ହାତୀପଲ ଘରଭାଙ୍ଗି ଧାନ ଖାଇଲେ: ପରିବା ଚାଷ, ସୋଲାର ଲାଇଟ କଲେ ନଷ୍ଟ

ଭଞ୍ଜନଗର,୪।୧(ବାବୁଲା ପ୍ରଧାନ): ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡ ଅନ୍ତର୍ଗତ ମୁଜାଗଡ ବନାଞ୍ଚଳରେ କିଛିଦିନ ହେଲା ୨୫ ଟିକିଆ ହାତୀପଲ ଘୂରି ବୁଲୁଛନ୍ତି। ସନ୍ଧ୍ୟା ହେଲେ ଜଙ୍ଗଲରୁ ବାହାରି ଲୋକଙ୍କ ଫସଲ କ୍ଷତି କରୁଛନ୍ତି। ଶୁକ୍ରବାର ହାତୀପଲ ଚିଟିପଲ୍ଲୀ ଗ୍ରାମରେ ବ୍ୟାପକ ଫସଲ କ୍ଷତି କରିଛନ୍ତି। କେତେକ ସ୍ଥାନରେ ଘରଭାଙ୍ଗି ଭିତରେ ଥିବା ଧାନ ଖାଇ ଦେଇଛନ୍ତି। ଏଥିସହ ଜମିରେ ଲାଗିଥିବା ସୋଲାର ଲାଇଟକୁ ମଧ୍ୟ ଭାଙ୍ଗି ଦେଇଛନ୍ତି। କେତେଜଣ ଚାଷୀ ଋଣ ଆଣି ଚାଷ କରିଥିବାରୁ ଫସଲ […] The post ହାତୀପଲ ଘରଭାଙ୍ଗି ଧାନ ଖାଇଲେ: ପରିବା ଚାଷ, ସୋଲାର ଲାଇଟ କଲେ ନଷ୍ଟ appeared first on Dharitri Odia News.

ହାତୀପଲ ଘରଭାଙ୍ଗି ଧାନ ଖାଇଲେ: ପରିବା ଚାଷ, ସୋଲାର ଲାଇଟ କଲେ ନଷ୍ଟ

ଭଞ୍ଜନଗର,୪।୧(ବାବୁଲା ପ୍ରଧାନ): ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡ ଅନ୍ତର୍ଗତ ମୁଜାଗଡ ବନାଞ୍ଚଳରେ କିଛିଦିନ ହେଲା ୨୫ ଟିକିଆ ହାତୀପଲ ଘୂରି ବୁଲୁଛନ୍ତି। ସନ୍ଧ୍ୟା ହେଲେ ଜଙ୍ଗଲରୁ ବାହାରି ଲୋକଙ୍କ ଫସଲ କ୍ଷତି କରୁଛନ୍ତି। ଶୁକ୍ରବାର ହାତୀପଲ ଚିଟିପଲ୍ଲୀ ଗ୍ରାମରେ ବ୍ୟାପକ ଫସଲ କ୍ଷତି କରିଛନ୍ତି। କେତେକ ସ୍ଥାନରେ ଘରଭାଙ୍ଗି ଭିତରେ ଥିବା ଧାନ ଖାଇ ଦେଇଛନ୍ତି। ଏଥିସହ ଜମିରେ ଲାଗିଥିବା ସୋଲାର ଲାଇଟକୁ ମଧ୍ୟ ଭାଙ୍ଗି ଦେଇଛନ୍ତି। କେତେଜଣ ଚାଷୀ ଋଣ ଆଣି ଚାଷ କରିଥିବାରୁ ଫସଲ ନଷ୍ଟ ପରେ ସେମାନେ ଚିନ୍ତାରେ ପଡିଛନ୍ତି। ଅନ୍ୟପକ୍ଷରେ ବନ କର୍ମଚାରୀମାନେ ହାତୀପଲକୁ ଘଉଡ଼ାଇବାକୁ ଯାଇ ନାକେଦମ ହେଲେଣି। ବନପାଳ ଅନୁପ କୁମାର ବିଷୋୟୀ କହିଛନ୍ତି ଯେ, ଲୋକଙ୍କ ଧନଜୀବନ ସହ ବନ୍ୟପ୍ରାଣୀ କିଭଳି ସୁରକ୍ଷିତ ରହିବେ ସେଥିପ୍ରତି ଦୃଷ୍ଟି ଦିଆଯାଉଛି। ଜଙ୍ଗଲ ଆଇନ ଉପରେଲୋକଙ୍କୁ ସଚେତନ କରାଯାଉଛି। କ୍ଷତିଗ୍ରସ୍ତ ଚାଷୀଙ୍କୁ ତୁରନ୍ତ କିଭଳି ସହାୟତା ମିଳିବ ସେ ନେଇ ପଦକ୍ଷେପ ନିଆଯାଇଛି।

The post ହାତୀପଲ ଘରଭାଙ୍ଗି ଧାନ ଖାଇଲେ: ପରିବା ଚାଷ, ସୋଲାର ଲାଇଟ କଲେ ନଷ୍ଟ appeared first on Dharitri Odia News.