ତୁମୁଡିବନ୍ଧରେ ଅନ୍ତର୍ଜାତୀୟ ଯୋଗ ଦିବସ: କ’ଣ ରହିଛି ଯୋଗର ଆବଶ୍ୟକତା

ତୁମୁଡିବନ୍ଧ,୨୧।୬:(ଦୀପକ କୁମାର ପରାସେଠ): ଶାରୀରିକ, ମାନସିକ ଏବଂ ଆଧ୍ୟାତ୍ମିକ ସୁସ୍ଥତା ପାଇଁ ଯୋଗର ପୂରା ଆବଶ୍ୟକତା ରହିଛି। ଯାହାକି ଉତ୍ତମ ସ୍ବାସ୍ଥ୍ୟ ସହିତ ସୁସ୍ଥ ଜୀବନଯାପନ କାରବାର ଏକ ମାର୍ଗ । ଏହି ବାର୍ତ୍ତା ସାର୍ବଜନୀନ ପାଇଁ ଶନିବାର ପୂର୍ବାହ୍ନରେ କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଳକ ସଭାଗୃହରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ତୁମୁଡିବନ୍ଧ ବିଡିଓ ବନ ବିହାରୀ ହରପାଲ ପରିଚାଳନା କରିଥିଲେ। ମୁଖ୍ୟ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ବାସନ୍ତୀ ମାଝି […] The post ତୁମୁଡିବନ୍ଧରେ ଅନ୍ତର୍ଜାତୀୟ ଯୋଗ ଦିବସ: କ’ଣ ରହିଛି ଯୋଗର ଆବଶ୍ୟକତା appeared first on Dharitri Odia News.

ତୁମୁଡିବନ୍ଧରେ ଅନ୍ତର୍ଜାତୀୟ ଯୋଗ ଦିବସ: କ’ଣ ରହିଛି ଯୋଗର ଆବଶ୍ୟକତା

ତୁମୁଡିବନ୍ଧ,୨୧।୬:(ଦୀପକ କୁମାର ପରାସେଠ): ଶାରୀରିକ, ମାନସିକ ଏବଂ ଆଧ୍ୟାତ୍ମିକ ସୁସ୍ଥତା ପାଇଁ ଯୋଗର ପୂରା ଆବଶ୍ୟକତା ରହିଛି। ଯାହାକି ଉତ୍ତମ ସ୍ବାସ୍ଥ୍ୟ ସହିତ ସୁସ୍ଥ ଜୀବନଯାପନ କାରବାର ଏକ ମାର୍ଗ । ଏହି ବାର୍ତ୍ତା ସାର୍ବଜନୀନ ପାଇଁ ଶନିବାର ପୂର୍ବାହ୍ନରେ କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଳକ ସଭାଗୃହରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ତୁମୁଡିବନ୍ଧ ବିଡିଓ ବନ ବିହାରୀ ହରପାଲ ପରିଚାଳନା କରିଥିଲେ। ମୁଖ୍ୟ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ବାସନ୍ତୀ ମାଝି ସମ୍ମାନିତ ଅତିଥି ଭାବେ ତୁମୁଡିବନ୍ଧ ବ୍ଲକ ଏମ୍‌ପି ପ୍ରତିନିଧି ପୂର୍ଣ୍ଣଚନ୍ଦ୍ର ପାଢ଼ୀ, ତୁମୁଡିବନ୍ଧ ସରପଞ୍ଚ ପ୍ରିୟଙ୍କା ପଡରା, କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ କେଦାର ନାଥ ଚୌଧୁରୀ, ତୁମୁଡିବନ୍ଧ ସିଡିପିଓ ଲତା ଦିଗାଲ, ମଣ୍ଡଳ ପରିଦର୍ଶିକା ଉର୍ବଶୀ ଦିଗାଲ, ଜିପି ଓ ବିଘନେଶ୍ବର ଦିଗାଲ, ବିଏସ୍‌ଏସ ଓ ସୌମ୍ୟ ରଞ୍ଜନ ସାହୁ , ଶୁଭ୍ରାଂଶୁ ଶେଖର ସାହୁ, ଭାଜପା ବ୍ଲକ ସଭାପତି ସରମେଶ୍ୱର ମାଝି ବରିଷ୍ଠ ଭାଜପା କର୍ମୀ ଶ୍ରୀଚନ୍ଦ୍ର ପରାସେଠ ପ୍ରମୁଖ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମରେ ତୁମୁଡିବନ୍ଧ ସରକାରୀ ଉଚ୍ଚ ବିଦ୍ୟାଳୟରୁ ଛାତ୍ରୀଛାତ୍ର ଓ ଶିକ୍ଷକମାନେ ମଧ୍ୟ ଯୋଗ ଦେଇଥିଲେ। ପ୍ରଥମେ ସମସ୍ତେ ଶପଥ ପାଠ କରିବା ପରେ ବିଭିନ୍ନ ଯୋଗାସନ କରିଥିଲେ। ଯାହାକି ଯୋଗାସନ ଆମ ନିତି ଦିନିଆ ଜୀବନରେ ଯୋଡ଼ି, ଉତ୍ତମ ସ୍ବାସ୍ଥ୍ୟ ଓ ମାନସିକ ଶାନ୍ତି ଲାଭ କରି ଜୀବନଯାପନ କରିବା ମୂଳ ଲକ୍ଷ୍ୟ ହେବ। ଆମେ ଯୋଗାସନ କରିବା ସହିତ ପାଖ ପଡ଼ିଶା ଲୋକମାନେ ମଧ୍ୟ ଉକ୍ତ ଯୋଗାସନ କରିବେ ଏବଂ ସୁସ୍ଥ ଜୀବନ ଯାପନ କରି ସମାଜରେ ଉଦାହରଣ ସୃଷ୍ଟି କରିବା ହେବେ। ଉକ୍ତ କାର୍ଯ୍ୟକ୍ରମରେ ପ୍ରାୟ ୩୦୦ରୁ ଊଦ୍ଧର୍‌ବ ଛାତ୍ରୀଛାତ୍ର, ମହିଳା ଓ ପୁରୁଷ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମ ତୁମୁଡିବନ୍ଧ ବ୍ଲକର ସମସ୍ତ ପଞ୍ଚାୟତ କାର୍ଯ୍ୟାଳୟଠାରେ କରାଯାଇ ଥିବାବେଳେ ସମସ୍ତ ପ୍ରାଥମିକ ବିଦ୍ୟାଳୟ ଠାରୁ ଆରମ୍ଭ କରି ମହାବିଦ୍ୟାଳୟରେ ମଧ୍ୟ ପାଳିତ ହୋଇ ଯାଇଛି।

The post ତୁମୁଡିବନ୍ଧରେ ଅନ୍ତର୍ଜାତୀୟ ଯୋଗ ଦିବସ: କ’ଣ ରହିଛି ଯୋଗର ଆବଶ୍ୟକତା appeared first on Dharitri Odia News.