Naveen Patnaik: ନବୀନଙ୍କ ପ୍ଲାନ ସମସ୍ତେ ଆଶ୍ଚର୍ଯ୍ୟ

ଭୁବନେଶ୍ୱର, ୨୦ା୪(ସୁନିତ୍‌ ମିଶ୍ର):ବିଜେଡିର ରାଜ୍ୟ ସଭାପତି ଭାବେ ନବୀନ ପଟ୍ଟନାୟକ ୯ମ ଥର ଲାଗି ଶନିବାର ନିର୍ବାଚିତ ହୋଇଛନ୍ତି। ଜଣେ ମାତ୍ର ପ୍ରାର୍ଥୀ ଭାବେ ନବୀନ ଏହି ପଦ ଲାଗି ନାମାଙ୍କନପତ୍ର ଦାଖଲ କରିଥିଲେ। ନବୀନ ସଭାପତି ନିର୍ବାଚିତ ହେବାପରେ ଶଙ୍ଖ ଭବନଠାରେ ତାଙ୍କ ନେତୃତ୍ୱରେ ଦଳର ରାଜ୍ୟ ପରିଷଦ ବୈଠକ ଅନୁଷ୍ଠିତ ହୋଇଛି। ହେଲେ ୨୪ ବର୍ଷରେ କ୍ଷମତାରେ ରହିଥିବା ବିଜେଡି ଏବେ ବିରୋଧୀ ଦଳକୁ ଆସିବା ପରେ ନବୀନଙ୍କ ଟିମ୍‌ରେ କେଉଁମାନେ ସ୍ଥାନ ପାଇବେ […] The post Naveen Patnaik: ନବୀନଙ୍କ ପ୍ଲାନ ସମସ୍ତେ ଆଶ୍ଚର୍ଯ୍ୟ appeared first on Dharitri Odia News.

Naveen Patnaik: ନବୀନଙ୍କ ପ୍ଲାନ ସମସ୍ତେ ଆଶ୍ଚର୍ଯ୍ୟ

ଭୁବନେଶ୍ୱର, ୨୦ା୪(ସୁନିତ୍‌ ମିଶ୍ର):ବିଜେଡିର ରାଜ୍ୟ ସଭାପତି ଭାବେ ନବୀନ ପଟ୍ଟନାୟକ ୯ମ ଥର ଲାଗି ଶନିବାର ନିର୍ବାଚିତ ହୋଇଛନ୍ତି। ଜଣେ ମାତ୍ର ପ୍ରାର୍ଥୀ ଭାବେ ନବୀନ ଏହି ପଦ ଲାଗି ନାମାଙ୍କନପତ୍ର ଦାଖଲ କରିଥିଲେ। ନବୀନ ସଭାପତି ନିର୍ବାଚିତ ହେବାପରେ ଶଙ୍ଖ ଭବନଠାରେ ତାଙ୍କ ନେତୃତ୍ୱରେ ଦଳର ରାଜ୍ୟ ପରିଷଦ ବୈଠକ ଅନୁଷ୍ଠିତ ହୋଇଛି। ହେଲେ ୨୪ ବର୍ଷରେ କ୍ଷମତାରେ ରହିଥିବା ବିଜେଡି ଏବେ ବିରୋଧୀ ଦଳକୁ ଆସିବା ପରେ ନବୀନଙ୍କ ଟିମ୍‌ରେ କେଉଁମାନେ ସ୍ଥାନ ପାଇବେ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।

Naveen Patnaik ସଭାପତି ହେବା ପରେ ଦଳର ବହୁ ବରିଷ୍ଠ ନେତା ଶଙ୍ଖ ଭବନ ଆସିନାହାନ୍ତି, ଯାହାକୁ ନେଇ ଦଳ ଭିତରେ ଚର୍ଚ୍ଚା ଓ ଆଲୋଚନା ଜୋର୍‌ ଧରିଛି। ବରିଷ୍ଠ ନେତା ରଣେନ୍ଦ୍ର ପ୍ରତାପ ସ୍ବାଇଁ, ପ୍ରଫୁଲ୍ଲ ମଲିକ, ଭୂପେନ୍ଦ୍ର ସିଂ, ପ୍ରଫୁଲ ସାମଲ, ନୃସିଂହ ସାହୁଙ୍କ ଭଳି ଅନେକ ନେତାଙ୍କୁ ଶଙ୍ଖଭବନରେ ଦେଖିବାକୁ ମିଳି ନ ଥିଲା। ଦଳର ଜଣେ ବିଧାୟକ ନିଜ ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି, Naveen Patnaikଙ୍କ ପ୍ରିୟ ଏବେ ଏତେ ଅପ୍ରିୟ ହେଲେ କିପରି। ଯେଉଁମାନଙ୍କୁ ନବୀନ ବାରମ୍ବାର ସରକାର ସମୟରେ ମନ୍ତ୍ରୀ କରି ଦେଉଥିଲେ ସେମାନେ ଏବେ ଦଳଠାରୁ ଦୂରେଇ ଗଲେଣି। ତେବେ କେଉଁଥିଲାଗି ସେମାନଙ୍କୁ ଦଳ ଦୀର୍ଘଦିନ ଧରି ଗୁରୁତ୍ୱ ଦେଇଆସୁଥିଲା ସେନେଇ ଦଳ ଭିତରେ ଟୁପୁରୁଟାପର ଚାଲିଛି। ରାଜ୍ୟ ପରିଷଦ ବୈଠକରେ କିଛି ସେପରି ଆଲୋଚନା ହେଲା ନାହିଁ। ପୁଣିଥରେ ନବୀନ ଦଳୀୟ କର୍ମୀମାନଙ୍କୁ ଅସନ୍ତୋଷ କରିଛନ୍ତି। ନବୀନ ସଭାପତି ହେବାପରେ ଯେଉଁ ଭାଷଣ ରଖିଲେ, ସେଥିରେ ସେ ପଦୁଟିଏ କେନ୍ଦ୍ର ସରକାରଙ୍କ ବିରୋଧରେ ମୁହଁ ଖୋଲିବାକୁ ସାହସ ଜୁଟାଇପାରିଲେ ନାହିଁ। କେମିତି କର୍ମୀମାନେ ଦଳ ଉପରେ ଭରସା କରିରହିବେ ବୋଲି ସମ୍ପୃକ୍ତ ବିଧାୟକ ପ୍ରଶ୍ନ କରିଛନ୍ତି।

Naveen Patnaik ତାଙ୍କ ବକ୍ତବ୍ୟରେ ଦଳର ସଭାପତି ଭାବେ ସେବା କରିବାର ସୁଯୋଗ ମିଳିଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଦେଇଛନ୍ତି। ରାଜ୍ୟବାସୀଙ୍କ ଆଶୀର୍ବାଦରେ ବିଜେଡି ୨୪ ବର୍ଷ ଲୋକଙ୍କ ସେବା କରିବାର ସୁଯୋଗ ପାଇଲା। ରାଜ୍ୟର ସ୍ବାଭିମାନ ଏବଂ ସ୍ବାର୍ଥ ସହ ବିଜେଡି ସବୁବେଳେ ଯୋଡ଼ି ହୋଇ ରହିବ ବୋଲି ସେ କହିଛନ୍ତି।

The post Naveen Patnaik: ନବୀନଙ୍କ ପ୍ଲାନ ସମସ୍ତେ ଆଶ୍ଚର୍ଯ୍ୟ appeared first on Dharitri Odia News.