ଦୁଇଦିନ ପରେ ଚୈତ୍ର ମଙ୍ଗଳବାର, ଚଳଚଞ୍ଚଳ ମା’ ତାରାତାରିଣୀଙ୍କ ପୀଠ

ପୁରୁଷୋତ୍ତମପୁର,୧୫ା୩(ସୀମାଞ୍ଚଳ ମିଶ୍ର): ପାଖେଇ ଆସିଲାଣି ଗଞ୍ଜାମର ପ୍ରସିଦ୍ଧ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ଚୈତ୍ରଯାତ୍ରା। ଏଥିଲାଗି ଚଳଚଞ୍ଚଳ ହୋଇ ଉଠିଛି ରତ୍ନଗିରି ପାହାଡ଼ ପାରିପାଶର୍‌ବ। ମା’ଙ୍କ ପ୍ରସିଦ୍ଧ ମଙ୍ଗଳବାର ଯାତ୍ରାକୁ ଆଉମାତ୍ର ଦୁଇଦିନ ବାକି ରହିଥିବା ବେଳେ ଜିଲା ପ୍ରଶାସନ ଓ ମନ୍ଦିର ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଜୋରସୋରରେ ଚାଲିଛି। ପରମ୍ପରା ଅନୁସାରେ ପବିତ୍ର ଦୋଳପୂର୍ଣ୍ଣିମାରେ ମା’ଙ୍କ ରୀତିନୀତି ଅନୁଯାୟୀ, ପୂଜାର୍ଚ୍ଚନା କରାଯିବା ପରେ ହିନ୍ଦୁ ଧର୍ମର ପଞ୍ଜିକା ମା’ଙ୍କ ପୀଠରେ ପଢ଼ାଯାଇ ତିଥି ଲଗ୍ନ ପ୍ରକାରେ ଯାତ୍ରାଲାଗି […] The post ଦୁଇଦିନ ପରେ ଚୈତ୍ର ମଙ୍ଗଳବାର, ଚଳଚଞ୍ଚଳ ମା’ ତାରାତାରିଣୀଙ୍କ ପୀଠ appeared first on Dharitri Odia News.

ଦୁଇଦିନ ପରେ ଚୈତ୍ର ମଙ୍ଗଳବାର, ଚଳଚଞ୍ଚଳ ମା’ ତାରାତାରିଣୀଙ୍କ ପୀଠ

ପୁରୁଷୋତ୍ତମପୁର,୧୫ା୩(ସୀମାଞ୍ଚଳ ମିଶ୍ର): ପାଖେଇ ଆସିଲାଣି ଗଞ୍ଜାମର ପ୍ରସିଦ୍ଧ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ଚୈତ୍ରଯାତ୍ରା। ଏଥିଲାଗି ଚଳଚଞ୍ଚଳ ହୋଇ ଉଠିଛି ରତ୍ନଗିରି ପାହାଡ଼ ପାରିପାଶର୍‌ବ। ମା’ଙ୍କ ପ୍ରସିଦ୍ଧ ମଙ୍ଗଳବାର ଯାତ୍ରାକୁ ଆଉମାତ୍ର ଦୁଇଦିନ ବାକି ରହିଥିବା ବେଳେ ଜିଲା ପ୍ରଶାସନ ଓ ମନ୍ଦିର ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଜୋରସୋରରେ ଚାଲିଛି। ପରମ୍ପରା ଅନୁସାରେ ପବିତ୍ର ଦୋଳପୂର୍ଣ୍ଣିମାରେ ମା’ଙ୍କ ରୀତିନୀତି ଅନୁଯାୟୀ, ପୂଜାର୍ଚ୍ଚନା କରାଯିବା ପରେ ହିନ୍ଦୁ ଧର୍ମର ପଞ୍ଜିକା ମା’ଙ୍କ ପୀଠରେ ପଢ଼ାଯାଇ ତିଥି ଲଗ୍ନ ପ୍ରକାରେ ଯାତ୍ରାଲାଗି ଶୁଭଖୁଣ୍ଟି ମନ୍ଦିର ନିର୍ବାହୀ ଅଧିକାରୀ ଟି.କେ. ରେଡ୍ଡୀଙ୍କ ତ୍ତତ୍ତ୍ୱାବଧାନରେ ସ୍ଥାପନ କରାଯାଇଥିଲା। ଚଳିତ ବର୍ଷ ୪ଟି ମଙ୍ଗଳବାର ପାଳି ପଡୁଥିବାରୁ ଯେପରି ମା’ଙ୍କ ଯାତ୍ରା ସୂଚାରୁ ରୂପେ ହେବ। ଏହି ସମୟରେ ମା’ଙ୍କ ନୀତିକାନ୍ତି ଠିକ୍‌ ସମୟରେ ହେବ ସେଥିନେଇ ସମସ୍ତ ସେବାୟତ ନିଷ୍ଠାପର ଓ ଶାନ୍ତିଶୃଙ୍ଖଳାର ସହ କାର୍ଯ୍ୟ କରିବା ଲାଗି ସେବାୟତ ସଂଘ ସଭାପତି ତପନରଣା ନିର୍ଦ୍ଦେଶ ଦେଇଛନ୍ତି। ଏହାସହ ଜିଲା ପ୍ରଶାସନ ପକ୍ଷରୁ ମଧ୍ୟ ପ୍ରଚଣ୍ଡ ଖରାଦାଉରୁ କିପରି ଭକ୍ତଙ୍କୁ ସୁରକ୍ଷା ଦିଆଯିବ ସେଥିନେଇ ନରସିଂହପୁର ଛକଠାରୁ ମନ୍ଦିର ପର୍ଯ୍ୟନ୍ତ ଛାଇର ବ୍ୟବସ୍ଥା କରିବା, ଶିଶୁଙ୍କ ମୁଣ୍ଡନଲାଗି ୪ଟି ମୁଣ୍ଡନ ଶାଳା ନିର୍ମାଣ, ଭକ୍ତଙ୍କ ଖାଇବା ଲାଗି ପ୍ରସାଦ ଯୋଗାଇଦେବା, ମନ୍ଦିରରେ ମା’ଙ୍କ ପୂଜାର୍ଚ୍ଚନାକୁ ବାହାରେ ଥିବା ଭକ୍ତମାନେ କିପରି ଦେଖିପାରିବେ ସେଥି ଲାଗି ୫ଟି ଏଲ୍‌ସିଡି ବିଭିନ୍ନ ସ୍ଥାନରେ ଲଗାଇବା ଆଦି କାର୍ଯ୍ୟର ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଦିବ୍ୟଜୋତି ପରିଡ଼ା ବିଭିନ୍ନ ସମୟରେ ଆସି ତଦାରଖ କରୁଛନ୍ତି।

The post ଦୁଇଦିନ ପରେ ଚୈତ୍ର ମଙ୍ଗଳବାର, ଚଳଚଞ୍ଚଳ ମା’ ତାରାତାରିଣୀଙ୍କ ପୀଠ appeared first on Dharitri Odia News.