ସୂର୍ଯ୍ୟମନ୍ଦିର ଚତୁଃପାର୍ଶ୍ୱରେ ପୋତିହୋଇ ରହିଛି ମୂର୍ତ୍ତି

କୋଣାର୍କ,୨୪ା୯(ଜ୍ୟୋତିରାଜ ମହାନ୍ତି): ବିଶ୍ବ ଐତିହ୍ୟ କୋଣାର୍କ ସୂର୍ଯ୍ୟମନ୍ଦିର ଚତୁଃପାର୍ଶ୍ୱରେ ବାଲି ତଳେ ବହୁ ପୁରାତନ ମୂର୍ତ୍ତି ପୋତି ହୋଇରହିଛି।  ଜାତୀୟ ଭୂ-ଭୌତିକୀୟ ଗବେଷଣା ସଂସ୍ଥା (ଏନ୍‌ଜିଆର୍‌ଆଇ) ଏବଂ ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା (ଏଏସ୍‌ଆଇ) ପକ୍ଷରୁ ମିଳିତ ଭାବେ ଗ୍ରାଉଣ୍ଡ ପେନେଟ୍ରେଟିଂ ରାଡାର (ଜିପିଆର୍‌) ସର୍ଭେରୁ ଏହା ଜଣାପଡ଼ିଛି। ଏଏସ୍‌ଆଇ ସୁପରିଣ୍ଟେଣ୍ଡେଣ୍ଟ ଡି.ବି. ଗଡ଼ନାୟକଙ୍କ ତତ୍ତ୍ୱାବଧାନରେ ମନ୍ଦିର ସମ୍ମୁଖସ୍ଥ ଶହେ ଫୁଟ ମାଟି ତଳ ପର୍ଯ୍ୟନ୍ତ ଜିପିଆର ସର୍ଭେ କରାଯାଇଛି। ପ୍ରାୟ ୫ଘଣ୍ଟାରୁ ଅଧିକ ସମୟ ଧରି […] The post ସୂର୍ଯ୍ୟମନ୍ଦିର ଚତୁଃପାର୍ଶ୍ୱରେ ପୋତିହୋଇ ରହିଛି ମୂର୍ତ୍ତି appeared first on Dharitri Odia News.

ସୂର୍ଯ୍ୟମନ୍ଦିର ଚତୁଃପାର୍ଶ୍ୱରେ ପୋତିହୋଇ ରହିଛି ମୂର୍ତ୍ତି

କୋଣାର୍କ,୨୪ା୯(ଜ୍ୟୋତିରାଜ ମହାନ୍ତି): ବିଶ୍ବ ଐତିହ୍ୟ କୋଣାର୍କ ସୂର୍ଯ୍ୟମନ୍ଦିର ଚତୁଃପାର୍ଶ୍ୱରେ ବାଲି ତଳେ ବହୁ ପୁରାତନ ମୂର୍ତ୍ତି ପୋତି ହୋଇରହିଛି।  ଜାତୀୟ ଭୂ-ଭୌତିକୀୟ ଗବେଷଣା ସଂସ୍ଥା (ଏନ୍‌ଜିଆର୍‌ଆଇ) ଏବଂ ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା (ଏଏସ୍‌ଆଇ) ପକ୍ଷରୁ ମିଳିତ ଭାବେ ଗ୍ରାଉଣ୍ଡ ପେନେଟ୍ରେଟିଂ ରାଡାର (ଜିପିଆର୍‌) ସର୍ଭେରୁ ଏହା ଜଣାପଡ଼ିଛି।

ଏଏସ୍‌ଆଇ ସୁପରିଣ୍ଟେଣ୍ଡେଣ୍ଟ ଡି.ବି. ଗଡ଼ନାୟକଙ୍କ ତତ୍ତ୍ୱାବଧାନରେ ମନ୍ଦିର ସମ୍ମୁଖସ୍ଥ ଶହେ ଫୁଟ ମାଟି ତଳ ପର୍ଯ୍ୟନ୍ତ ଜିପିଆର ସର୍ଭେ କରାଯାଇଛି। ପ୍ରାୟ ୫ଘଣ୍ଟାରୁ ଅଧିକ ସମୟ ଧରି ୧୫ ମିଟର ଭୂତଳକୁ ସ୍କାନିଂ କରାଯାଇଥିଲା। ଏହି ସମୟରେ ଦୁଇଟି ଜାଗାରେ ବାଲି ତଳେ ମୂର୍ତ୍ତି ରହିଥିବା ଜଣାପଡ଼ିଛି। ସେହି ସ୍ଥାନକୁ ସଫା କରାଯାଉଛି। ଏହା ଦୁଇଦିନ ଧରି ଚାଲିବ। ଏହାପରେ ମାଟି ଖୋଳାଯାଇ ମୂର୍ତ୍ତି ବାହାର କରାଯିବ ବୋଲି ସୂଚନା ମିଳିଛି। ବାଲି ତଳେ କେତେ ପୁରାତନ କାରୁକାର୍ଯ୍ୟ ଓ ମୂର୍ତ୍ତି ସବୁ ରହିଛି ତାହା ଏହି ଜିପିଆର୍‌ ସର୍ଭେରେ ଜଣାପଡ଼ିବ। ଏବେ ଦୁଇଟି ଜାଗାରେ ମୂର୍ତ୍ତି ରହିଥିବା ଚିହ୍ନଟ ହୋଇଛି। ଖୁବଶୀଘ୍ର ସେଗୁଡ଼ିକୁ କଢାଯିବ ବୋଲି ଗଡ଼ନାୟକ କହିଛନ୍ତି। ସର୍ଭେ ସମୟରେ ଭୂତତ୍ତ୍ୱବିତ୍‌ ମାନସ ରଞ୍ଜନ ସ୍ବାଇଁ, ଡେପୁଟି ସୁପରିଣ୍ଟେଣ୍ଡେଣ୍ଟ ଚିତ୍ତରଞ୍ଜନ ଦାଶ, ଏନ୍‌ଜିଆର୍‌ଆଇର ଏ.କେ. ପାଣ୍ଡେ ଏବଂ ବିଭାଗୀୟ ବରିଷ୍ଠ ପଦାଧିକାରୀ ଉପସ୍ଥିତ ଥିଲେ।

The post ସୂର୍ଯ୍ୟମନ୍ଦିର ଚତୁଃପାର୍ଶ୍ୱରେ ପୋତିହୋଇ ରହିଛି ମୂର୍ତ୍ତି appeared first on Dharitri Odia News.