ବନବାସୀଙ୍କ ସହ ବସି କନ୍ଦମୂଳ ଖାଇଲେ ଜିଲାପାଳ

ନୂଆପଡା,୨୬।୧୨ (ମକାରୁ ବେମାଲ):ସମୁଦ୍ର ପତନଠାରୁ ୩୬ ହଜାର ବର୍ଗ ଫୁଟ ଉପରେ ଅବସ୍ଥିତ ନୂଆପଡ଼ା ଜିଲାର ସୁନାବେଡା ଅଭୟାରଣ୍ୟ ଭିତରେ ଅବସ୍ଥିତ ସୁନାବେଡା ଗାଁ ା ଏହି ଗାଁର ଦୁର୍ଗମ ଅଞ୍ଚଳ ବୁଲି ବନବାସୀ ସହ ବସି କନ୍ଦମୂଳ ଖାଇଲେ ଜିଲାପାଳ ମଧୁସୁଦନ ଦାସ। ସୂଚନା ମୁତାବକ ଗତ ମାସରେ ସୁନାବେଡା ପଞ୍ଚାୟତ ଯୋଗିମୁଣ୍ଡା ଗାଁର ଜଣେ ବୃଦ୍ଧା ଲିଲାବତି ପହରିଆ ଅନ୍ୟ ଜଣକ ସାହାଯ୍ୟରେ ନୂଆପଡା ଆସି ଜିଲାପାଳ ଦାସଙ୍କୁ ସାକ୍ଷାତ କରି ଗାଁ ସମସ୍ୟା […] The post ବନବାସୀଙ୍କ ସହ ବସି କନ୍ଦମୂଳ ଖାଇଲେ ଜିଲାପାଳ appeared first on Dharitri Odia News.

ବନବାସୀଙ୍କ ସହ ବସି କନ୍ଦମୂଳ ଖାଇଲେ ଜିଲାପାଳ

ନୂଆପଡା,୨୬।୧୨ (ମକାରୁ ବେମାଲ):ସମୁଦ୍ର ପତନଠାରୁ ୩୬ ହଜାର ବର୍ଗ ଫୁଟ ଉପରେ ଅବସ୍ଥିତ ନୂଆପଡ଼ା ଜିଲାର ସୁନାବେଡା ଅଭୟାରଣ୍ୟ ଭିତରେ ଅବସ୍ଥିତ ସୁନାବେଡା ଗାଁ ା ଏହି ଗାଁର ଦୁର୍ଗମ ଅଞ୍ଚଳ ବୁଲି ବନବାସୀ ସହ ବସି କନ୍ଦମୂଳ ଖାଇଲେ ଜିଲାପାଳ ମଧୁସୁଦନ ଦାସ। ସୂଚନା ମୁତାବକ ଗତ ମାସରେ ସୁନାବେଡା ପଞ୍ଚାୟତ ଯୋଗିମୁଣ୍ଡା ଗାଁର ଜଣେ ବୃଦ୍ଧା ଲିଲାବତି ପହରିଆ ଅନ୍ୟ ଜଣକ ସାହାଯ୍ୟରେ ନୂଆପଡା ଆସି ଜିଲାପାଳ ଦାସଙ୍କୁ ସାକ୍ଷାତ କରି ଗାଁ ସମସ୍ୟା କହିବା ସହ ନିଜ ସମସ୍ୟା ସବୁ ବଖାଣି ଥିଲେ। ଜିଲାପାଳ ସବୁ ସମସ୍ୟା ଶୁଣିଲା ପରେ ବୃଦ୍ଧା ଲିଲାବତିକୁ ରେଡକ୍ରସ ପାଣ୍ଠିରୁ ୧୦ ହଜାର ଟଙ୍କା ସହାୟତା ଦେଇ ବୃଦ୍ଧାଙ୍କୁ କହିଥିଲେ, ଗାଁକୁ ଦିନେ ନା ଦିନେ ନିଶ୍ଚୟ ପହଞ୍ଚିବେ। ବୁଧବାର ସୁନାବେଡା ଗସ୍ତରେ ଯାଇଥିବାବେଳେ ସେହି କଥାକୁ ମନେ ପକାଇ ଯୋଗିମୁଣ୍ଡା ଗାଁକୁ ଯାଇ ଲିଲାବତି ସହ ସାକ୍ଷାତ କରି ଗାଁ ଲୋକଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି। ଯୋଗିମୁଣ୍ଡାରେ ବହୁତ ଶୀଘ୍ର ଏକ କ୍ୟାମ୍ପ କରି ସମସ୍ତଙ୍କ ଆଧାର, ଭୋଟ ପରିଚୟ, ରାସନ କାର୍ଡ, ବାର୍ଦ୍ଧକ୍ୟ ଭତା, ଜମି ପଟ୍ଟା ଇତ୍ୟାଦି ସମସ୍ୟାର ସମାଧାନ କରାଯିବ ବୋଲି କୋମନା ବିଡିଓ ହେମନ୍ତ କୁମାର ପୁଟାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସେଏହି ସମୟରେ ଉପସ୍ଥିତ ସମସ୍ତ ଗ୍ରାମବାସୀଙ୍କ ସହ ବସି ସୁନାବେଡା ଅଭୟାରଣ୍ୟରେ ମିଲୁଥିବା ମିଠେଇ କନ୍ଦ, ପିତା କନ୍ଦା ଖାଇଥିଲେ। ଡଙ୍ଗରିଆ କନ୍ଦମୂଳ ଖାଇ ଜିଲାପାଳ ପ୍ରଶଂସା କରିଥିଲେ। ଏହି ସମୟରେ ଜିଲା ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ, ଉପଜିଲାପାଳ ଯୋଗେନ୍ଦ୍ର ମାଝି, ଡିଏଫ୍‌ଓ ମହାଦେବ ବୁଡାଇକ, କୋମନା ବିଡିଓ ହେମନ୍ତ ପୁଟା, ଏବିଡିଓ ଭକ୍ତବନ୍ଧୁ ବୁଡେକ, ଚକୋଟିଆ ଭୁଞ୍ଜିଆ ସ୍ବତନ୍ତ୍ର ଅଧିକାରୀ ବିଜୟାନନ୍ଦ ମଲ୍ଲିକ, ସୁନାବେଡା ସରପଞ୍ଚ ରଜନି ଜଗତ, ସମିତି ସଭ୍ୟ ହେମଲାଲ ରାଉତ ପ୍ରମୁଖ ଉପସ୍ଥିତ ଥିଲେ।

The post ବନବାସୀଙ୍କ ସହ ବସି କନ୍ଦମୂଳ ଖାଇଲେ ଜିଲାପାଳ appeared first on Dharitri Odia News.