥାନା ପୋଲିସ ତାଙ୍କୁ ଶୁକ୍ରବାର ଗିରଫ କରିଛି। ସେ ହେଲେ ପ୍ରଫୁଲ୍ଲ ମହଲା(୪୪)। ତାଙ୍କ ଘର ବୌଦ୍ଧ ଜିଲା ଭାଲିଆପଦରରେ। ବଳାତ୍କାରର ଶିକାର ଯୁବତୀଙ୍କ ଅଭିଯୋଗ କ୍ରମେ ପୋଲିସ ଏକ ମାମଲା (ନଂ. ୨୮୫।୨୦୨୪) ରୁଜୁ କରିଛି। ଶନିବାର ଗିରଫ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯିବ ବୋଲି ଥାନା ଅଧିକାରୀ ସବିତାଲତା ସେଠୀ କହିଛନ୍ତି। ଯୁବତୀ ଜଣକ ଅଭିଯୋଗ କରିଛନ୍ତି, ତାଙ୍କ ଘର ଚାରମାଳ ଥାନା ଅଞ୍ଚଳରେ ହୋଇଥିବାବେଳେ ତାଙ୍କ ଦେହ ଅସୁସ୍ଥ ହେବା ଓ ଭଲ ନ ହେବା ଯୋଗୁ ସେ ଶୁକ୍ରବାର ବାବାଜିଙ୍କ ପାଖକୁ ଔଷଧ ଆଣିବାକୁ ଯାଇଥିଲେ। ବାବାଜି ୨ଟି ଟାବଲେଟ ଖାଇବାକୁ ଦେଇଥିଲେ। ତେବେ ଖାଇବା ପରେ ସେ ଅଚେତ ହୋଇଯାଇଥିଲେ। ଏହାପରେ ବାବାଜି ତାଙ୍କୁ ବଳାତ୍କାର କରିଥିଲେ।
The post ନିଶା ବଟିକା ଦେଇ ଯୁବତୀଙ୍କୁ ବଳାତ୍କାର କଲେ ବାବାଜୀ: ବାନ୍ଧିଲା ପୋଲିସ appeared first on Dharitri Odia News.