ମରୁଭୂମିରେ ବାହାରିଛି ହାତ

ଉତ୍ତର ଚିଲିରେ ଥିବା ଆଟାକାମା ମରୁଭୂମି ହେଉଛି ପୃଥିବୀର ସବୁଠାରୁ ଶୁଷ୍କ ମରୁଭୂମି। ଏଠାରେ ବହୁତ କମ୍‌ ବର୍ଷା ହୁଏ। ୨୫ ବର୍ଷ ପୂର୍ବରୁ ଏହି ଶୁଷ୍କ ମରୁଭୂମିର ଆଣ୍ଟୋଫାଗାସ୍ତା ସହରର କପର୍‌ ମାଇନିଂ ସେଣ୍ଟର, ସାଣ୍ଟିଆଗୋର ସ୍ଥପତି ମାରିଓ ଇରାରାଜାବଲ୍‌ଙ୍କୁ ଏକ ସ୍ଥାପତ୍ୟ ନିର୍ମାଣ କରି ମରୁଭୂମିର ଶୂନ୍ୟତାକୁ ପୂରଣ କରିବାକୁ କହିଥିଲା। ଏହାପରେ ସେ କିଛି ଭିନ୍ନ କରିବାକୁ ଯୋଜନା କରି ସ୍ଥାପତ୍ୟ ନିର୍ମାଣ କାମ ଆରମ୍ଭ କରିଥିଲେ। ୧୯୯୨ ମାର୍ଚ୍ଚ ମାସରେ ସେ […] The post ମରୁଭୂମିରେ ବାହାରିଛି ହାତ appeared first on Dharitri Odia News.

ମରୁଭୂମିରେ ବାହାରିଛି ହାତ

ଉତ୍ତର ଚିଲିରେ ଥିବା ଆଟାକାମା ମରୁଭୂମି ହେଉଛି ପୃଥିବୀର ସବୁଠାରୁ ଶୁଷ୍କ ମରୁଭୂମି। ଏଠାରେ ବହୁତ କମ୍‌ ବର୍ଷା ହୁଏ। ୨୫ ବର୍ଷ ପୂର୍ବରୁ ଏହି ଶୁଷ୍କ ମରୁଭୂମିର ଆଣ୍ଟୋଫାଗାସ୍ତା ସହରର କପର୍‌ ମାଇନିଂ ସେଣ୍ଟର, ସାଣ୍ଟିଆଗୋର ସ୍ଥପତି ମାରିଓ ଇରାରାଜାବଲ୍‌ଙ୍କୁ ଏକ ସ୍ଥାପତ୍ୟ ନିର୍ମାଣ କରି ମରୁଭୂମିର ଶୂନ୍ୟତାକୁ ପୂରଣ କରିବାକୁ କହିଥିଲା। ଏହାପରେ ସେ କିଛି ଭିନ୍ନ କରିବାକୁ ଯୋଜନା କରି ସ୍ଥାପତ୍ୟ ନିର୍ମାଣ କାମ ଆରମ୍ଭ କରିଥିଲେ। ୧୯୯୨ ମାର୍ଚ୍ଚ ମାସରେ ସେ ଏକ ଅଦ୍ଭୁତ ସ୍ଥାପତ୍ୟର ନିର୍ମାଣ କାମ ସାରିଥିଲେ। ଆଉ ତାହା ଥିଲା ଏକ ବିରାଟକାୟ ହାତର ପାପୁଲି, ଯାହାକି ମରୁଭୂମିର ବାଲି ଭିତରୁ ବାହାରିଥିବା ଭଳି ଲାଗୁଥିଲା। ଆଣ୍ଟୋଫାଗାସ୍ତାର ଦକ୍ଷିଣକୁ ୧ ଘଣ୍ଟାର ଦୂରତାରେ ଅଛି ଏହି ବିରାଟକାୟ ହାତର ସ୍ଥାପତ୍ୟ। ୩୬ ଫୁଟ୍‌ ଉଚ୍ଚତାବିଶିଷ୍ଟ ଏହି ହାତ ସିମେଣ୍ଟ, କଂକ୍ରିଟ୍‌ରେ ତିଆରି। ଏହାର ଫ୍ରେମ୍‌ ଲୁହାରେ ନିର୍ମିତ। ବିସ୍ତୀର୍ଣ୍ଣ ମରୁଭୂମିରେ ଏହି ବିରାଟକାୟ ହାତ ବହୁ ଦୂର ପର୍ଯ୍ୟନ୍ତ ଦେଖାଯାଏ।

The post ମରୁଭୂମିରେ ବାହାରିଛି ହାତ appeared first on Dharitri Odia News.