ବୃଦ୍ଧି ପାଉଛି କର୍କଟ ରୋଗ: ଏହି ଦୈନଦିନ ଜୀବନଶୈଳୀ ବଢାଉଛି ବିପଦ
ନୂଆଦିଲ୍ଲୀ,୭ା୨: ବିଶ୍ୱରେ କର୍କଟ ରୋଗ ଚିନ୍ତାଜନକ ଭାବେ ବଢିଚାଲିଛି, ଯାହା ପ୍ରତି ତୁରନ୍ତ ଧ୍ୟାନ ଦେବା ଉଚିତ୍। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ) ର କର୍କଟ ବିଭାଗର ସର୍ବଶେଷ ଆକଳନ ଅନୁଯାୟୀ, ୨୦୫୦ ମସିହାରେ ବିଶ୍ୱରେ ୩୫ ମିଲିୟନରୁ ଅଧିକ ନୂଆ କର୍କଟ ରୋଗୀ ଥିବେ। ଏହି ସର୍ଭେ ଅନୁଯାୟୀ ଭାରତରେ କର୍କଟ ରୋଗ ହାର ଉଦବେଗଜନକ ଭାବରେ ବୃଦ୍ଧି ପାଉଛି। ଇଣ୍ଡିଆନ୍ ଜର୍ନାଲ୍ ଅଫ୍ ପବ୍ଲିକ୍ ହେଲ୍ଥରେ ପ୍ରକାଶିତ ଏକ ଅଧ୍ୟୟନ ଅନୁଯାୟୀ, ଆସନ୍ତା ପାଞ୍ଚ […] The post ବୃଦ୍ଧି ପାଉଛି କର୍କଟ ରୋଗ: ଏହି ଦୈନଦିନ ଜୀବନଶୈଳୀ ବଢାଉଛି ବିପଦ appeared first on Dharitri Odia News.
ନୂଆଦିଲ୍ଲୀ,୭ା୨: ବିଶ୍ୱରେ କର୍କଟ ରୋଗ ଚିନ୍ତାଜନକ ଭାବେ ବଢିଚାଲିଛି, ଯାହା ପ୍ରତି ତୁରନ୍ତ ଧ୍ୟାନ ଦେବା ଉଚିତ୍। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ) ର କର୍କଟ ବିଭାଗର ସର୍ବଶେଷ ଆକଳନ ଅନୁଯାୟୀ, ୨୦୫୦ ମସିହାରେ ବିଶ୍ୱରେ ୩୫ ମିଲିୟନରୁ ଅଧିକ ନୂଆ କର୍କଟ ରୋଗୀ ଥିବେ। ଏହି ସର୍ଭେ ଅନୁଯାୟୀ ଭାରତରେ କର୍କଟ ରୋଗ ହାର ଉଦବେଗଜନକ ଭାବରେ ବୃଦ୍ଧି ପାଉଛି। ଇଣ୍ଡିଆନ୍ ଜର୍ନାଲ୍ ଅଫ୍ ପବ୍ଲିକ୍ ହେଲ୍ଥରେ ପ୍ରକାଶିତ ଏକ ଅଧ୍ୟୟନ ଅନୁଯାୟୀ, ଆସନ୍ତା ପାଞ୍ଚ ବର୍ଷ ମଧ୍ୟରେ କର୍କଟ ରୋଗ ୧୨% ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି।
କର୍କଟ ଏକ ରୋଗ, ଯେଉଁଥିରେ ଶରୀରର ଏକ କୋଷ ଅନିୟନ୍ତ୍ରିତ ଭାବେ ବୃଦ୍ଧି ପାଇଥାଏ। ଏହା ଯେକୌଣସି ସ୍ଥାନରୁ ଆରମ୍ଭ ହୋଇପାରେ ଏବଂ ସେଲ୍ ବିଭାଜନର କ୍ରମାଗତ ପ୍ରକ୍ରିୟାକୁ ବାଧା ଦେଇପାରେ।
ସର୍ବଭାରତୀୟ ସ୍ତରରେ ବଢୁଥିବା ଏହି ଭାରକୁ ମୁକାବିଲା କରିବା ପାଇଁ ବିଶେଷଜ୍ଞମାନେ ଜୀବନଶୈଳୀରେ ପରିବର୍ତ୍ତନ ଆଣିବାକୁ ପ୍ରୋତ୍ସାହିତ କରୁଛନ୍ତି ଯାହା କର୍କଟ ରୋଗ ହେବାର ସମ୍ଭାବନାକୁ ହ୍ରାସ କରିପାରେ।
କର୍କଟ ବିଶେଷଜ୍ଞଙ୍କ କହିବା ଅନୁସାରେ କିଛି ନିର୍ଦ୍ଦିଷ୍ଟ ଜୀବନଶୈଳୀ ଅଭ୍ୟାସ ଏବଂ ବିଭିନ୍ନ ପ୍ରକାରର କର୍କଟ ମଧ୍ୟରେ ଲିଙ୍କ୍ ତମାଖୁ ସେବନ କରିବା ଏବଂ ଅତ୍ୟଧିକ ମଦ୍ୟପାନ କରିବା ଠାରୁ ମଧ୍ୟ ଅଧିକ। ଅନେକ କର୍କଟ ରୋଗର ବିକାଶରେ ମଧ୍ୟ କିଛି ଅଳ୍ପ ଜଣାଶୁଣା କାରଣ ରହିଛି।”
ଯେଉଁଥିରେ ଦୈନଦିନ ଜୀବନରେ ଶାରୀରିକ ବ୍ୟାୟାମ ନ କରିବା କର୍କଟ ରୋଗ ଆଡକୁ ନେଇପାରେ। କର୍କଟ ବିକାଶ ପାଇଁ ମୋଟାପଣ ଏକ ଗୁରୁତ୍ୱପୂର୍ଣ୍ଣ ବିପଦ କାରଣ ଅଟେ। ସ୍ତନ, କଲୋରେକ୍ଟାଲ୍, ପାନକ୍ରିୟା ଏବଂ କିଡନୀ କର୍କଟ ହେବାର ସମ୍ଭାବନା ରହିଛି।
ସୂର୍ଯ୍ୟରୁ ଆସୁଥିବା ଅତିବାଇଗଣୀ ରଙ୍ଗର (ୟୁଭି) ବିକିରଣର ସଂସ୍ପର୍ଶରେ ଆସିବା ଦ୍ୱାରା ଚର୍ମ କର୍କଟ ରୋଗର ଘାତକ ରୂପ ମେଲାନୋମା ସମେତ ଚର୍ମ କର୍କଟ ହେବାର ଆଶଙ୍କା ବଢିଥାଏ।
ଏହା ବ୍ୟତୀତ ଅସ୍ୱାସ୍ଥ୍ୟକର ଖାଦ୍ୟ ଯେଉଁଥିରେ ଅଧିକ ଚର୍ବି ଏବଂ କମ୍ ଫାଇବର ଯୁକ୍ତ ଖାଦ୍ୟ ଅନ୍ତସ୍ଥଳୀ, ଫୁସଫୁସ, ପ୍ରୋଷ୍ଟେଟ୍ ଏବଂ ଗର୍ଭାଶୟ କର୍କଟ ସହିତ ଅନେକ କର୍କଟ ରୋଗର ଆଶଙ୍କା ବଢାଇପାରେ।
The post ବୃଦ୍ଧି ପାଉଛି କର୍କଟ ରୋଗ: ଏହି ଦୈନଦିନ ଜୀବନଶୈଳୀ ବଢାଉଛି ବିପଦ appeared first on Dharitri Odia News.