ବାତ୍ୟା ଦାନାବେଳେ ଆସିଲା ଖୁସି ଖବର

ପାଟଣା,୨୫।୧୦(ବୀରକିଶୋର ଦାଶ): ସାମୁଦ୍ରିକ ଝଡ଼ ‘ଦାନା’ର ମୁକାବିଲା କରିବା ପାଇଁ କେନ୍ଦୁଝର ଜିଲା ପାଟଣା ବ୍ଲକ ପ୍ରଶାସନ ଗୁରୁବାର ସନ୍ଧ୍ୟା ସୁଦ୍ଧା କଚା ଘରେ ରହୁଥିବା ଏବଂ ଆସନ୍ନ ପ୍ରସବା ୪ ମହିଳାଙ୍କୁ ମିଶାଇ ମୋଟ ୩୯ ଜଣଙ୍କୁ ଅସ୍ଥାୟୀ ଆଶ୍ରୟ ସ୍ଥଳୀକୁ ଆଣି ସୁରକ୍ଷିତ ସ୍ଥାନରେ ରଖିଥିବାବେଳେ ୪ ଜଣ ଗର୍ଭବତୀଙ୍କୁ ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲା। ବାତ୍ୟା ଦାନା ଲ୍ୟାଣ୍ଡଫଲ କରୁଥିବା ଭିତରେ ପବନ ସୁ ସୁ ସହ ଝଡ ବର୍ଷା […] The post ବାତ୍ୟା ଦାନାବେଳେ ଆସିଲା ଖୁସି ଖବର appeared first on Dharitri Odia News.

ବାତ୍ୟା ଦାନାବେଳେ ଆସିଲା ଖୁସି ଖବର

ପାଟଣା,୨୫।୧୦(ବୀରକିଶୋର ଦାଶ): ସାମୁଦ୍ରିକ ଝଡ଼ ‘ଦାନା’ର ମୁକାବିଲା କରିବା ପାଇଁ କେନ୍ଦୁଝର ଜିଲା ପାଟଣା ବ୍ଲକ ପ୍ରଶାସନ ଗୁରୁବାର ସନ୍ଧ୍ୟା ସୁଦ୍ଧା କଚା ଘରେ ରହୁଥିବା ଏବଂ ଆସନ୍ନ ପ୍ରସବା ୪ ମହିଳାଙ୍କୁ ମିଶାଇ ମୋଟ ୩୯ ଜଣଙ୍କୁ ଅସ୍ଥାୟୀ ଆଶ୍ରୟ ସ୍ଥଳୀକୁ ଆଣି ସୁରକ୍ଷିତ ସ୍ଥାନରେ ରଖିଥିବାବେଳେ ୪ ଜଣ ଗର୍ଭବତୀଙ୍କୁ ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲା। ବାତ୍ୟା ଦାନା ଲ୍ୟାଣ୍ଡଫଲ କରୁଥିବା ଭିତରେ ପବନ ସୁ ସୁ ସହ ଝଡ ବର୍ଷା ଚାଲିଥିବା ଶୁକ୍ରବାର ଭୋରରୁ ଜଣେ ମହିଳା ତାଙ୍କ ଚତୁର୍ଥ ଗର୍ଭରୁ ପୁତ୍ର ସନ୍ତାନ ପ୍ରସବ କରିଛନ୍ତି। ମହିଳା ଜଣକ ପାଟଣା ବ୍ଲକ ଉପାନ୍ତ ଅଞ୍ଚଳ ଡୁମୁରୁଆ ପଂଚାୟତ ବାଇଦ ବଜା ଗ୍ରାମର ମାଣିକ ମୁଣ୍ଡାଙ୍କ ସ୍ତ୍ରୀ ମାଖି ମୁଣ୍ଡା। ଉଭୟ ପ୍ରସୂତି ଓ ଛୁଆ ଏବେ ସୁସ୍ଥ ହୋଇ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି।

ପ୍ରଶାସନ ସଠିକ ସମୟରେ ମାଖି ମୁଣ୍ଡାଙ୍କୁ ଡାକ୍ତରଖାନାରେ ଆଣି ଭର୍ତ୍ତି କରିଥିବାରୁ ମାଣିକ ପ୍ରଶାସନକୁ ଧନ୍ୟବାଦ ଜଣାଇଛନ୍ତି। ଅନ୍ୟ ୨ଜଣ ମହିଳା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଥିବା ବେଳେ ଜଣେ ମହିଳାଙ୍କ ସ୍ବାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତର କରାଯାଇଛି।

The post ବାତ୍ୟା ଦାନାବେଳେ ଆସିଲା ଖୁସି ଖବର appeared first on Dharitri Odia News.