ପଦ୍ମପୁର ଆସନରେ ପ୍ରାର୍ଥୀ ଘୋଷଣା ଦ୍ୱନ୍ଦ୍ୱ
ପଦ୍ମପୁର,୨୮।୩. (ପ୍ରଦୀପ୍ତ ଦାଶ): ବରଗଡ଼ ଜିଲାରେ ଥିବା ବିଧାନସଭା ଆସନ ପାଇଁ ବିଜେଡି ବୁଧବାର ପ୍ରାର୍ଥୀ ଘୋଷଣା କରିଛି। କିନ୍ତୁ ପଦ୍ମପୁର ବିଧାନସଭା ଆସନ ପାଇଁ ନାଁ ଘୋଷଣା କରିନାହିଁ। ସେହିପରି ଭାଜପା ଓ କଂଗ୍ରେସ ପକ୍ଷରୁ ମଧ୍ୟ ଟିକେଟ ଘୋଷଣା ହୋଇନାହିଁ। ଅପରପକ୍ଷେ ତିନି ଦଳରୁ ଆଶାୟୀଙ୍କ ସଂଖ୍ୟା ବଢ଼ି ଚାଲିଛି। ଅନେକ ସ୍ଥାନୀୟ ନେତା ବୁଦ୍ଧିଜୀବୀ ମଧ୍ୟ ନିର୍ଦ୍ଦଳୀୟ ଭାବେ ନିର୍ବାଚନ ରଣାଙ୍ଗନରେ ପ୍ରତିଦ୍ୱନ୍ଦ୍ୱିତା ପାଇଁ ପ୍ରସ୍ତୁତି ଚଳାଇଛନ୍ତି । ପଦ୍ମପୁର ବିଧାନସଭା ନିର୍ବାଚନ […] The post ପଦ୍ମପୁର ଆସନରେ ପ୍ରାର୍ଥୀ ଘୋଷଣା ଦ୍ୱନ୍ଦ୍ୱ appeared first on Dharitri Odia News.
ପଦ୍ମପୁର,୨୮।୩. (ପ୍ରଦୀପ୍ତ ଦାଶ): ବରଗଡ଼ ଜିଲାରେ ଥିବା ବିଧାନସଭା ଆସନ ପାଇଁ ବିଜେଡି ବୁଧବାର ପ୍ରାର୍ଥୀ ଘୋଷଣା କରିଛି। କିନ୍ତୁ ପଦ୍ମପୁର ବିଧାନସଭା ଆସନ ପାଇଁ ନାଁ ଘୋଷଣା କରିନାହିଁ। ସେହିପରି ଭାଜପା ଓ କଂଗ୍ରେସ ପକ୍ଷରୁ ମଧ୍ୟ ଟିକେଟ ଘୋଷଣା ହୋଇନାହିଁ। ଅପରପକ୍ଷେ ତିନି ଦଳରୁ ଆଶାୟୀଙ୍କ ସଂଖ୍ୟା ବଢ଼ି ଚାଲିଛି। ଅନେକ ସ୍ଥାନୀୟ ନେତା ବୁଦ୍ଧିଜୀବୀ ମଧ୍ୟ ନିର୍ଦ୍ଦଳୀୟ ଭାବେ ନିର୍ବାଚନ ରଣାଙ୍ଗନରେ ପ୍ରତିଦ୍ୱନ୍ଦ୍ୱିତା ପାଇଁ ପ୍ରସ୍ତୁତି ଚଳାଇଛନ୍ତି ।
ପଦ୍ମପୁର ବିଧାନସଭା ନିର୍ବାଚନ ମଣ୍ଡଳୀର ପ୍ରମୁଖ ସମସ୍ୟା ମଧ୍ୟରୁ ପଦ୍ମପୁରକୁ ଜିଲା ମାନ୍ୟତା, ପାଇକମାଳ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରକୁ ସିଏଚ୍ସି ମାନ୍ୟତା, ଜଳସେଚନ ଓ ମଣ୍ଡି ଅବ୍ୟବସ୍ଥା, ଆଦିବାସୀ ଉନ୍ନୟନ ବିଭାଗ ପରିଚାଳିତ ବିଦ୍ୟାଳୟରେ ଶିକ୍ଷକ ଅଭାବ, ପଦ୍ମପୁର ସହରରେ ପାନୀୟଜଳ ସମସ୍ୟା, ଡାକ୍ତରଖାନାରେ ଡାକ୍ତର ଅଭାବ ଏପରି ଅନେକ ସମସ୍ୟା ସବୁ ଦଳ ପାଇଁ ଆହ୍ବାନ ରହିବ।
ପଦ୍ମପୁର ବିଧାନସଭା ଆସନ ପାଇଁ ଟିକେଟ ଘୋଷଣା ସବୁ ଦଳ ପାଇଁ ଅଡୁଆ ହେବାରେ ଲାଗିଛି। ସାଧାରଣ ଭୋଟରଙ୍କ ମଧ୍ୟରେ ଉତ୍କଣ୍ଠା ବଢି ଚାଲିଛି। ଉକ୍ତ ଦାବିଗୁଡିକୁ ପୂରଣ ପାଇଁ ଯେଉଁ ଦଳ ଇସ୍ତାହାରରେ ସ୍ଥାନୀତ କରିବେ ସେହି ଦଳର ପ୍ରାର୍ଥୀ ଭୋଟରଙ୍କ ପସନ୍ଦ ହୋଇପାରନ୍ତି ବୋଲି ଚର୍ଚ୍ଚା ଚାଲିଛି।
The post ପଦ୍ମପୁର ଆସନରେ ପ୍ରାର୍ଥୀ ଘୋଷଣା ଦ୍ୱନ୍ଦ୍ୱ appeared first on Dharitri Odia News.