ଆଜି ସରିବ ଯୁକ୍ତ୨ ପରୀକ୍ଷା: ୧୫ ଦିନ ମଧ୍ୟରେ ବାହାରିବ ଫଳାଫଳ
ଭୁବନେଶ୍ୱର, ୨୦।୩ (ଅସମାପିକା ସାହୁ): ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍ଏସ୍ଇ) ଦ୍ୱାରା ପରିଚାଳିତ ଯୁକ୍ତ୨ ପରୀକ୍ଷା ବୁଧବାର ଶେଷ ହେବ। ଶେଷଦିନ କଳା, ବାଣିଜ୍ୟ ଓ ଧନ୍ଦାମୂଳକ ବିଭାଗର ପରୀକ୍ଷା ରହିଛି। ଚଳିତ ବର୍ଷ ଗୋଟିଏ ଦିନରେ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ରେଜଲ୍ଟ ପ୍ରକାଶ ପାଇବ। ଏ ନେଇ ପୂର୍ବରୁ ସିଏଚ୍ଏସ୍ଇ ପକ୍ଷରୁ ସୂଚନା ଦିଆଯାଇଥିଲା। ନିର୍ବାଚନକୁ ଦୃଷ୍ଟିରେ ରଖି ମେ’ ୧୫ ତାରିଖ ଭିତରେ ରେଜଲ୍ଟ ପ୍ରକାଶ କରାଯିବାର ଯୋଜନା ରହିଛି। […] The post ଆଜି ସରିବ ଯୁକ୍ତ୨ ପରୀକ୍ଷା: ୧୫ ଦିନ ମଧ୍ୟରେ ବାହାରିବ ଫଳାଫଳ appeared first on Dharitri Odia News.
ଭୁବନେଶ୍ୱର, ୨୦।୩ (ଅସମାପିକା ସାହୁ): ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍ଏସ୍ଇ) ଦ୍ୱାରା ପରିଚାଳିତ ଯୁକ୍ତ୨ ପରୀକ୍ଷା ବୁଧବାର ଶେଷ ହେବ। ଶେଷଦିନ କଳା, ବାଣିଜ୍ୟ ଓ ଧନ୍ଦାମୂଳକ ବିଭାଗର ପରୀକ୍ଷା ରହିଛି। ଚଳିତ ବର୍ଷ ଗୋଟିଏ ଦିନରେ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ରେଜଲ୍ଟ ପ୍ରକାଶ ପାଇବ। ଏ ନେଇ ପୂର୍ବରୁ ସିଏଚ୍ଏସ୍ଇ ପକ୍ଷରୁ ସୂଚନା ଦିଆଯାଇଥିଲା। ନିର୍ବାଚନକୁ ଦୃଷ୍ଟିରେ ରଖି ମେ’ ୧୫ ତାରିଖ ଭିତରେ ରେଜଲ୍ଟ ପ୍ରକାଶ କରାଯିବାର ଯୋଜନା ରହିଛି। ପରୀକ୍ଷା ସରିବାର ଦୁଇଦିନ ପରେ ଅର୍ଥାତ୍ ମାର୍ଚ୍ଚ ୨୨ ତାରିଖରୁ ଖାତା ଦେଖା ଆରମ୍ଭ ହେବ। ଦୁଇଟି ପର୍ଯ୍ୟାୟରେ ଖାତାଦେଖା ହେବ। ମାର୍ଚ୍ଚ ୨୨ରୁ ଏପ୍ରିଲ ୨ ତାରିଖ ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟ ମୂଲ୍ୟାୟନ ହେବ। ସେହିପରି ଏପ୍ରିଲ ୪ରୁ ଏପ୍ରିଲ ୧୫ ତାରିଖ ପର୍ଯ୍ୟନ୍ତ ଦ୍ୱିତୀୟ ପର୍ଯ୍ୟାୟ ମୂଲ୍ୟାୟନ କରାଯିବ। ସବୁବର୍ଷ ପରି ଚଳିତବର୍ଷ ମଧ୍ୟ ଅନ୍ଲାଇନ ଓ ଅଫ୍ଲାଇନରେ ଖାତାଦେଖା ହେବ। କଳା, ବିଜ୍ଞାନ ଓ ବାଣିଜ୍ୟ ଅନ୍ଲାଇନରେ ଖାତାଦେଖା ହେବ। ଧନ୍ଦାମୂଳକ ଶିକ୍ଷାର ମୂଲ୍ୟାୟନ ଅଫ୍ଲାଇନରେ ହେବ। ଚଳିତ ବର୍ଷ ଖାତାଦେଖାରେ ପ୍ରାୟ ୧୫ ହଜାର ଅଧ୍ୟାପିକା ଓ ଅଧ୍ୟାପକ ନିୟୋଜିତ ହେବେ। ସୂଚନାଯୋଗ୍ୟ, ଯୁକ୍ତ୨ ପରୀକ୍ଷା ଫେବୃଆରୀ ୧୬ରୁ ଆରମ୍ଭ ହୋଇଥିଲା। ଚଳିତ ବର୍ଷ ୩ ଲକ୍ଷ ୮୬ ହଜାର ୨୫୦ ଜଣ ଛାତ୍ରୀଛାତ୍ର ପରୀକ୍ଷା ଦେଉଛନ୍ତି। ସେମାନଙ୍କ ମଧ୍ୟରେ ରେଗୁଲାର ୩ ଲକ୍ଷ ୬୦ ହଜାର ୧୯୮ ଏବଂ ଏକ୍ସରେଗୁଲାର ପରୀକ୍ଷାର୍ଥୀ ୨୬ ହଜାର ୫୨ ଜଣ ରହିଛନ୍ତି। କଳାରେ ୨ ଲକ୍ଷ ୩୭ ହଜାର ୭୫୦, ବିଜ୍ଞାନରେ ୧ ଲକ୍ଷ ୧୬ ହଜାର ୬୨୦, ବାଣିଜ୍ୟରେ ୨୬ ହଜାର ୮୯ ଏବଂ ଧନ୍ଦାମୂଳକରେ ୫ ହଜାର ୭୯୧ ଜଣ ଏଥର ପରୀକ୍ଷା ଦେଉଛନ୍ତି।
The post ଆଜି ସରିବ ଯୁକ୍ତ୨ ପରୀକ୍ଷା: ୧୫ ଦିନ ମଧ୍ୟରେ ବାହାରିବ ଫଳାଫଳ appeared first on Dharitri Odia News.