ସୁନା କଣିକା ସଂଗ୍ରହ ବେଳେ ବଡ଼ ଧରଣର ଭୂସ୍ଖଳନ: ୧୫ ମୃତ, ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ
ପଡ଼ାଙ୍ଗ,୨୭ା୯: ଇଣ୍ଡୋନେସିଆର ସୁମାତ୍ରା ଦ୍ୱୀପରେ ବେଆଇନ ଭାବେ ଖଣିରୁ ସୁନା ଉତ୍ତୋଳନ ବେଳେ ଭୂସ୍ଖଳନ ହେବାରୁ ଅନୂ୍ୟନ ୧୫ ଜଣଙ୍କ ମୃତ୍ୟୁ ଘଟିବା ସହ ଅନେକ ନିଖୋଜ ହୋଇଯାଇଛନ୍ତି। ପଶ୍ଚିମ ସୁମାତ୍ରା ପ୍ରଦେଶର ସୋଲୋକ ଜିଲାରେ ଗ୍ରାମବାସୀମାନେ ଖଣି ଖୋଳି ସୁନା କଣିକା ସଂଗ୍ରହ କରୁଥିବା ବେଳେ ପାଖ ପାହାଡ଼ରୁ ମାଟି ଅତଡ଼ା ଖସିଥିଲା। ଫଳରେ ସେମାନେ ମାଟି ଓ ପଥର ଖଣ୍ଡ ତଳେ ପୋତିହୋଇ ପଡ଼ିଥିଲେ। ୩ ଜଣଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଥିବାବେଳେ ମାଟିତଳେ ଅନୂ୍ୟନ […] The post ସୁନା କଣିକା ସଂଗ୍ରହ ବେଳେ ବଡ଼ ଧରଣର ଭୂସ୍ଖଳନ: ୧୫ ମୃତ, ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ appeared first on Dharitri Odia News.
ପଡ଼ାଙ୍ଗ,୨୭ା୯: ଇଣ୍ଡୋନେସିଆର ସୁମାତ୍ରା ଦ୍ୱୀପରେ ବେଆଇନ ଭାବେ ଖଣିରୁ ସୁନା ଉତ୍ତୋଳନ ବେଳେ ଭୂସ୍ଖଳନ ହେବାରୁ ଅନୂ୍ୟନ ୧୫ ଜଣଙ୍କ ମୃତ୍ୟୁ ଘଟିବା ସହ ଅନେକ ନିଖୋଜ ହୋଇଯାଇଛନ୍ତି। ପଶ୍ଚିମ ସୁମାତ୍ରା ପ୍ରଦେଶର ସୋଲୋକ ଜିଲାରେ ଗ୍ରାମବାସୀମାନେ ଖଣି ଖୋଳି ସୁନା କଣିକା ସଂଗ୍ରହ କରୁଥିବା ବେଳେ ପାଖ ପାହାଡ଼ରୁ ମାଟି ଅତଡ଼ା ଖସିଥିଲା।
ଫଳରେ ସେମାନେ ମାଟି ଓ ପଥର ଖଣ୍ଡ ତଳେ ପୋତିହୋଇ ପଡ଼ିଥିଲେ। ୩ ଜଣଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଥିବାବେଳେ ମାଟିତଳେ ଅନୂ୍ୟନ ୨୫ ଜଣ ପୋତିହୋଇ ରହିଥିବା ଆଶଙ୍କା କରାଯାଉଛି। ବିସ୍ତୀର୍ଣ୍ଣ ଅଞ୍ଚଳରେ ମାଟି କାଦୁଅ ମାଡ଼ିଯିବା ସହ ଅନ୍ଧକାର ଏବଂ ଟେଲିଯୋଗାଯୋଗ ଅଭାବରୁ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି।
The post ସୁନା କଣିକା ସଂଗ୍ରହ ବେଳେ ବଡ଼ ଧରଣର ଭୂସ୍ଖଳନ: ୧୫ ମୃତ, ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ appeared first on Dharitri Odia News.