ବୀରାପ୍ପାନଙ୍କ ଝିଅ ଲଢିବେ ଲୋକ ସଭା ନିର୍ବାଚନ: ଜାଣନ୍ତୁ କେଉଁ ଦଳରୁ ମିଳିଛି ଟିକେଟ୍‌

ନୂଆଦିଲ୍ଲୀ,୨୪।୩: କୁଖ୍ୟାତ ଚନ୍ଦନ ଚୋରା ଚାଲାଣକାରୀ ବୀରାପ୍ପାନଙ୍କ ଝଅ ବିଦ୍ୟା ରାନୀ ଏପ୍ରିଲ ୧୯ରେ ତାମିଲନାଡୁରେ ହେବାକୁ ଥିବା ଲୋକ ସଭା ନିର୍ବାଚନରେ ନିଜ ଭାଗ୍ୟ ପରୀକ୍ଷା କରିବେ। ସେ ତାମିଲ ନ୍ୟାଶନାଲିଷ୍ଟ ପାର୍ଟି ଅଫ ନାମ ତାମିଜର କାଚି (ଏନଟିସି) ର ଟିକଟରେ କୃଷ୍ଣଗିରି ଲୋକ ସଭା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବେ। ବୃତ୍ତି ଅନୁଯାୟୀ ଓକିଲ ବିଦ୍ୟା ରାନୀ ଜୁଲାଇ ୨୦୨୦ରେ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଥିଲେ। ଏଠାରେ ସେ ତାମିଲନାଡୁ ଭାଜପା ୟୁଥ […] The post ବୀରାପ୍ପାନଙ୍କ ଝିଅ ଲଢିବେ ଲୋକ ସଭା ନିର୍ବାଚନ: ଜାଣନ୍ତୁ କେଉଁ ଦଳରୁ ମିଳିଛି ଟିକେଟ୍‌ appeared first on Dharitri Odia News.

ବୀରାପ୍ପାନଙ୍କ ଝିଅ ଲଢିବେ ଲୋକ ସଭା ନିର୍ବାଚନ: ଜାଣନ୍ତୁ କେଉଁ ଦଳରୁ ମିଳିଛି ଟିକେଟ୍‌

ନୂଆଦିଲ୍ଲୀ,୨୪।୩: କୁଖ୍ୟାତ ଚନ୍ଦନ ଚୋରା ଚାଲାଣକାରୀ ବୀରାପ୍ପାନଙ୍କ ଝଅ ବିଦ୍ୟା ରାନୀ ଏପ୍ରିଲ ୧୯ରେ ତାମିଲନାଡୁରେ ହେବାକୁ ଥିବା ଲୋକ ସଭା ନିର୍ବାଚନରେ ନିଜ ଭାଗ୍ୟ ପରୀକ୍ଷା କରିବେ। ସେ ତାମିଲ ନ୍ୟାଶନାଲିଷ୍ଟ ପାର୍ଟି ଅଫ ନାମ ତାମିଜର କାଚି (ଏନଟିସି) ର ଟିକଟରେ କୃଷ୍ଣଗିରି ଲୋକ ସଭା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବେ। ବୃତ୍ତି ଅନୁଯାୟୀ ଓକିଲ ବିଦ୍ୟା ରାନୀ ଜୁଲାଇ ୨୦୨୦ରେ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଥିଲେ। ଏଠାରେ ସେ ତାମିଲନାଡୁ ଭାଜପା ୟୁଥ ୱିଙ୍ଗର ଉପସଭାପତି ପଦ ପାଇଥିଲେ, କିନ୍ତୁ ନିକଟରେ ସେ ଭାଜପା ଛାଡି ଅଭିନେତା-ନିର୍ଦ୍ଦେଶକ ସୀମାନଙ୍କ ନେତୃତ୍ୱରେ ଏନ୍‌ଟିକେରେ ଯୋଗଦେଇଥିଲେ।
ଚେନ୍ନାଇରେ ଏକ ସାଧାରଣ ସଭାରେ ତାମିଲନାଡୁ ଏବଂ ପୁଡୁଚେରୀରେ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ୪୦ ଜଣ ପ୍ରାର୍ଥୀଙ୍କୁ ପରିଚିତ କରି ସେମାନ କହିଛନ୍ତି ଯେ ବିଦ୍ୟା ରାନୀ କୃଷ୍ଣଗିରିରୁ ଏନ୍‌ଟିକେ ପ୍ରାର୍ଥୀ ହେବେ। ୪୦ଟି ଏନ୍‌ଟିକେ ପ୍ରାର୍ଥୀଙ୍କ ମଧ୍ୟରୁ ଅର୍ଦ୍ଧେକ ମହିଳା ଅଟନ୍ତି। ଏହି ଦଳକୁ ଏଲ୍‌ଟିଟିଇ ନେତା ଭେଲୁପିଲାଇ ପ୍ରଭାକରନ ପରିଚାଳନା କରୁଛନ୍ତି।

The post ବୀରାପ୍ପାନଙ୍କ ଝିଅ ଲଢିବେ ଲୋକ ସଭା ନିର୍ବାଚନ: ଜାଣନ୍ତୁ କେଉଁ ଦଳରୁ ମିଳିଛି ଟିକେଟ୍‌ appeared first on Dharitri Odia News.