ବୌଦ୍ଧରେ ପ୍ରବଳ ବର୍ଷା: ବନ୍ୟାସ୍ରୋତରେ ଟ୍ରାକ୍ଟର ଭାସିଗଲା
କଣ୍ଟମାଳ,୨୪।୭(ଅଦିତେଶ୍ୱେର ମିଶ୍ର): ବୌଦ୍ଧ ଜିଲାରେ ଗତକାଲି ରାତିରେ ଲଗାଣ ପ୍ରବଳ ବର୍ଷା ଯୋଗୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଏହି ବର୍ଷା କାରଣରୁ କୁରୁମୁଣ୍ଡା ନାଳ ଉପରେ ପାଞ୍ଚ ଫୁଟ ପାଣି ପ୍ରବାହିତ ହେଉଥିବାରୁ ମନମୁଣ୍ଡା-ଶଗଡା ରାସ୍ତାରେ ଯୋଗାଯୋଗ ସମ୍ପୂର୍ଣ୍ଣ ବିଛିନ୍ନ ହୋଇଯାଇଛି। ରାସ୍ତାର ଉଭୟ ପାର୍ଶ୍ଵରେ ଗାଡ଼ିମଟର ଯାତାୟାତ ବନ୍ଦ ରହିଛି। ଏହି ରାସ୍ତା ଦେଇ ଯାଉଥିବା ଏକ ଟ୍ରାକ୍ଟର ପାଣିରେ ଭାସି ଯାଇଥିବା ବେଳେ ଡ୍ରାଇଭର ଅଳ୍ପକେ ରକ୍ଷା ପାଇଛନ୍ତି। ଏହା ସହିତ, ବର୍ଷା […] The post ବୌଦ୍ଧରେ ପ୍ରବଳ ବର୍ଷା: ବନ୍ୟାସ୍ରୋତରେ ଟ୍ରାକ୍ଟର ଭାସିଗଲା appeared first on Dharitri Odia News.
କଣ୍ଟମାଳ,୨୪।୭(ଅଦିତେଶ୍ୱେର ମିଶ୍ର): ବୌଦ୍ଧ ଜିଲାରେ ଗତକାଲି ରାତିରେ ଲଗାଣ ପ୍ରବଳ ବର୍ଷା ଯୋଗୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଏହି ବର୍ଷା କାରଣରୁ କୁରୁମୁଣ୍ଡା ନାଳ ଉପରେ ପାଞ୍ଚ ଫୁଟ ପାଣି ପ୍ରବାହିତ ହେଉଥିବାରୁ ମନମୁଣ୍ଡା-ଶଗଡା ରାସ୍ତାରେ ଯୋଗାଯୋଗ ସମ୍ପୂର୍ଣ୍ଣ ବିଛିନ୍ନ ହୋଇଯାଇଛି। ରାସ୍ତାର ଉଭୟ ପାର୍ଶ୍ଵରେ ଗାଡ଼ିମଟର ଯାତାୟାତ ବନ୍ଦ ରହିଛି। ଏହି ରାସ୍ତା ଦେଇ ଯାଉଥିବା ଏକ ଟ୍ରାକ୍ଟର ପାଣିରେ ଭାସି ଯାଇଥିବା ବେଳେ ଡ୍ରାଇଭର ଅଳ୍ପକେ ରକ୍ଷା ପାଇଛନ୍ତି।
ଏହା ସହିତ, ବର୍ଷା ଯୋଗୁ ବହୀରା ଅଞ୍ଚଳରେ ଥିବା ହରିଜନ ସାହିରେ କେନାଲରୁ ପାଣି ପଶି କୃତ୍ରିମ ବନ୍ୟା ସୃଷ୍ଟି ହୋଇଛି। ଘରେ ଆଣ୍ଠୁଏ ପାଣି ଲହଡ଼ା ମାରୁଥିବା ବେଳେ ଘର ଚତୁଃପାର୍ଶ୍ଵରେ ପାଣି ଜମି ରହିଛି। ଫଳରେ ସ୍ଥାନୀୟ ଲୋକଙ୍କ ଜନଜୀବନ ସମ୍ପୂର୍ଣ୍ଣ ଅସ୍ତବ୍ୟସ୍ତ ହୋଇପଡ଼ିଛି। ବର୍ତ୍ତମାନ ସୁଦ୍ଧା ପାଣି ନିଷ୍କାସନ ହୋଇନଥିବାରୁ ଅନେକ ବାସିନ୍ଦା ନିଜ ଘର ଛାଡ଼ି ନିକଟସ୍ଥ ବନ୍ୟା ଆଶ୍ରୟସ୍ଥଳୀରେ ରହୁଛନ୍ତି।
ଏହି ବନ୍ୟା ପରିସ୍ଥିତି ଯୋଗୁ ସ୍ଥାନୀୟ ବାସିନ୍ଦାମାନେ କଷ୍ଟରେ ଅଛନ୍ତି ଏବଂ ଜିଲା ପ୍ରଶାସନ ପକ୍ଷରୁ ତୁରନ୍ତ ପଦକ୍ଷେପ ନେବାକୁ ଦାବି ହେଉଛି। ପାଣି ନିଷ୍କାସନ ଓ ଯୋଗାଯୋଗ ବ୍ୟବସ୍ଥା ପୁନଃସ୍ଥାପନ ପାଇଁ ତଦାରଖ କରାଯାଉଥିବା ଜଣାପଡ଼ିଛି।
The post ବୌଦ୍ଧରେ ପ୍ରବଳ ବର୍ଷା: ବନ୍ୟାସ୍ରୋତରେ ଟ୍ରାକ୍ଟର ଭାସିଗଲା appeared first on Dharitri Odia News.