ଅଲକାରାଜଙ୍କୁ ପ୍ରଥମ ଟାଇଟଲ୍
ପ୍ୟାରିସ୍,୧୦।୬: ସ୍ପେନ୍ର କାର୍ଲୋସ୍ ଅଲକାରାଜ ଗାର୍ଫିଆ କ୍ୟାରିୟରର ତୃତୀୟ ତଥା ପ୍ରଥମ ଫ୍ରେଞ୍ଚ ଓପନ ପୁରୁଷ ସିଙ୍ଗଲ୍ସ ଟାଇଟଲ୍ ବିଜୟୀ ହୋଇଛନ୍ତି। ରବିବାର ଫାଇନାଲର ୫ ସେଟ୍ ବିଶିଷ୍ଟ କଡା ସଂଘର୍ଷପୂଣ୍ଣ ମୁକାବିଲାରେ ଜର୍ମାନୀର ଆଲେକଜାଣ୍ଡର ଜେଭରେଭ୍ଙ୍କୁ ୬-୩, ୨-୬, ୫-୭, ୬-୧ ଓ ୬-୨ ସେଟରେ ପରାସ୍ତ କରିଥିଲେ। ସେହିପରି ଅନ୍ୟତମ ସ୍ପାନିଆର୍ଡ ତଥା କ୍ଲେ କୋର୍ଟର କିଙ୍ଗ ରାଫେଲ ନାଡାଲଙ୍କ ରେକର୍ଡ ଭାଙ୍ଗିଛନ୍ତି ଅଲକାରାଜ। ୨୧ ବର୍ଷୀୟ ଅଲକାରାଜ ସର୍ବକନିଷ୍ଠ ଖେଳାଳି ଭାବରେ ଫ୍ରେଞ୍ଚ […] The post ଅଲକାରାଜଙ୍କୁ ପ୍ରଥମ ଟାଇଟଲ୍ appeared first on Dharitri Odia News.
ପ୍ୟାରିସ୍,୧୦।୬: ସ୍ପେନ୍ର କାର୍ଲୋସ୍ ଅଲକାରାଜ ଗାର୍ଫିଆ କ୍ୟାରିୟରର ତୃତୀୟ ତଥା ପ୍ରଥମ ଫ୍ରେଞ୍ଚ ଓପନ ପୁରୁଷ ସିଙ୍ଗଲ୍ସ ଟାଇଟଲ୍ ବିଜୟୀ ହୋଇଛନ୍ତି। ରବିବାର ଫାଇନାଲର ୫ ସେଟ୍ ବିଶିଷ୍ଟ କଡା ସଂଘର୍ଷପୂଣ୍ଣ ମୁକାବିଲାରେ ଜର୍ମାନୀର ଆଲେକଜାଣ୍ଡର ଜେଭରେଭ୍ଙ୍କୁ ୬-୩, ୨-୬, ୫-୭, ୬-୧ ଓ ୬-୨ ସେଟରେ ପରାସ୍ତ କରିଥିଲେ। ସେହିପରି ଅନ୍ୟତମ ସ୍ପାନିଆର୍ଡ ତଥା କ୍ଲେ କୋର୍ଟର କିଙ୍ଗ ରାଫେଲ ନାଡାଲଙ୍କ ରେକର୍ଡ ଭାଙ୍ଗିଛନ୍ତି ଅଲକାରାଜ।
୨୧ ବର୍ଷୀୟ ଅଲକାରାଜ ସର୍ବକନିଷ୍ଠ ଖେଳାଳି ଭାବରେ ଫ୍ରେଞ୍ଚ ଓପନ ବିଜୟୀ ହୋଇଛନ୍ତି। ୨୨ ବର୍ଷ ୬ମାସରେ ନାଡାଲ ଫ୍ରେଞ୍ଚ ଓପନ ଜିତିଥିଲେ। ଫାଇନାଲ ମ୍ୟାଚ୍ଟି ସେମି ଫାଇନାଲର ଆକ୍ସନ ରିପ୍ଲେ ରହିଥିଲା। ଦୁଇ ସେଟ୍ ପଛୁଆ ରହି ମଧ୍ୟ ଚମତ୍କାର ପ୍ରତ୍ୟାବର୍ତ୍ତନ କରିଥିଲେ ଅଲକାରାଜ। ପ୍ରଥମ ସେଟ୍କୁ ଅଲକାରାଜ ଜିତି ନେଇଥିଲେ। ତେବେ ଲଢୁଆ ପ୍ରଦର୍ଶନ କରି ପରବର୍ତ୍ତୀ ଦୁଇ ସେଟ୍କୁ ଜିତି ନେଇଥିଲେ ଜେଭ୍ରେଭ୍। ମାତ୍ର ୨୧ ବର୍ଷୀୟ ଅଲକାରାଜ ଅନ୍ତିମ ଦୁଇ ସେଟରେ ଚମତ୍କାର ପ୍ରଦର୍ଶନ କରିବା ସହ ପ୍ରଥମ ଫ୍ରେଞ୍ଚ ଓପନ ବିଜୟୀ ହୋଇଥିଲେ।
ପୂର୍ବରୁ ଅଲକାରାଜ ୨୦୨୨ରେ ୟୁଏସ୍ ଓପନ ଓ ୨୦୨୩ରେ ଫ୍ରେଞ୍ଚ ଓପନ ବିଜୟୀ ହୋଇଥିଲେ। ଗ୍ରାଣ୍ଡ ସ୍ଲାମ୍ ଫାଇନାଲରେ ପ୍ରବେଶ କରିଥିବା ବେଳେ ଅଲକାରାଜ ନିଜ ଅପରାଜେୟ ରେକର୍ଡ ବଜାୟ ରଖିଛନ୍ତି। ୩ ଥର ଗ୍ରାଣ୍ଡସ୍ଲାମ ଫାଇନାଲରେ ପ୍ରବେଶ କରିଥିବା ବେଳେ ସମସ୍ତ ଥର ବିଜୟୀ ହୋଇଛନ୍ତି। ଅନ୍ୟ ପକ୍ଷରେ ଜେଭ୍ରେଭ ଦ୍ୱିତୀୟ ଥର ପାଇଁ କୌଣସି ଗ୍ରାଣ୍ଡସ୍ଲାମ ଫାଇନାଲରେ ପ୍ରବେଶ କରି ପରାଜିତ ହୋଇଛନ୍ତି। ୨୦୨୦ ୟୁଏସ୍ ଓପନ ଫାଇନାଲରେ ଡୋମିନିକ୍ ଥିମ୍ଙ୍କ ବିପକ୍ଷରେ ଦୁଇ ସେଟ୍ର ଅଗ୍ରଣୀ ହାସଲ କରି ପରାଜିତ ହୋଇଥିଲେ।
The post ଅଲକାରାଜଙ୍କୁ ପ୍ରଥମ ଟାଇଟଲ୍ appeared first on Dharitri Odia News.