କଂଗ୍ରେସଙ୍କୁ ବଡ଼ ଝଟକା: ହାତ ଛାଡି ଘଣ୍ଟା ଧରିଲେ ଏହି ନେତା..

ମୁମ୍ବାଇ,୧୦।୨ : ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ଇଣ୍ଡିଆର ଗୋଟିଏ ପରେ ଗୋଟିଏ ଅସୁବିଧାର ସମ୍ମୁଖୀନ ହେଉଛି। ଭେଟେରାନ କଂଗ୍ରେସ ନେତା ବାବା ସିଦ୍ଦିକି ଶନିବାର ଏନସିପିରେ ଯୋଗ ଦେଇଛନ୍ତି। ସେ ହାତ ଛାଡି ଘଣ୍ଟା ଧରିଛନ୍ତି। ମହାରାଷ୍ଟ୍ରରେ ବାବା ସିଦ୍ଦିକିଙ୍କ ପ୍ରବେଶ ସହିତ ଅଜିତ ପାୱାରଙ୍କ ଦଳ ଏନସିପି ଅଧିକ ଶକ୍ତିଶାଳୀ ହୋଇଛି ବୋଲିୀ କୁହାଯାଉଛି। ଏହା ଲୋକସଭା ନିର୍ବାଚନରେ ଲାଭବାନ ହୋଇପାରେ । ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ବାବା ସିଦ୍ଦିକି ଫେବୃଆରୀ ୮ ରେ […] The post କଂଗ୍ରେସଙ୍କୁ ବଡ଼ ଝଟକା: ହାତ ଛାଡି ଘଣ୍ଟା ଧରିଲେ ଏହି ନେତା.. appeared first on Dharitri Odia News.

କଂଗ୍ରେସଙ୍କୁ ବଡ଼ ଝଟକା: ହାତ ଛାଡି ଘଣ୍ଟା ଧରିଲେ ଏହି ନେତା..

ମୁମ୍ବାଇ,୧୦।୨ : ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ଇଣ୍ଡିଆର ଗୋଟିଏ ପରେ ଗୋଟିଏ ଅସୁବିଧାର ସମ୍ମୁଖୀନ ହେଉଛି। ଭେଟେରାନ କଂଗ୍ରେସ ନେତା ବାବା ସିଦ୍ଦିକି ଶନିବାର ଏନସିପିରେ ଯୋଗ ଦେଇଛନ୍ତି। ସେ ହାତ ଛାଡି ଘଣ୍ଟା ଧରିଛନ୍ତି। ମହାରାଷ୍ଟ୍ରରେ ବାବା ସିଦ୍ଦିକିଙ୍କ ପ୍ରବେଶ ସହିତ ଅଜିତ ପାୱାରଙ୍କ ଦଳ ଏନସିପି ଅଧିକ ଶକ୍ତିଶାଳୀ ହୋଇଛି ବୋଲିୀ କୁହାଯାଉଛି। ଏହା ଲୋକସଭା ନିର୍ବାଚନରେ ଲାଭବାନ ହୋଇପାରେ ।

ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ବାବା ସିଦ୍ଦିକି ଫେବୃଆରୀ ୮ ରେ କଂଗ୍ରେସରୁ ଇସ୍ତଫା ଦେଇଥିଲେ। ସେବେଠାରୁ ତାଙ୍କ ଏନସିପିରେ ଯୋଗଦେବା ନେଇ କଳ୍ପନାଜଳ୍ପନା ଚାଲିଥିଲା। ଏ ସମ୍ପର୍କରେ ଅଜିତ ପାୱାର ଶୁକ୍ରବାର ଦିନ କହିଥିଲେ ଯେ ବାବା ସିଦ୍ଦିକି ଏନସିପିରେ ଯୋଗଦେବେ। ଶନିବାର ମୁମ୍ବାଇରେ ମଧ୍ୟ ସମାନ ଘଟଣା ଘଟିଥିଲା। ଡେପୁଟି ସିଏମ ଅଜିତ ପାୱାର ତାଙ୍କୁ ଦଳର ସଦସ୍ୟତା ପ୍ରଦାନ କରିଥିଲେ। ବାବା ସିଦ୍ଦିକିଙ୍କ ସହ ବହୁ ପୂର୍ବତନ କର୍ପୋରେଟର ମଧ୍ୟ ଏନସିପିରେ ଯୋଗ ଦେଇଥିଲେ। ଏହି ସମୟରେ ପ୍ରଫୁଲ୍ଲ ପଟେଲଙ୍କ ସମେତ ଏନସିପିର ବହୁ ବଡ ନେତା ମଞ୍ଚରେ ଉପସ୍ଥିତ ଥିଲେ। ଏନସିପି ବାବା ସିଦ୍ଦିକିଙ୍କୁ ଆତସବାଜି ସହିତ ସ୍ବାଗତ କରିଥିଲେ।

ଏନସିପିରେ ଯୋଗଦେବା ପରେ ବାବା ସିଦ୍ଦିକି କହିଛନ୍ତି ସେ ପ୍ରଫୁଲ୍ଲ ପଟେଲଙ୍କ ଘରେ ଆଲୋଚନା ହୋଇଥିଲା। ଏହା ପରେ ହିଁ ମୁଁ ଏନସିପିରେ ଯୋଗଦେବାକୁ ସ୍ଥିର କରିଥିଲି। ଏଥିସହ ସେହି ଦିନ ମୁଁ ଦଳ ଛାଡିବା ବିଷୟରେ କଂଗ୍ରେସ ହାଇକମାଣ୍ଡଙ୍କୁ ଜଣାଇଥିଲି। ସେ କହିଛନ୍ତି ଯେ ୪୮ବର୍ଷ ପରେ ଆମେ କଂଗ୍ରେସ ଛାଡିବାକୁ ନିଷ୍ପତ୍ତି ନେଇଛୁ। ବାବା ସିଦ୍ଦିକି କହିଛନ୍ତି ମୁଁ ଏକ ଖୋଲା ପୁସ୍ତକ ପରି। ମୁଁ କାହା ବିଷୟରେ ଖରାପ କଥା କହିବାକୁ ଚାହେଁ ନାହିଁ। କଂଗ୍ରେସରେ ପରସେପଶନ ରାଜନୀତି ଚାଲିଛି, ତେଣୁ ମୋତେ ଏହି ନିଷ୍ପତ୍ତି ନେବାକୁ ପଡିଲା।

ମହାରାଷ୍ଟ୍ର ରାଜନୀତିରେ ବାବା ସିଦ୍ଦିକି ଜଣେ ବଡ ନାମ । ସେ ବାନ୍ଦ୍ରା ପଶ୍ଚିମରୁ ତିନିଥର ବିଧାୟକ ହୋଇଛନ୍ତି। ଏହା ବ୍ୟତୀତ ସେ ମହାରାଷ୍ଟ୍ରରେ ମଧ୍ୟ ମନ୍ତ୍ରୀ ଥିଲେ। ତାଙ୍କ ପୁଅ ଜିଶାନ ସିଦ୍ଦିକି ବର୍ତ୍ତମାନ ଜଣେ ବିଧାୟକ। ମୁସଲିମ ଭୋଟ ଉପରେ ବାବା ସିଦ୍ଦିକିଙ୍କର ଭଲ ସ୍ଥିତି ରହିଛି, ତେଣୁ ତାଙ୍କ ଆଗମନ ସହିତ ମୁସଲିମ ଭୋଟରମାନେ ଲୋକସଭା ନିର୍ବାଚନରେ ଏନସିପି ଆଡକୁ ଆସିପାରିବେ ବୋଲି ଚର୍ଚ୍ଚା ହେଉଛି।

The post କଂଗ୍ରେସଙ୍କୁ ବଡ଼ ଝଟକା: ହାତ ଛାଡି ଘଣ୍ଟା ଧରିଲେ ଏହି ନେତା.. appeared first on Dharitri Odia News.