‘ମାଂସ ଦୋକାନ ସମ୍ମୁଖରେ କପଡ଼ା ଟଙ୍ଗାଯାଉ’
ଚୌଦ୍ୱାର,୧୮ା୨(ଆଶୁତୋଷ ଦାସ): ଚୌଦ୍ୱାର ସହରାଞ୍ଚଳର ରାସ୍ତାପାର୍ଶ୍ୱ ଦୋକାନରେ କଟା ମାଂସ ବିକ୍ରି କରାଯାଉଛି। ଏଭଳି ଦୃଶ୍ୟ ଦେଖି ରାସ୍ତାରେ ଯାଉଥିବା କୋମଳମତି ପିଲାଙ୍କ ଉପରେ ଏହାର କୁପ୍ରଭାବ ପଡୁଛି। ଏଥିସହ ରାସ୍ତାରେ ଉଡୁଥିବା ଧୂଳି ଉକ୍ତ ମାଂସରେ ମିଶୁଛି। ତେଣୁ ବ୍ୟବସାୟୀମାନେ ଦୋକାନକୁ ଆବଦ୍ଧ କରିବା କିମ୍ବା ଦୋକାନ ସମ୍ମୁଖରେ କପଡ଼ା ଟାଙ୍ଗି ମାଂସ ବିକ୍ରି କରିବାକୁ ସ୍ଥାନୀୟ ସ୍ବେଚ୍ଛାସେବୀ ସଙ୍ଗଠନ ଉଦ୍ଧାର ଫାଉଣ୍ଡେଶନ ପକ୍ଷରୁ ଦାବି ହୋଇଛି। ଏ ସମ୍ପର୍କିତ ଦାବିପତ୍ର ଚୌଦ୍ୱାର ପୌରନିର୍ବାହୀ ଅଧିକାରୀଙ୍କ […] The post ‘ମାଂସ ଦୋକାନ ସମ୍ମୁଖରେ କପଡ଼ା ଟଙ୍ଗାଯାଉ’ appeared first on Dharitri Odia News.
ଚୌଦ୍ୱାର,୧୮ା୨(ଆଶୁତୋଷ ଦାସ): ଚୌଦ୍ୱାର ସହରାଞ୍ଚଳର ରାସ୍ତାପାର୍ଶ୍ୱ ଦୋକାନରେ କଟା ମାଂସ ବିକ୍ରି କରାଯାଉଛି। ଏଭଳି ଦୃଶ୍ୟ ଦେଖି ରାସ୍ତାରେ ଯାଉଥିବା କୋମଳମତି ପିଲାଙ୍କ ଉପରେ ଏହାର କୁପ୍ରଭାବ ପଡୁଛି। ଏଥିସହ ରାସ୍ତାରେ ଉଡୁଥିବା ଧୂଳି ଉକ୍ତ ମାଂସରେ ମିଶୁଛି। ତେଣୁ ବ୍ୟବସାୟୀମାନେ ଦୋକାନକୁ ଆବଦ୍ଧ କରିବା କିମ୍ବା ଦୋକାନ ସମ୍ମୁଖରେ କପଡ଼ା ଟାଙ୍ଗି ମାଂସ ବିକ୍ରି କରିବାକୁ ସ୍ଥାନୀୟ ସ୍ବେଚ୍ଛାସେବୀ ସଙ୍ଗଠନ ଉଦ୍ଧାର ଫାଉଣ୍ଡେଶନ ପକ୍ଷରୁ ଦାବି ହୋଇଛି। ଏ ସମ୍ପର୍କିତ ଦାବିପତ୍ର ଚୌଦ୍ୱାର ପୌରନିର୍ବାହୀ ଅଧିକାରୀଙ୍କ ଉଦ୍ଦେଶ୍ୟରେ ପୌର କାର୍ଯ୍ୟାଳୟରେ ଇଂ. ପତିତପାବନ ପଟ୍ଟନାୟକଙ୍କୁ ପ୍ରଦାନ କରାଯାଇଛି।
ଫାଉଣ୍ଡେଶନର ଉପସଭାପତି କାହ୍ନୁଚରଣ ସେଠୀଙ୍କ ନେତୃତ୍ୱରେ କିରଣବାଳା ନାୟକ, ମୀନା ଚୌଧୁରୀ, ଖୁଲଣା ସାହୁ, ଓମ୍ପ୍ରକାଶ ନାୟକ, ସୌମ୍ୟ ରଞ୍ଜନ ପରିଡ଼ାଙ୍କ ସମେତ ଅନ୍ୟ ସଦସ୍ୟମାନେ ଦାବିପତ୍ର ପ୍ରଦାନ କରିଥିଲେ। ଫାଉଣ୍ଡେଶନର ପ୍ରତିନିଧିମାନେ ପୌରାଧ୍ୟକ୍ଷା ମାନସୀ ସ୍ବର୍ଣ୍ଣପ୍ରଭା ସାମଲ, ଉପାଧ୍ୟକ୍ଷ ଶୁଭେନ୍ଦୁ ସାମଲ, କାର୍ଯ୍ୟନିର୍ବାହୀ ଅଧିକାରୀ ସୌମ୍ୟରଞ୍ଜନ ମିଶ୍ରଙ୍କୁ ଏ ସମ୍ପର୍କରେ ଅବଗତ କରିବା ପରେ ତୁରନ୍ତ ପ୍ରତିକାର ବ୍ୟବସ୍ଥା କରାଯିବ ବୋଲି ସେମାନେ ପ୍ରତିଶ୍ରୁତି ଦେଇଥିବା ଜଣାପଡ଼ିଛି।
The post ‘ମାଂସ ଦୋକାନ ସମ୍ମୁଖରେ କପଡ଼ା ଟଙ୍ଗାଯାଉ’ appeared first on Dharitri Odia News.