ଜମ୍ମୁ-କାଶ୍ମୀରର ଏକ ସୁଡ଼ଙ୍ଗରେ ପିଟିହେଲା ବସ୍
ଶ୍ରୀନଗର : ଜମ୍ମୁ କାଶ୍ମୀରର ବନିହାଲରେ ଦୁର୍ଘଟଣା । ବାନିହାଲ-କାଜିଗୁଣ୍ଡ ନାୟୁଗ ସୁଡ଼ଙ୍ଗରେ ଯାତ୍ରୀ ଭର୍ତ୍ତି ଏକ ବସ୍ ଦୁର୍ଘଟଣାଗ୍ରସ୍ତ... The post ଜମ୍ମୁ-କାଶ୍ମୀରର ଏକ ସୁଡ଼ଙ୍ଗରେ ପିଟିହେଲା ବସ୍ appeared first on .
ଶ୍ରୀନଗର : ଜମ୍ମୁ କାଶ୍ମୀରର ବନିହାଲରେ ଦୁର୍ଘଟଣା । ବାନିହାଲ-କାଜିଗୁଣ୍ଡ ନାୟୁଗ ସୁଡ଼ଙ୍ଗରେ ଯାତ୍ରୀ ଭର୍ତ୍ତି ଏକ ବସ୍ ଦୁର୍ଘଟଣାଗ୍ରସ୍ତ । ଏଥିରେ ୧୨ ଜଣ ଲୋକ ଆହତ ହୋଇଛନ୍ତି । ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ଜଣେ ଅଧିକାରୀଙ୍କ କହିବାନୁଯାୟୀ, ଜମ୍ମୁରୁ ଶ୍ରୀନଗର ଯାଉଥିବା ବସ୍ଟି କାଜିଗୁଣ୍ଡ-ବାନିହାଲ୍ ସୁଡ଼ଙ୍ଗର କାନ୍ଥରେ ପିଟି ହୋଇ ଓଲଟି ପଡ଼ିଥିଲା। ବସ୍ଟି ଜମ୍ମୁରୁ ଶ୍ରୀନଗର ଯାଉଥିବା ସମୟରେ ସୁଡ଼ଙ୍ଗରେ ଏହି ଦୁର୍ଘଟଣା ଘଟିଥିଲା। ଦୁର୍ଘଟଣାରେ ଅତି କମରେ ୧୨ ଜଣ ଆହତ ହୋଇଛନ୍ତି, ଯେଉଁମାନଙ୍କୁ ତୁରନ୍ତ ନିକଟସ୍ଥ ହସ୍ପିଟାଲକୁ ନିଆଯାଇଥିଲା। ଯେଉଁଠାରୁ ସେମାନଙ୍କ ମଧ୍ୟରୁ ପାଞ୍ଚ ଜଣଙ୍କୁ ଜିଏମସି ଅନନ୍ତନାଗ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।
The post ଜମ୍ମୁ-କାଶ୍ମୀରର ଏକ ସୁଡ଼ଙ୍ଗରେ ପିଟିହେଲା ବସ୍ appeared first on .