ରେଢ଼ାଖୋଲରେ ନିଆରା ପରମ୍ପରା ଅଗ୍ନି ପେଣ୍ଡୁ ଖେଳ, ୪୨ ବର୍ଷ ହେବ ହୋଇଆସୁଛି ପାଳନ

ରେଢ଼ାଖୋଲ : ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ସହର ସ୍ଥାନୀୟ ମିନି ଷ୍ଟାଡିୟମ ଠାରେ ଆଲୋକର ଗଣପର୍ବ ଦୀପାବଳି ଅବସରରେ ଅନୁଷ୍ଠିତ ହୋଇଛି ଅଗ୍ନି ପେଣ୍ଡୁ ଖେଳ। ଯଦୁମଣି ପାଟଣା ଲକ୍ଷ୍ମୀ ପୂଜା କମିଟି ଆନୁକୁଲ୍ୟରେ ଏକ ନିଆରା ପରମ୍ପରା ଅଗ୍ନି ପେଣ୍ଡୁ ଖେଳ ୪୨ ବର୍ଷ ହେବ ପାଳିତ ହୋଇ ଆସୁଛି। ଦୀପାବଳି କିଛି ଦିନ ପୂର୍ବରୁ ପ୍ରଥମେ ଅଖାବସ୍ତା ରଶି ଜରିଆରେ ଏକ ଫୁଟବଲ ପ୍ରସ୍ତୁତ କରାଯାଏ। ଏହି ପେଣ୍ଡୁକୁ କିରାସିନି ରେ ଭିଜେଇ ପୂଜାର୍ଚ୍ଚନା […]

ରେଢ଼ାଖୋଲରେ ନିଆରା ପରମ୍ପରା ଅଗ୍ନି ପେଣ୍ଡୁ ଖେଳ, ୪୨ ବର୍ଷ ହେବ ହୋଇଆସୁଛି ପାଳନ
Fire football held in Odisha’s Rairakhol on Diwali

ରେଢ଼ାଖୋଲ : ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ସହର ସ୍ଥାନୀୟ ମିନି ଷ୍ଟାଡିୟମ ଠାରେ ଆଲୋକର ଗଣପର୍ବ ଦୀପାବଳି ଅବସରରେ ଅନୁଷ୍ଠିତ ହୋଇଛି ଅଗ୍ନି ପେଣ୍ଡୁ ଖେଳ। ଯଦୁମଣି ପାଟଣା ଲକ୍ଷ୍ମୀ ପୂଜା କମିଟି ଆନୁକୁଲ୍ୟରେ ଏକ ନିଆରା ପରମ୍ପରା ଅଗ୍ନି ପେଣ୍ଡୁ ଖେଳ ୪୨ ବର୍ଷ ହେବ ପାଳିତ ହୋଇ ଆସୁଛି।

ଦୀପାବଳି କିଛି ଦିନ ପୂର୍ବରୁ ପ୍ରଥମେ ଅଖାବସ୍ତା ରଶି ଜରିଆରେ ଏକ ଫୁଟବଲ ପ୍ରସ୍ତୁତ କରାଯାଏ। ଏହି ପେଣ୍ଡୁକୁ କିରାସିନି ରେ ଭିଜେଇ ପୂଜାର୍ଚ୍ଚନା କରି ଅଗ୍ନି ଦେବ ଙ୍କୁ କ୍ଷମା ପ୍ରାର୍ଥନା ମାଗି ପେଣ୍ଡୁରେ ଅଗ୍ନି ସଂଯୋଗ କରି ଖେଳ ଆରମ୍ଭ ହୋଇଥାଏ। ଏହି ଖେଳ ଛୋଟ ପିଲା ଓ ବୃଦ୍ଧଙ୍କୁ ଛାଡି ସମସ୍ତେ ଏହି ଅଗ୍ନି ପେଣ୍ଡୁ ଖେଳରେ ଅଂଶ ଗ୍ରହଣ କରିଥିଲେ। ଏହି ଖେଳ କିଛି ନୀତି ନିୟମ ଅନୁଯାୟୀ ଖେଳାଯାଇଥିଏ। ଆଣ୍ଠୁ ଉପରକୁ ଅଗ୍ନି ପେଣ୍ଡୁ ମାରିଲେ ନିୟମ ଅନୁଯାୟୀ ପଡ଼ିଆରୁ ଖେଳାଳିଙ୍କୁ ବାସନ୍ଦ କରାଯାଇଥାଏ।

ତଥାପି କିଛି ଅଘଟଣ ପାଇଁ ପୂର୍ବରୁ ପ୍ରସ୍ତୁତ ହୋଇ ପାଣି, ବାଲି, ଫାଷ୍ଟେଡ କିଟ ସହିତ ବିଭିନ୍ନ ପ୍ରକାର ବ୍ୟବସ୍ଥା କରାଯାଇଥିଲା। କିନ୍ତୁ ଭଗବାନ କୃପାରୁ ଆଜି ପର୍ଯ୍ୟନ୍ତ କୌଣସି ଅଘଟଣ ଘଟିନାହିଁ, ଏହି ଖେଳ ଦୀପାବଳି ଅବସରରେ ଅଗ୍ନି ଭୟ ଦୂର କରିବା ପାଇଁ ଏହି ନିଆରା ପରମ୍ପରା ଅଗ୍ନି ପେଣ୍ଡୁ ଖେଳ ଖେଳା ଯାଇଥାଏ ବୋଲି କମିଟି ପକ୍ଷରୁ ପ୍ରକାଶ କୁହାଯାଏ। ଏହି ନିଆରା ଖେଳକୁ ରେଢ଼ାଖୋଲ ଅଞ୍ଚଳର ବିଭିନ୍ନ ସାହି ପଡ଼ାରୁ ଯୁବକ ମାନେ ଆସି ଏହି ଖେଳରେ ଅଂଶ ଗ୍ରହଣ କରିଥିଲେ। ଏଥିରେ କମିଟିର ସମସ୍ତ ସଦସ୍ୟ ସମେତ ବହୁ ମାତ୍ରାରେ ଜନସାଧାରଣ ଲୋକ ଆନନ୍ଦ ଉତ୍ସାହ ସହିତ ଖେଳିଥିଲେ।