ଭାରତ ବିପକ୍ଷ ଶେଷ ଟେଷ୍ଟ ପାଇଁ ଅଷ୍ଟ୍ରେଲିଆ ଦଳ ଘୋଷଣା: ବାଦ୍ ପଡ଼ିଲେ ମିଚେଲ ମାର୍ଶ
ସିଡନୀ,୨।୧: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଥିବା ବର୍ଡର-ଗାଭାସ୍କର ଟ୍ରଫି ବର୍ତ୍ତମାନ ଶେଷ ପର୍ଯ୍ୟାୟରେ ଅଛି। ସିରିଜର ଚାରୋଟି ଟେଷ୍ଟ ମ୍ୟାଚ ଖେଳାଯାଇଛି। ବର୍ତ୍ତମାନ ପଞ୍ଚମ ତଥା ଶେଷ ଟେଷ୍ଟ ମ୍ୟାଚ ଜାନୁଆରୀ ୩ ତାରିଖରୁ ଖେଳାଯିବ। ଏହି ଟେଷ୍ଟ ପାଇଁ ଅଷ୍ଟ୍ରେଲିଆ ଏକାଦଶ ଖେଳିବାକୁ ଘୋଷଣା କରିଛି। ପଞ୍ଚମ ଟେଷ୍ଟରୁ ଷ୍ଟାର ଅଲରାଉଣ୍ଡର ମିଚେଲ ମାର୍ଶଙ୍କୁ ବାଦ୍ ଦିଆଯାଇଛି। ସେ ଏହି ସିରିଜରେ ଉଭୟ ବଲ ଏବଂ ବ୍ୟାଟ ସହିତ ଫ୍ଲପ ହୋଇଥିଲେ। ଭାରତ ବିପକ୍ଷ […] The post ଭାରତ ବିପକ୍ଷ ଶେଷ ଟେଷ୍ଟ ପାଇଁ ଅଷ୍ଟ୍ରେଲିଆ ଦଳ ଘୋଷଣା: ବାଦ୍ ପଡ଼ିଲେ ମିଚେଲ ମାର୍ଶ appeared first on Dharitri Odia News.
ସିଡନୀ,୨।୧: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଥିବା ବର୍ଡର-ଗାଭାସ୍କର ଟ୍ରଫି ବର୍ତ୍ତମାନ ଶେଷ ପର୍ଯ୍ୟାୟରେ ଅଛି। ସିରିଜର ଚାରୋଟି ଟେଷ୍ଟ ମ୍ୟାଚ ଖେଳାଯାଇଛି। ବର୍ତ୍ତମାନ ପଞ୍ଚମ ତଥା ଶେଷ ଟେଷ୍ଟ ମ୍ୟାଚ ଜାନୁଆରୀ ୩ ତାରିଖରୁ ଖେଳାଯିବ। ଏହି ଟେଷ୍ଟ ପାଇଁ ଅଷ୍ଟ୍ରେଲିଆ ଏକାଦଶ ଖେଳିବାକୁ ଘୋଷଣା କରିଛି।
ପଞ୍ଚମ ଟେଷ୍ଟରୁ ଷ୍ଟାର ଅଲରାଉଣ୍ଡର ମିଚେଲ ମାର୍ଶଙ୍କୁ ବାଦ୍ ଦିଆଯାଇଛି। ସେ ଏହି ସିରିଜରେ ଉଭୟ ବଲ ଏବଂ ବ୍ୟାଟ ସହିତ ଫ୍ଲପ ହୋଇଥିଲେ। ଭାରତ ବିପକ୍ଷ ସାମ୍ପ୍ରତିକ ସିରିଜର ୪ଟି ମ୍ୟାଚରେ ସେ ହାରାହାରି ୧୦.୪୩ରେ ୭୩ ରନ ସ୍କୋର କରିବାରେ ସକ୍ଷମ ହୋଇଛନ୍ତି। ବର୍ଡର-ଗାଭାସ୍କର ଟ୍ରଫିର ୬ଟି ଇନିଂସରେ ବୋଲିଂ କରି ସେ ମାତ୍ର ୩ ଉଇକେଟ ନେଇଥିଲେ।
୩୧ ବର୍ଷୀୟ ଅଲରାଉଣ୍ଡର ବିୟୁ ଓ୍ବେଷ୍ଟର୍ ଅଷ୍ଟ୍ରେଲିଆ ପାଇଁ ପଞ୍ଚମ ଟେଷ୍ଟରେ ଡେବ୍ୟୁ କରିବେ। ସାଢେ ଛଅ ଫୁଟ ଉଚ୍ଚର ଓ୍ବେଷ୍ଟର୍ ଏପର୍ଯ୍ୟନ୍ତ ବ୍ୟାଟିଂ ହାରାହାରି ୩୭.୮୩ରେ ୯୩ ପ୍ରଥମ ଶ୍ରେଣୀ ମ୍ୟାଚ ରେ ୫,୨୯୭ ରନ ସଂଗ୍ରହ କରିଛନ୍ତି । ତାଙ୍କର ପ୍ରଥମ ଶ୍ରେଣୀ କ୍ୟାରିୟରରେ ତାଙ୍କ ନାମରେ ୧୨ ଶତକ ଏବଂ ୨୪ ଅର୍ଦ୍ଧଶତକ ଅଛି। ସେ ତାଙ୍କ ଡାହାଣ ହାତରେ ମଧ୍ୟମ ଗତି ବୋଲିଂ କରି ଏପର୍ଯ୍ୟନ୍ତ ୧୪୮ ଉଇକେଟ ନେଇଛନ୍ତି।
ପଞ୍ଚମ ଟେଷ୍ଟ ପାଇଁ ଅଷ୍ଟ୍ରେଲିଆର ପ୍ଲେଇଙ୍ଗ-୧୧ ସାମ କନଷ୍ଟାସ, ଉସମାନ ଖ୍ବାଜା, ମାର୍ନସ ଲାବୁସାଗ୍ନେ, ଷ୍ଟିଭ ସ୍ମିଥ, ଟ୍ରାଭିସ ହେଡ, ବିଉ ଓ୍ବେଷ୍ଟର୍, ଆଲେକ୍ସ କେରି (ଉଇକେଟ କିପର), ପ୍ୟାଟ କମିନ୍ସ (ଅଧିନାୟକ), ନାଥାନ ଲିଅନ, ମିଚେଲ ଷ୍ଟାର୍କ ଏବଂ ସ୍କଟ ବୋଲାଣ୍ଡ।
The post ଭାରତ ବିପକ୍ଷ ଶେଷ ଟେଷ୍ଟ ପାଇଁ ଅଷ୍ଟ୍ରେଲିଆ ଦଳ ଘୋଷଣା: ବାଦ୍ ପଡ଼ିଲେ ମିଚେଲ ମାର୍ଶ appeared first on Dharitri Odia News.