ଯୁବକ ଥିବେ, ଓଡ଼ିଆ କହୁଥିବେ, ଜଗନ୍ନାଥଙ୍କ ଭକ୍ତ ହିଁ ଓଡ଼ିଶାର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ :ଶାହା

ଭଦ୍ରକ,୨୮।୫: ଭଦ୍ରକ ଚାନ୍ଦବାଲିରେ କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହା ଜନସଭାକୁ ସମ୍ବୋଧିତ କରି ଓଡ଼ିଶାରେ ଭାଜପା ସରକାର ଗଢ଼ିବା ସହ ମୋଦିଙ୍କୁ ପୁଣିଥରେ ପ୍ରଧାନମନ୍ତ୍ରୀ କରିବାକୁ ରଣହୁଙ୍କାର ଦେଇଛନ୍ତି । ୬ଷ୍ଠ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଛି । ୫ମ ପର୍ଯ୍ୟାୟ ନିର୍ବାଚନ ସୁଦ୍ଧା ଭାଜପା ୩୧୦ ଆସନ ଜିତିସାରିଲାଣି । ୬ଷ୍ଠ ଏବଂ ୭ମ ପର୍ଯ୍ୟାୟରେ ଭାଜପା ୪୦୦ ଟପିଯିବ। ଭାଜପା ୭୫ରୁ ଅଧିକ ବିଧାନସଭା ଆସନ ଜିତି ରାଜ୍ୟରେ ଡବଲ ଇଞ୍ଜିନ ସରକାର ଗଢିବ […] The post ଯୁବକ ଥିବେ, ଓଡ଼ିଆ କହୁଥିବେ, ଜଗନ୍ନାଥଙ୍କ ଭକ୍ତ ହିଁ ଓଡ଼ିଶାର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ :ଶାହା appeared first on Dharitri Odia News.

ଯୁବକ ଥିବେ, ଓଡ଼ିଆ କହୁଥିବେ, ଜଗନ୍ନାଥଙ୍କ ଭକ୍ତ ହିଁ ଓଡ଼ିଶାର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ :ଶାହା

ଭଦ୍ରକ,୨୮।୫: ଭଦ୍ରକ ଚାନ୍ଦବାଲିରେ କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହା ଜନସଭାକୁ ସମ୍ବୋଧିତ କରି ଓଡ଼ିଶାରେ ଭାଜପା ସରକାର ଗଢ଼ିବା ସହ ମୋଦିଙ୍କୁ ପୁଣିଥରେ ପ୍ରଧାନମନ୍ତ୍ରୀ କରିବାକୁ ରଣହୁଙ୍କାର ଦେଇଛନ୍ତି । ୬ଷ୍ଠ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଛି । ୫ମ ପର୍ଯ୍ୟାୟ ନିର୍ବାଚନ ସୁଦ୍ଧା ଭାଜପା ୩୧୦ ଆସନ ଜିତିସାରିଲାଣି । ୬ଷ୍ଠ ଏବଂ ୭ମ ପର୍ଯ୍ୟାୟରେ ଭାଜପା ୪୦୦ ଟପିଯିବ।
ଭାଜପା ୭୫ରୁ ଅଧିକ ବିଧାନସଭା ଆସନ ଜିତି ରାଜ୍ୟରେ ଡବଲ ଇଞ୍ଜିନ ସରକାର ଗଢିବ ବୋଲି ଶାହା ଦୃଢୋକ୍ତି ପ୍ରକାଶ କରିଛନ୍ତି। ଜୁନ ୪ରେ ନବୀନ ପଟ୍ଟନାୟକ ପୂର୍ବତନ ମୁଖ୍ୟମନ୍ତ୍ରୀ ଭାବେ ପରିଚିତ ହେବେ। ହେଲେ ଓଡ଼ିଶାର ଯୁବକ ଥିବେ, ଓଡ଼ିଆ କହୁଥିବେ ଏବଂ ମହାପ୍ରଭୁ ଜଗନ୍ନାଥଙ୍କ ଭକ୍ତ ହିଁ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ ବୋଲି ଜନସଭାକୁ ଉଦ୍‌ବୋଧନ କରି ଶାହା କହିଛନ୍ତି। ୨୫ ବର୍ଷ ପରେ ଓଡ଼ିଆ ଲେଖୁଥିବା ଓ ଓଡ଼ିଆ ଭାଷା କହୁଥିବା ମୁଖ୍ୟମନ୍ତ୍ରୀ ରାଜ୍ୟବାସୀ ପାଇବେ ବୋଲି ଶାହା କହିଛନ୍ତି।
ଏପରି କି ଓଡ଼ିଶାର ଶାସନ ନିର୍ବାଚିତ ମୁଖ୍ୟମନ୍ତ୍ରୀ ଚଲାଇବା ଉଚିତ ନା ତାମିଲବାବୁ ଚଲାଇବା ଉଚିତ ବୋଲି ପ୍ରଶ୍ନ କରିଥିଲେ। ଏହି ନିର୍ବାଚନ ଓଡ଼ିଶାର ଅସ୍ମିତାର ନିର୍ବାଚନ। ଓଡ଼ିଆ ଭାଷା, ସାହିତ୍ୟ, କଳା, ସ୍ବାଭିମାନର ନିର୍ବାଚନ। ପରଦା ପଛରେ ରହି ତାମିଲ ବାବୁ ଓଡ଼ିଶାର ଶାସନ ଚଲାଇବା ଗ୍ରହଣୀୟ କି ବୋଲି ଶାହା ପ୍ରଶ୍ନ କରିଥିଲେ। ଓଡ଼ିଶା ଦେଶର ସବୁଠୁ ସମୃଦ୍ଧ ରାଜ୍ୟ। ପ୍ରାକୃତିକ ସମ୍ପଦରେ ଭରପୂର ଥିବା ସମୃଦ୍ଧ ଓଡ଼ିଶା ଲୋକ ଗରିବ । ଏଥିପାଇଁ ନବୀନ ପଟ୍ଟନାୟକ ଦାୟୀ ବୋଲି କହି ବିଜେଡିକୁ ଟାର୍ଗେଟ୍‌ କରିଥିଲେ।

The post ଯୁବକ ଥିବେ, ଓଡ଼ିଆ କହୁଥିବେ, ଜଗନ୍ନାଥଙ୍କ ଭକ୍ତ ହିଁ ଓଡ଼ିଶାର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ :ଶାହା appeared first on Dharitri Odia News.