ଭୁଶୁଡ଼ିଲା ସୁଡ଼ଙ୍ଗ: ଫସି ରହିଛନ୍ତି ୮ ଶ୍ରମିକ

ହାଇଦ୍ରାବାଦ,୨୨।୨; ତେଲଙ୍ଗାନାରେ ଏକ ନିର୍ମାଣାଧୀନ ସୁଡ଼ଙ୍ଗର କିଛି ଅଂଶ ଶନିବାର ଭୁଶୁଡ଼ି ପଡ଼ିଛି। ଫଳରେ ଏହା ତଳେ ୮ଜଣ ଶ୍ରମିକ ଫସିରହିଥିବା ଆଶଙ୍କା କରାଯାଉଛି। ନଗରକୁର୍ନୁଲ ଜିଲାର ଶ୍ରୀଶୈଲମ ଡ୍ୟାମ୍‌ ପଛ ପାର୍ଶ୍ୱରେ ଥିବା ଉକ୍ତ ଟନେଲ୍‌ର ଲିକ୍‌ ମରାମତି କରିବା ପାଇଁ ଶ୍ରମିକମାନେ ଯାଇଥିବାବେଳେ ଏହି ଅଘଟଣ ଘଟିଛି। ପ୍ରାୟ ୧୨ ଜଣ ଶ୍ରମିକ କୌଣସି ପ୍ରକାରେ ବାହାରି ଆସିବାକୁ ସକ୍ଷମ ହୋଇଥିବା ବେଳେ ୮ଜଣ ରହିଯାଇଥିବା ଆଶଙ୍କା କରାଯାଉଛି। ସେମାନଙ୍କୁ ସୁରକ୍ଷିତ ଉଦ୍ଧାର ପାଇଁ […] The post ଭୁଶୁଡ଼ିଲା ସୁଡ଼ଙ୍ଗ: ଫସି ରହିଛନ୍ତି ୮ ଶ୍ରମିକ appeared first on Dharitri Odia News.

ଭୁଶୁଡ଼ିଲା ସୁଡ଼ଙ୍ଗ: ଫସି ରହିଛନ୍ତି ୮ ଶ୍ରମିକ

ହାଇଦ୍ରାବାଦ,୨୨।୨; ତେଲଙ୍ଗାନାରେ ଏକ ନିର୍ମାଣାଧୀନ ସୁଡ଼ଙ୍ଗର କିଛି ଅଂଶ ଶନିବାର ଭୁଶୁଡ଼ି ପଡ଼ିଛି। ଫଳରେ ଏହା ତଳେ ୮ଜଣ ଶ୍ରମିକ ଫସିରହିଥିବା ଆଶଙ୍କା କରାଯାଉଛି। ନଗରକୁର୍ନୁଲ ଜିଲାର ଶ୍ରୀଶୈଲମ ଡ୍ୟାମ୍‌ ପଛ ପାର୍ଶ୍ୱରେ ଥିବା ଉକ୍ତ ଟନେଲ୍‌ର ଲିକ୍‌ ମରାମତି କରିବା ପାଇଁ ଶ୍ରମିକମାନେ ଯାଇଥିବାବେଳେ ଏହି ଅଘଟଣ ଘଟିଛି।

ପ୍ରାୟ ୧୨ ଜଣ ଶ୍ରମିକ କୌଣସି ପ୍ରକାରେ ବାହାରି ଆସିବାକୁ ସକ୍ଷମ ହୋଇଥିବା ବେଳେ ୮ଜଣ ରହିଯାଇଥିବା ଆଶଙ୍କା କରାଯାଉଛି। ସେମାନଙ୍କୁ ସୁରକ୍ଷିତ ଉଦ୍ଧାର ପାଇଁ ଉଦ୍ୟମ ଜାରି ରହିଛି। ୧୦ ମିଟର ପର୍ଯ୍ୟନ୍ତ ଟନେଲ ଭୁଶୁଡ଼ିଥିବା ବେଳେ ୨୦୦ ମିଟରରୁ ଅଧିକ ଦୂର ପର୍ଯ୍ୟନ୍ତ କାଦୁଅ ମାଡ଼ିଯାଇଥିବା ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ରେଭାନ୍ଥ ରେଡ୍ଡୀ ଦୁଃଖ ପ୍ରକାଶ କରିଛନ୍ତି। ତାଙ୍କ ନିର୍ଦ୍ଦେଶ କ୍ରମେ ଜିଲାପାଳ, ଏସ୍‌ପି ଏବଂ ଜଳସେଚନ ବିଭାଗ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟର ତଦାରଖ କରିଛନ୍ତି।

The post ଭୁଶୁଡ଼ିଲା ସୁଡ଼ଙ୍ଗ: ଫସି ରହିଛନ୍ତି ୮ ଶ୍ରମିକ appeared first on Dharitri Odia News.