ମାତୃଭାଷାରେ ସ୍ନାତକ ପଢ଼ିବେ ଛାତ୍ରଛାତ୍ରୀ: ପୁସ୍ତକ ଲେଖା ପାଇଁ ୫୦ ଲେଖକ ମନୋନୀତ
ଭୁବନେଶ୍ବର, ୨୪।୧: ଆଗକୁ ଛାତ୍ରଛାତ୍ରୀମାନେ ଓଡ଼ିଆ ଭାଷାରେ ସ୍ନାତକ ପଢିବେ। ଏନେଇ ସରକାର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ନିକଟରେ ଇନ୍ଦିରା ଗାନ୍ଧୀ ମୁକ୍ତ ବିଶ୍ବବିଦ୍ୟାଳୟ ପକ୍ଷରୁ ଏମବିଏ ପାଠ୍ୟକ୍ରମ ପାଇଁ ଓଡ଼ିଆ ପୁସ୍ତକ ପ୍ରକାଶ କରାଯାଇଥିଲା ବେଳେ ଆଗକୁ ଡାକ୍ତରୀ ଏବଂ ଇଂଜିନିୟରିଂ ମଧ୍ୟ ଓଡ଼ିଆ ଭାଷାରେ ପଢ଼ାଯିବ। ଜାତୀୟ ଶିକ୍ଷା ନୀତି ୨୦୨୦ ଲାଗୁ କରିବା ପାଇଁ ସରକାରୀ ସ୍ତରରେ ତତ୍ପରତା ଦେଖାଦେଇଛି। ଉଚ୍ଚଶିକ୍ଷା ବିଭାଗରେ ସ୍ନାତକ(+୩) କ୍ଷେତ୍ରରେ ଏହା ଲାଗୁ ହୋଇ ସାରିଥିବାବେଳେ ଛାତ୍ରଛାତ୍ରୀ […] The post ମାତୃଭାଷାରେ ସ୍ନାତକ ପଢ଼ିବେ ଛାତ୍ରଛାତ୍ରୀ: ପୁସ୍ତକ ଲେଖା ପାଇଁ ୫୦ ଲେଖକ ମନୋନୀତ appeared first on Dharitri Odia News.
ଭୁବନେଶ୍ବର, ୨୪।୧: ଆଗକୁ ଛାତ୍ରଛାତ୍ରୀମାନେ ଓଡ଼ିଆ ଭାଷାରେ ସ୍ନାତକ ପଢିବେ। ଏନେଇ ସରକାର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ନିକଟରେ ଇନ୍ଦିରା ଗାନ୍ଧୀ ମୁକ୍ତ ବିଶ୍ବବିଦ୍ୟାଳୟ ପକ୍ଷରୁ ଏମବିଏ ପାଠ୍ୟକ୍ରମ ପାଇଁ ଓଡ଼ିଆ ପୁସ୍ତକ ପ୍ରକାଶ କରାଯାଇଥିଲା ବେଳେ ଆଗକୁ ଡାକ୍ତରୀ ଏବଂ ଇଂଜିନିୟରିଂ ମଧ୍ୟ ଓଡ଼ିଆ ଭାଷାରେ ପଢ଼ାଯିବ। ଜାତୀୟ ଶିକ୍ଷା ନୀତି ୨୦୨୦ ଲାଗୁ କରିବା ପାଇଁ ସରକାରୀ ସ୍ତରରେ ତତ୍ପରତା ଦେଖାଦେଇଛି।
ଉଚ୍ଚଶିକ୍ଷା ବିଭାଗରେ ସ୍ନାତକ(+୩) କ୍ଷେତ୍ରରେ ଏହା ଲାଗୁ ହୋଇ ସାରିଥିବାବେଳେ ଛାତ୍ରଛାତ୍ରୀ ଯେଭଳି ଭାବେ ନିଜ ମାତୃଭାଷାରେ ପାଠ ପଢ଼ିବେ ସେ ଦିଗରେ କାମ ଚାଲିଛି। ପୁସ୍ତକ ଲେଖା ପାଇଁ ରାଜ୍ୟରେ ପ୍ରାୟ ୫୦ ଲେଖକଙ୍କୁ ମନୋନୀତ କରାଯାଇଛି । ଖୁବ୍ଶୀଘ୍ର ପୁସ୍ତକ ଲେଖା କାମ ଆରମ୍ଭ ହେବ।
ସୂଚନା ଅନୁଯାୟୀ ଜାତୀୟ ଶିକ୍ଷାନୀତି ଓଡ଼ିଶାରେ ଉଚ୍ଚଶିକ୍ଷା କ୍ଷେତ୍ରରେ ୨୦୨୪-୨୫ ଶିକ୍ଷା ବର୍ଷରୁ ଲାଗୁ କରାଯାଇଛି । ଜାତୀୟ ଶିକ୍ଷାନୀତି ୨୦୨୦ ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ସମସ୍ତ ସରକାରୀ ବିଶ୍ଵବିଦ୍ୟାଳୟ ଏବଂ ଅନୁବନ୍ଧିତ ମହାବିଦ୍ୟାଳୟରେ ଲାଗୁ ହୋଇଛି। ତିନି ବର୍ଷ ବଦଳରେ ଚାରି ବର୍ଷର ସ୍ନାତକ ପାଠ୍ୟକ୍ରମ ପଢ଼ିବେ ଛାତ୍ରଛାତ୍ରୀ ।
ପ୍ରଚଳିତ ପୁସ୍ତକ ଲେଖା ପାଇଁ ୫୦ ଲେଖକ ମନୋନୀତ ପାଠ୍ୟକ୍ରମକୁ ଦୃଷ୍ଟିରେ ରଖ୍ ପାଠ୍ୟ ପୁସ୍ତକ ପ୍ରସ୍ତୁତ କରିବାକୁ ଉତ୍କଳ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ ଦାୟିତ୍ବ ଦିଆଯାଇଛି। ପ୍ରଫେସର ଆଚାର୍ଯ୍ୟଙ୍କୁ ପୁସ୍ତକ ପ୍ରସ୍ତୁତି ପାଇଁ ନୋଡାଲ ଅଧିକାରୀ ଭାବେ ପୂର୍ବରୁ ଦାୟିତ୍ୱ ଦିଆଯାଇଥିଲା। ଏବେ ଉତ୍କଳ ବିଶ୍ବବିଦ୍ୟାଳୟ ପକ୍ଷରୁ ସ୍ନାତକ କଳା, ବାଣିଜ୍ୟ, ବିଜ୍ଞାନ ଏବଂ ମ୍ୟାନେଜମେଣ୍ଟ ଭଳି ପାଠ୍ୟକ୍ରମର ପ୍ରାୟ ୨୦ ପୁସ୍ତକ ପ୍ରାଥମିକ ଭାବେ ଲେଖାଯିବ।
ଜାତୀୟ ଶିକ୍ଷା ନୀତିର ପାଠ୍ୟଖସଡ଼ା ମୁତାବକ ଏହି ପୁସ୍ତକ ଲେଖାଯିବ। ପୁସ୍ତକ ଲେଖା ପାଇଁ ସ୍ବତନ୍ତ୍ର ମାନଦଣ୍ଡ(ଏସଓପି) ପ୍ରସ୍ତୁତ କରାଯାଉଛି। ଏନେଇ ଏକ ବୈଠକ ହୋଇଥିବାବେଳେ ଖୁବ୍ଶୀଘ୍ର ପୁସ୍ତକ ଲେଖାର ନିୟମାବଳୀ ଚୂଡ଼ାନ୍ତ କରାଯିବ । ବହିଗୁଡ଼ିକ ଓଡ଼ିଆରେ ଲେଖାଯିବ। ୨୦୨୪-୨୫ରୁ ସ୍ନାତକ (+୩) ରେ ଜାତୀୟ ଶିକ୍ଷାନୀତି ଲାଗୁ ହୋଇଥିବାରୁ କିଭଳି ଶୀଘ୍ର ପୁସ୍ତକ ରଚନା ହେବ ସେନେଇ କାର୍ଯ୍ୟ ଚାଲିଛି।
The post ମାତୃଭାଷାରେ ସ୍ନାତକ ପଢ଼ିବେ ଛାତ୍ରଛାତ୍ରୀ: ପୁସ୍ତକ ଲେଖା ପାଇଁ ୫୦ ଲେଖକ ମନୋନୀତ appeared first on Dharitri Odia News.