ମଣ୍ଡି ବୁଲି ସ୍ଥିତି ଦେଖିଲେ ଜିଲାପାଳ

ଅତାବିରା,୨୬ା୧୦(ହୃଷୀକେଶ ଖମାରୀ): ବରଗଡ଼ ଜିଲାରେ ଧାନ ଅମଳ ଆରମ୍ଭ ହୋଇଛି। ଧାନ ସଂଗ୍ରହ ନୀତି ନିର୍ଦ୍ଧାରଣ ବୈଠକ ପରେ ଜିଲାରେ ମଣ୍ଡିଗୁଡ଼ିକରେ ଧାନ ସଂଗ୍ରହ କରାଯିବ। ଏହି କ୍ରମରେ ମଣ୍ଡିଗୁଡ଼ିକର ସ୍ଥିତି କିଭଳି ରହିଛି, ଜିଲାପାଳ ଆଦିତ୍ୟ ଗୋୟଲ ତା’ର ସ୍ଥିତି ନିରୀକ୍ଷଣ କରିଛନ୍ତି। ଶନିବାର ଜିଲାପାଳ ଗୋୟଲ ଅତାବିରା ଆର୍‌ଏମ୍‌ସିର ବିଭିନ୍ନ ମାର୍କେଟ ୟାର୍ଡଗୁଡ଼ିକ ପରିଦର୍ଶନ କରି ମାର୍କେଟର ସ୍ଥିତିକୁ ନିରୀକ୍ଷଣ କରିଥିଲେ। ଏହା ସହିତ ଉନ୍ନୟନମୂଳକ କାର୍ଯ୍ୟଗୁଡ଼ିକର ତଦାରଖ କରିଥିଲେ। ଉନ୍ନୟନମୂଳକ କାର୍ଯ୍ୟଗୁଡ଼ିକ ସଠିକ୍‌ […] The post ମଣ୍ଡି ବୁଲି ସ୍ଥିତି ଦେଖିଲେ ଜିଲାପାଳ appeared first on Dharitri Odia News.

ମଣ୍ଡି ବୁଲି ସ୍ଥିତି ଦେଖିଲେ ଜିଲାପାଳ

ଅତାବିରା,୨୬ା୧୦(ହୃଷୀକେଶ ଖମାରୀ): ବରଗଡ଼ ଜିଲାରେ ଧାନ ଅମଳ ଆରମ୍ଭ ହୋଇଛି। ଧାନ ସଂଗ୍ରହ ନୀତି ନିର୍ଦ୍ଧାରଣ ବୈଠକ ପରେ ଜିଲାରେ ମଣ୍ଡିଗୁଡ଼ିକରେ ଧାନ ସଂଗ୍ରହ କରାଯିବ। ଏହି କ୍ରମରେ ମଣ୍ଡିଗୁଡ଼ିକର ସ୍ଥିତି କିଭଳି ରହିଛି, ଜିଲାପାଳ ଆଦିତ୍ୟ ଗୋୟଲ ତା’ର ସ୍ଥିତି ନିରୀକ୍ଷଣ କରିଛନ୍ତି। ଶନିବାର ଜିଲାପାଳ ଗୋୟଲ ଅତାବିରା ଆର୍‌ଏମ୍‌ସିର ବିଭିନ୍ନ ମାର୍କେଟ ୟାର୍ଡଗୁଡ଼ିକ ପରିଦର୍ଶନ କରି ମାର୍କେଟର ସ୍ଥିତିକୁ ନିରୀକ୍ଷଣ କରିଥିଲେ।
ଏହା ସହିତ ଉନ୍ନୟନମୂଳକ କାର୍ଯ୍ୟଗୁଡ଼ିକର ତଦାରଖ କରିଥିଲେ। ଉନ୍ନୟନମୂଳକ କାର୍ଯ୍ୟଗୁଡ଼ିକ ସଠିକ୍‌ ଭାବେ ଓ ସମୟସୀମା ମଧ୍ୟରେ ସମ୍ପୂର୍ଣ୍ଣ କରିବା ଦିଗରେ ଦୃଷ୍ଟି ଦେବା ପାଇଁ ସମ୍ପାଦକ ଡୋଳମଣି ପୁରୋହିତ ଓ ଉପସ୍ଥିତ ଆର୍‌ଏମ୍‌ସି କର୍ମଚାରୀମାନଙ୍କୁ ପରାମର୍ଶ ଦେଇଥିଲେ। ଅତାବିରା, ଗୋଡ଼ଭଙ୍ଗା, ଲରମ୍ଭା, କାଦୋବାହାଲ ମଣ୍ଡିଗୁଡିକୁ ସେ ପରିଦର୍ଶନରେ ଯାଇଥିଲେ।

The post ମଣ୍ଡି ବୁଲି ସ୍ଥିତି ଦେଖିଲେ ଜିଲାପାଳ appeared first on Dharitri Odia News.