୧୫ରେ ବଲାଙ୍ଗୀର ଆସିବେ ରାହୁଲ ଗାନ୍ଧୀ:ଶେଷ ପର୍ଯ୍ୟାୟରେ ପସ୍ତୁତି
ବଲାଙ୍ଗୀର, ୧୩।୫ (ସୁନୀଲ କୁମାର ମହାନ୍ତି): ଆସନ୍ତା ୧୫, ବୁଧବାର କଂଗ୍ରେସର ଲୋକପ୍ରିୟ ନେତା ରାହୁଲ ଗାନ୍ଧି ବଲାଙ୍ଗୀର ଗସ୍ତରେ ଆସି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ। ଦିନ ୧୧ଟାରେ ହେଲିକପ୍ଟର ଯୋଗେ ସେ ବଲାଙ୍ଗୀର ମନୋହରପୁର ପଡ଼ିଆରେ ପହଞ୍ଚିବେ। ସେଠାରୁ ଏକ ବିରାଟ ମୋଟର ସାଇକେଲ ଶୋଭାଯାତ୍ରାରେ ରୋଡ ଶୋ’ କରିବେ। ଏହାପରେ ସେ କୋଶଳ କଳାମଣ୍ଡଳରେ ଆୟୋଜିତ ହେବାକୁ ଥିବା ନିର୍ବାଚନ ସଭାରେ ଯୋଗଦେବେ। ଏହି ସଭାରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ, କଂଗ୍ରେସର ଓଡିଶା ପ୍ରଭାରୀ ଅଜୟ […] The post ୧୫ରେ ବଲାଙ୍ଗୀର ଆସିବେ ରାହୁଲ ଗାନ୍ଧୀ:ଶେଷ ପର୍ଯ୍ୟାୟରେ ପସ୍ତୁତି appeared first on Dharitri Odia News.
ବଲାଙ୍ଗୀର, ୧୩।୫ (ସୁନୀଲ କୁମାର ମହାନ୍ତି): ଆସନ୍ତା ୧୫, ବୁଧବାର କଂଗ୍ରେସର ଲୋକପ୍ରିୟ ନେତା ରାହୁଲ ଗାନ୍ଧି ବଲାଙ୍ଗୀର ଗସ୍ତରେ ଆସି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ। ଦିନ ୧୧ଟାରେ ହେଲିକପ୍ଟର ଯୋଗେ ସେ ବଲାଙ୍ଗୀର ମନୋହରପୁର ପଡ଼ିଆରେ ପହଞ୍ଚିବେ। ସେଠାରୁ ଏକ ବିରାଟ ମୋଟର ସାଇକେଲ ଶୋଭାଯାତ୍ରାରେ ରୋଡ ଶୋ’ କରିବେ। ଏହାପରେ ସେ କୋଶଳ କଳାମଣ୍ଡଳରେ ଆୟୋଜିତ ହେବାକୁ ଥିବା ନିର୍ବାଚନ ସଭାରେ ଯୋଗଦେବେ। ଏହି ସଭାରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ, କଂଗ୍ରେସର ଓଡିଶା ପ୍ରଭାରୀ ଅଜୟ କୁମାର, ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର, ବଲାଙ୍ଗୀର ଲୋକ ସଭା ପ୍ରାର୍ଥୀ, ସମସ୍ତ ୭ଟି ବିଧାୟକ ପ୍ରାର୍ଥୀ ଉପସ୍ଥିତ ରହିବେ ବୋଲି ଆଜି ଏକ ଖବରଦାତା ସମ୍ମିଳନୀ କରି ଜିଲା କଂଗ୍ରେସ କମିଟି ପକ୍ଷରୁ ସୂଚନା ଦିଆଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ଲକ୍ଷାଧିକ ସମର୍ଥକ ଓ ଲୋକଙ୍କ ସମାଗମ ହେବ ବୋଲି କୁହାଯାଇଛି। ଆଜିର ସମ୍ମିଳନୀରେ ଜିଲା କଂଗ୍ରେସ କମିଟି ସଭାପତି ଅଶୋକ କୁମାର ନନ୍ଦ, କାର୍ଯ୍ୟକାରୀ ସଭାପତି ମନୀଷ ମିଶ୍ର, ସନ୍ତକ ବହିଦାର, ରାଜ୍ୟ ପ୍ରବକ୍ତା ଅଜିତ ପାଲ, ଜିଲା ପ୍ରବକ୍ତା ଅଜୟ ବାଲି, ଅର୍ଜୁନ ମୁଗ୍ରୀ ମଞ୍ଚାସୀନ ଥିଲେ।
The post ୧୫ରେ ବଲାଙ୍ଗୀର ଆସିବେ ରାହୁଲ ଗାନ୍ଧୀ:ଶେଷ ପର୍ଯ୍ୟାୟରେ ପସ୍ତୁତି appeared first on Dharitri Odia News.