ଶିକ୍ଷକ ପଦବୀ ପୂରଣ ଦାବିରେ ବିଇଓଙ୍କ କାର୍ଯ୍ୟାଳୟ ସାମ୍ନାରେ ଧାରଣା
ତିହିଡ଼ି,୧୨ା୮(ସଞ୍ଜିତ ବଳ): ଭଦ୍ରକ ଜିଲା ତିହିଡ଼ି ବ୍ଲକ କାଁପଡ଼ା ପଞ୍ଚାୟତ ଅଧୀନ ବାସୁଳି ନୋଡାଲ ସ୍କୁଲ ପରିଚାଳନା କମିଟିର କର୍ମକର୍ତ୍ତା ଓ ଅଭିଭାବକମାନେ ସୋମବାର ଗୋଷ୍ଠୀ ଶିକ୍ଷାଧିକାରୀ(ବିଇଓ)ଙ୍କ କାର୍ଯ୍ୟାଳୟ ସାମ୍ନାରେ ଧାରଣା ଦେଇଛନ୍ତି। ସ୍କୁଲରେ ଆବଶ୍ୟକ ଥିବା ଶିକ୍ଷକ ପଦବୀ ପୂରଣ ଦାବିରେ ଏହି ଧାରଣା ଦିଆ ଯାଇଥିବା ଜଣାଯାଇଛି। ଅଭିଯୋଗରୁ ଜଣାଯାଇଛି ଯେ, ସ୍କୁଲରେ ୪୪୨ଜଣ ଛାତ୍ରୀଛାତ୍ର ଅଧ୍ୟୟନ କରୁଥିବା ବେଳେ ମାତ୍ର ୪ଜଣ ଶିକ୍ଷକ ଶିକ୍ଷାଦାନ କରୁଛନ୍ତି। ସ୍କୁଲରେ ୬ଷ୍ଠରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ […] The post ଶିକ୍ଷକ ପଦବୀ ପୂରଣ ଦାବିରେ ବିଇଓଙ୍କ କାର୍ଯ୍ୟାଳୟ ସାମ୍ନାରେ ଧାରଣା appeared first on Dharitri Odia News.
ତିହିଡ଼ି,୧୨ା୮(ସଞ୍ଜିତ ବଳ): ଭଦ୍ରକ ଜିଲା ତିହିଡ଼ି ବ୍ଲକ କାଁପଡ଼ା ପଞ୍ଚାୟତ ଅଧୀନ ବାସୁଳି ନୋଡାଲ ସ୍କୁଲ ପରିଚାଳନା କମିଟିର କର୍ମକର୍ତ୍ତା ଓ ଅଭିଭାବକମାନେ ସୋମବାର ଗୋଷ୍ଠୀ ଶିକ୍ଷାଧିକାରୀ(ବିଇଓ)ଙ୍କ କାର୍ଯ୍ୟାଳୟ ସାମ୍ନାରେ ଧାରଣା ଦେଇଛନ୍ତି। ସ୍କୁଲରେ ଆବଶ୍ୟକ ଥିବା ଶିକ୍ଷକ ପଦବୀ ପୂରଣ ଦାବିରେ ଏହି ଧାରଣା ଦିଆ ଯାଇଥିବା ଜଣାଯାଇଛି।
ଅଭିଯୋଗରୁ ଜଣାଯାଇଛି ଯେ, ସ୍କୁଲରେ ୪୪୨ଜଣ ଛାତ୍ରୀଛାତ୍ର ଅଧ୍ୟୟନ କରୁଥିବା ବେଳେ ମାତ୍ର ୪ଜଣ ଶିକ୍ଷକ ଶିକ୍ଷାଦାନ କରୁଛନ୍ତି। ସ୍କୁଲରେ ୬ଷ୍ଠରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ପଢୁଥିବା ଏହି ପିଲାଙ୍କ ପାଇଁ ମୋଟ୍ ୬ଟି ସେକ୍ସନ କରାଯାଇଛି। ୪ ଜଣ ଶିକ୍ଷକ ୪ ସେକ୍ସନରେ ଶିକ୍ଷାଦାନ କଲାବେଳେ ଅନ୍ୟ ୨ସେକ୍ସନର ପିଲାମାନେ ପାଠ ପଢ଼ିବାରୁ ବଞ୍ଚିତ ହେଉଛନ୍ତି। ପ୍ରଧାନଶିକ୍ଷକ ପଦବୀ ଖାଲି ପଡ଼ିଥିଲେ ମଧ୍ୟ ଏହା ପୂରଣ ହୋଇ ପାରୁନାହିଁ। କମିଟି କର୍ମକର୍ତ୍ତା ଓ ଅଭିଭାବକମାନେ ଏ ସମ୍ପର୍କରେ ଗତ ମାସ ବିଇଓଙ୍କୁ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳି ପାରିନାହିଁ। ଏହାର ପ୍ରତିବାଦରେ ସରପଞ୍ଚ କୁନ୍ତଳା ମଲିକ, ପରିଚାଳନା କମିଟି ସଭାପତି ଲମ୍ବୋଧର ଦାସଙ୍କ ସମେତ ବାସୁଦେବ ଦାସ, ଅର୍ଜୁନ ମଲିକ, ମାମି ମଲିକ, ମଞ୍ଜୁଲତା ବେହେରା, ରମଣୀ ମଲିକ, ସୁଲୋଚନା ମଲିକ, ସୁଜାତା ବେହେରା ପ୍ରମୁଖ ଧାରଣା ଦେଇଛନ୍ତି।
The post ଶିକ୍ଷକ ପଦବୀ ପୂରଣ ଦାବିରେ ବିଇଓଙ୍କ କାର୍ଯ୍ୟାଳୟ ସାମ୍ନାରେ ଧାରଣା appeared first on Dharitri Odia News.