ବିଜୁବାବୁଙ୍କୁ ଅସମ୍ମାନ ବିରୋଧରେ ଆଜି ସାରା ରାଜ୍ୟରେ BJDର ପ୍ରତିବାଦ
ନନ୍ଦିଘୋଷ ବ୍ୟୁରୋ: ପଞ୍ଚାୟତିରାଜ ଦିବସରେ ବରପୁତ୍ରଙ୍କୁ ଭୁଲିଗଲେ ରାଜ୍ୟ ସରକାର। ହୋଇଗଲେ ଦାୟିତ୍ବହୀନ। କ୍ୟାଲେଣ୍ଡରରେ ଛୁଟି ଘୋଷଣା କରି ସୁଦ୍ଧା... The post ବିଜୁବାବୁଙ୍କୁ ଅସମ୍ମାନ ବିରୋଧରେ ଆଜି ସାରା ରାଜ୍ୟରେ BJDର ପ୍ରତିବାଦ appeared first on .
ନନ୍ଦିଘୋଷ ବ୍ୟୁରୋ: ପଞ୍ଚାୟତିରାଜ ଦିବସରେ ବରପୁତ୍ରଙ୍କୁ ଭୁଲିଗଲେ ରାଜ୍ୟ ସରକାର। ହୋଇଗଲେ ଦାୟିତ୍ବହୀନ। କ୍ୟାଲେଣ୍ଡରରେ ଛୁଟି ଘୋଷଣା କରି ସୁଦ୍ଧା କଲେନାହିଁ ଛୁଟି ଘୋଷଣା। ଟଲମ୍ୟାନ ବିଜୁ ବାବୁଙ୍କ ପ୍ରତି ଅସମ୍ମାନ ବିରୋଧରେ ଆଜି ସାରା ରାଜ୍ୟରେ ବିଜୁ ଜନତା ଦଳର ଗର୍ଜନ। କୋଟି ଓଡ଼ିଆଙ୍କ ହୃଦୟର ନେତାଙ୍କ ପ୍ରତି ହୋଇଥିବା ଅନ୍ୟାୟର ପ୍ରତିବାଦରେ ଆନ୍ଦୋଳନ କରୁଛନ୍ତି ବିଜେଡି କର୍ମୀ ଓ ନେତା।
ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀରେ ପଞ୍ଚାୟତିରାଜ ଦିବସ ବାତିଲ ପ୍ରସଙ୍ଗ । ଏନେଇ ସାରା ରାଜ୍ୟରେ ପ୍ରତିବାଦ ଚାଲିଥିବା ବେଳେ ଯାଜପୁରରେ ମଧ୍ୟ ପ୍ରତିବାଦ ଆରମ୍ଭ ହୋଇଛି । ବିଜୁ ପ୍ରେମୀମାନେ ଏକାଠି ହୋଇ ବିକ୍ଷୋଭ କରୁଛନ୍ତି । ଯାଜପୁର ମୁନ୍ସିପାଲଟି ଓ ବ୍ଲକରେ ବିଜୁବାବୁଙ୍କ ପ୍ରତି ଘୋର୍ ଅସମ୍ମାନକୁ ପ୍ରତିବାଦ କରୁଛନ୍ତି ଯାଜପୁରବାସି । ସେପଟେ ଯାଜପୁର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଏଭଳି ବିଜେଡି ପକ୍ଷରୁ ପ୍ରତିବାଦ କରାଯାଇଛି ।
The post ବିଜୁବାବୁଙ୍କୁ ଅସମ୍ମାନ ବିରୋଧରେ ଆଜି ସାରା ରାଜ୍ୟରେ BJDର ପ୍ରତିବାଦ appeared first on .