ଶଙ୍ଖ ଧରିଲେ ପ୍ରଦୀପ ନାୟକ: ଦିନକ ପୂର୍ବରୁ ଛାଡିଥିଲେ ଭାଜପା
ଭୁବନେଶ୍ୱର,୨୪ା୫:ଭାଜପା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଡା. ପ୍ରଦୀପ ନାୟକ ଶୁକ୍ରବାର ବିଜେଡିରେ ଯୋଗ ଦେଇଛନ୍ତି। ସେ ୫ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ୍ଙ୍କ ଉପସ୍ଥିତରେ ଶଙ୍ଖ ଧରିଛନ୍ତି। ଗୁରୁବାର ପ୍ରଦୀପ ଭାଜପାରୁ ଇସ୍ତଫା ଦେଇଥିଲେ। ସେ ତାଙ୍କ ଇସ୍ତଫାପତ୍ର ଭାଜପା ରାଜ୍ୟ ସଭାପତି ମନମୋହନ ସାମଲଙ୍କ ନିକଟକୁ ପଠାଇଦେଇଥିଲେ। ବ୍ୟକ୍ତିଗତ କାରଣରୁ ଦଳରୁ ଇସ୍ତଫା ଦେଇଥିବା ସେ ଉଲ୍ଲେଖ କରିଥିଲେ। ୨୦୧୪ ର୍ନିବାଚନରେ ସେ କଂଗ୍ରେସ ଛାଡ଼ି ଭାଜପାରେ ସାମିଲ ହୋଇଥିଲେ। ୨୦୧୪ରେ ଭାଜପାରୁ ବିଧାୟକ ପ୍ରାର୍ଥୀ ହୋଇ […] The post ଶଙ୍ଖ ଧରିଲେ ପ୍ରଦୀପ ନାୟକ: ଦିନକ ପୂର୍ବରୁ ଛାଡିଥିଲେ ଭାଜପା appeared first on Dharitri Odia News.
ଭୁବନେଶ୍ୱର,୨୪ା୫:ଭାଜପା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଡା. ପ୍ରଦୀପ ନାୟକ ଶୁକ୍ରବାର ବିଜେଡିରେ ଯୋଗ ଦେଇଛନ୍ତି। ସେ ୫ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ୍ଙ୍କ ଉପସ୍ଥିତରେ ଶଙ୍ଖ ଧରିଛନ୍ତି। ଗୁରୁବାର ପ୍ରଦୀପ ଭାଜପାରୁ ଇସ୍ତଫା ଦେଇଥିଲେ। ସେ ତାଙ୍କ ଇସ୍ତଫାପତ୍ର ଭାଜପା ରାଜ୍ୟ ସଭାପତି ମନମୋହନ ସାମଲଙ୍କ ନିକଟକୁ ପଠାଇଦେଇଥିଲେ। ବ୍ୟକ୍ତିଗତ କାରଣରୁ ଦଳରୁ ଇସ୍ତଫା ଦେଇଥିବା ସେ ଉଲ୍ଲେଖ କରିଥିଲେ।
୨୦୧୪ ର୍ନିବାଚନରେ ସେ କଂଗ୍ରେସ ଛାଡ଼ି ଭାଜପାରେ ସାମିଲ ହୋଇଥିଲେ। ୨୦୧୪ରେ ଭାଜପାରୁ ବିଧାୟକ ପ୍ରାର୍ଥୀ ହୋଇ ତୃତୀୟ ସ୍ଥାନରେ ରହିଥିବା ବେଳେ ୨୦୧୯ ନିର୍ବାଚନରେ ପୁଣିଥରେ ଦଳୀୟ ପ୍ରାର୍ଥୀ ହୋଇ ଦ୍ୱିତୀୟ ସ୍ଥାନରେ ଥିଲେ। ଏଥର ନିର୍ବାଚନରେ ତାଙ୍କୁ ଟିକେଟ ନ ଦେଇ ଭାଜପା ନବାଗତ ସିତାଂଶୁ ଶେଖର ମହାପାତ୍ରଙ୍କୁ ପ୍ରାର୍ଥୀ କରିଛି। ସିତାଂଶୁ ପ୍ରାର୍ଥୀ ହେବା ପରେ ପ୍ରଦୀପ ତାଙ୍କ ପାଇଁ ନିର୍ବାଚନ ପ୍ରଚାର କରିଥିଲେ।
The post ଶଙ୍ଖ ଧରିଲେ ପ୍ରଦୀପ ନାୟକ: ଦିନକ ପୂର୍ବରୁ ଛାଡିଥିଲେ ଭାଜପା appeared first on Dharitri Odia News.