ଇଂଲଣ୍ଡ ବିପକ୍ଷ ୪ର୍ଥ ଟେଷ୍ଟ ଖେଳିବେନି ବୁମ୍ରା, ସାମ୍ନାକୁ ଆସିଲା ଏହି କାରଣ
ନୂଆଦିଲ୍ଲୀ,୧୯।୨: ତୃତୀୟ ଟେଷ୍ଟରେ ଭାରତ ଇଂଲଣ୍ଡକୁ ପରାସ୍ତ କରିଛି। ଏହିପରି ଭାବେ ସିରିଜରେ ଭାରତୀୟ ଦଳ ୨-୧ରେ ଆଗରେ ରହିଛି। ଦୁଇ ଦଳ ମଧ୍ୟରେ ସିରିଜର ଚତୁର୍ଥ ଟେଷ୍ଟ ୨୩ ଫେବୃଆରୀରୁ ରାଞ୍ଚିରେ ଖେଳାଯିବ।ଏହି ସମୟରେ ଏକ ଖବର ସାମ୍ନାକୁ ଆସିଛି। କୁହାଯାଉଛି ଜସପ୍ରୀତ ବୁମ୍ରା ରାଞ୍ଚି ଟେଷ୍ଟରେ ଟିମ ଇଣ୍ଡିଆର ପ୍ଲେ-୧୧ରେ ଅଂଶ ହେବେ ନାହିଁ। ବୁମ୍ରା କାର୍ଯ୍ୟଭାର ପରିଚାଳନା ଅଧୀନରେ ବିଶ୍ରାମ ଦିଆଯିବ। ତେଣୁ ସେ ରାଞ୍ଚି ଟେଷ୍ଟରେ ଟିମ ଇଣ୍ଡିଆର ଅଂଶ ହେବେ […] The post ଇଂଲଣ୍ଡ ବିପକ୍ଷ ୪ର୍ଥ ଟେଷ୍ଟ ଖେଳିବେନି ବୁମ୍ରା, ସାମ୍ନାକୁ ଆସିଲା ଏହି କାରଣ appeared first on Dharitri Odia News.
ନୂଆଦିଲ୍ଲୀ,୧୯।୨: ତୃତୀୟ ଟେଷ୍ଟରେ ଭାରତ ଇଂଲଣ୍ଡକୁ ପରାସ୍ତ କରିଛି। ଏହିପରି ଭାବେ ସିରିଜରେ ଭାରତୀୟ ଦଳ ୨-୧ରେ ଆଗରେ ରହିଛି। ଦୁଇ ଦଳ ମଧ୍ୟରେ ସିରିଜର ଚତୁର୍ଥ ଟେଷ୍ଟ ୨୩ ଫେବୃଆରୀରୁ ରାଞ୍ଚିରେ ଖେଳାଯିବ।ଏହି ସମୟରେ ଏକ ଖବର ସାମ୍ନାକୁ ଆସିଛି। କୁହାଯାଉଛି ଜସପ୍ରୀତ ବୁମ୍ରା ରାଞ୍ଚି ଟେଷ୍ଟରେ ଟିମ ଇଣ୍ଡିଆର ପ୍ଲେ-୧୧ରେ ଅଂଶ ହେବେ ନାହିଁ। ବୁମ୍ରା କାର୍ଯ୍ୟଭାର ପରିଚାଳନା ଅଧୀନରେ ବିଶ୍ରାମ ଦିଆଯିବ। ତେଣୁ ସେ ରାଞ୍ଚି ଟେଷ୍ଟରେ ଟିମ ଇଣ୍ଡିଆର ଅଂଶ ହେବେ ନାହିଁ। ଏଥି ସହିତ ଏହି ସିରିଜରେ ବୁମ୍ରାଙ୍କ ପ୍ରଦର୍ଶନ ଅତ୍ୟନ୍ତ ଭଲ ହୋଇଛି । ରାଞ୍ଚି ଟେଷ୍ଟରେ ବୁମ୍ରାଙ୍କ ସ୍ଥାନରେ ମୁକେଶ କୁମାର କିମ୍ବା ଆକାଶ ଦୀପଙ୍କୁ ଦଳରେ ଅନ୍ତର୍ଭୁକ୍ତ କରାଯାଇପାରିବ ବୋଲି ବିଶ୍ୱାସ ରହିଛି। କିନ୍ତୁ ସବୁଠାରୁ ବଡ ପ୍ରଶ୍ନ ହେଉଛି ଟିମ ଇଣ୍ଡିଆରେ ବୁମ୍ରାଙ୍କ ଶୂନ୍ୟସ୍ଥାନ ପୂରଣ କରିବାକୁ ମୁକେଶ କୁମାର କିମ୍ବା ଆକାଶ ଦୀପ ସକ୍ଷମ ହେବେ କି ନାହିଁ।
The post ଇଂଲଣ୍ଡ ବିପକ୍ଷ ୪ର୍ଥ ଟେଷ୍ଟ ଖେଳିବେନି ବୁମ୍ରା, ସାମ୍ନାକୁ ଆସିଲା ଏହି କାରଣ appeared first on Dharitri Odia News.