ରିଲିଫ୍ ବଣ୍ଟନ ବେଳେ ଇସ୍ରାଏଲ ସେନାର ହମଲା, ଚାଲିଗଲା ୭୦ରୁ ଅଧିକ ପାଲେଷ୍ଟୀନିୟଙ୍କ ଜୀବନ

ନୂଆଦିଲ୍ଲୀ ୨୧।୦୭; ମାସ ମାସ ଧରି ଚାଲୁଥିବା ଯୁଦ୍ଧ ଗାଜାରେ ଧ୍ୱଂସ ଲୀଳା ରଚିଛି । ଅନେକ ଜୀବନ ନଷ୍ଟ ହେଲାଣି । ଖାଦ୍ୟ ପାଇଁ ବିକଳ ହେଉଛନ୍ତି ଛୋଟରୁ ବଡ ଯାଏଁ ଲୋକ। ରିଲିଫ୍ ସାମଗ୍ରୀକୁ ଅପେକ୍ଷା କରି ରହିଥିବା ବେଳେ ଇସ୍ରାଏଲ ହମଲାରେ ୭୦ରୁ ଅଧିକ ପାଲେଷ୍ଟୀନିୟଙ୍କର ମୃତ୍ୟୁ ହୋଇଛି ।କତରରେ ଇସ୍ରାଏଲ ଓ ହମାସ ମଧ୍ୟରେ ଚାଲିଥିବା ଅସ୍ତ୍ରବିରତି ଆଲୋଚନା ଭିତରେ ଗାଜାରେ ହିଂସା ଥମିବାର ନାମ ନେଉନାହିଁ । ରବିବାର ଉତ୍ତର ଗାଜାରେ ରିଲିଫ୍ ସାମଗ୍ରୀ ପାଇଁ ଅପେକ୍ଷା କରି ରହିଥିବା ୭୦ରୁ ଅଧିକ ପାଲେଷ୍ଟୀନିୟଙ୍କ ଉପରେ ଇସ୍ରାଏଲ ସେନାର ଗୁଳି ଚଳାଇଥିଲା । ଯାହା ଫଳରେ ମୃତକଙ୍କ ମଧ୍ୟରେ ଅନେକ ମହିଳା ଓ ଶିଶୁ ରହିଛନ୍ତି । ଏନେଇ ଗାଜା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏହି ଘଟଣାର ସୂଚନା ଦେଇଛନ୍ତି । ଇସ୍ରାଏଲୀ ସେନା କହିଛି ଯେ ବିପଦ ଆଶଙ୍କାରେ ଏହାର ସୈନିକମାନେ ଏକ ଚେତାବନୀ ସ୍ୱରୂପ ଗୁଳି ଚଳାଇଥିଲେ। ସେମାନେ ଦାବି କରିଛନ୍ତି ଯେ ରିଲିଫ ବୋହି ନେଉଥିବା ଟ୍ରକଗୁଡ଼ିକୁ ଟାର୍ଗେଟ କରାଯାଇ ନଥିଲା । ଏହା ସହ ମୃତ୍ୟୁ ସଂଖ୍ୟାକୁ ମଧ୍ୟ ବଢାଇକି କୁହାଯାଉଛି।କ୍ଷୁଧା ଆଶଙ୍କା ବୃଦ୍ଧି ସଂଯୁକ୍ତ ରାଷ୍ଟ୍ର ଏଜେନ୍ସିଂ ଡବ୍ଲ୍ୟୁଏଫପି କହିଛି ଯେ, ରିଲିଫ୍ ସାମଗ୍ରୀ ଧରି ସେମାନଙ୍କର ୨୫ ଟ୍ରକ ଗାଜାରେ ପ୍ରବେଶ କରିବା ମାତ୍ରେ ଲୋକଙ୍କ ଭିଡ଼ ଜମା ହୋଇଥିଲା। ଏହି ସମୟରେ ଗୁଳି ବର୍ଷା ହୋଇଥିଲା । ସେହି ସମୟରେ, ଗାଜାରେ ରହୁଥିବା ଲୋକମାନେ

ରିଲିଫ୍ ବଣ୍ଟନ ବେଳେ ଇସ୍ରାଏଲ ସେନାର ହମଲା, ଚାଲିଗଲା ୭୦ରୁ ଅଧିକ ପାଲେଷ୍ଟୀନିୟଙ୍କ ଜୀବନ

ନୂଆଦିଲ୍ଲୀ ୨୧।୦୭; ମାସ ମାସ ଧରି ଚାଲୁଥିବା ଯୁଦ୍ଧ ଗାଜାରେ ଧ୍ୱଂସ ଲୀଳା ରଚିଛି । ଅନେକ ଜୀବନ ନଷ୍ଟ ହେଲାଣି । ଖାଦ୍ୟ ପାଇଁ ବିକଳ ହେଉଛନ୍ତି ଛୋଟରୁ ବଡ ଯାଏଁ ଲୋକ। ରିଲିଫ୍ ସାମଗ୍ରୀକୁ ଅପେକ୍ଷା କରି ରହିଥିବା ବେଳେ ଇସ୍ରାଏଲ ହମଲାରେ ୭୦ରୁ ଅଧିକ ପାଲେଷ୍ଟୀନିୟଙ୍କର ମୃତ୍ୟୁ ହୋଇଛି ।

କତରରେ ଇସ୍ରାଏଲ ଓ ହମାସ ମଧ୍ୟରେ ଚାଲିଥିବା ଅସ୍ତ୍ରବିରତି ଆଲୋଚନା ଭିତରେ ଗାଜାରେ ହିଂସା ଥମିବାର ନାମ ନେଉନାହିଁ । ରବିବାର ଉତ୍ତର ଗାଜାରେ ରିଲିଫ୍ ସାମଗ୍ରୀ ପାଇଁ ଅପେକ୍ଷା କରି ରହିଥିବା ୭୦ରୁ ଅଧିକ ପାଲେଷ୍ଟୀନିୟଙ୍କ ଉପରେ ଇସ୍ରାଏଲ ସେନାର ଗୁଳି ଚଳାଇଥିଲା । ଯାହା ଫଳରେ ମୃତକଙ୍କ ମଧ୍ୟରେ ଅନେକ ମହିଳା ଓ ଶିଶୁ ରହିଛନ୍ତି । ଏନେଇ ଗାଜା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏହି ଘଟଣାର ସୂଚନା ଦେଇଛନ୍ତି । ଇସ୍ରାଏଲୀ ସେନା କହିଛି ଯେ ବିପଦ ଆଶଙ୍କାରେ ଏହାର ସୈନିକମାନେ ଏକ ଚେତାବନୀ ସ୍ୱରୂପ ଗୁଳି ଚଳାଇଥିଲେ। ସେମାନେ ଦାବି କରିଛନ୍ତି ଯେ ରିଲିଫ ବୋହି ନେଉଥିବା ଟ୍ରକଗୁଡ଼ିକୁ ଟାର୍ଗେଟ କରାଯାଇ ନଥିଲା । ଏହା ସହ ମୃତ୍ୟୁ ସଂଖ୍ୟାକୁ ମଧ୍ୟ ବଢାଇକି କୁହାଯାଉଛି।

କ୍ଷୁଧା ଆଶଙ୍କା ବୃଦ୍ଧି 

ସଂଯୁକ୍ତ ରାଷ୍ଟ୍ର ଏଜେନ୍ସିଂ ଡବ୍ଲ୍ୟୁଏଫପି କହିଛି ଯେ, ରିଲିଫ୍ ସାମଗ୍ରୀ ଧରି ସେମାନଙ୍କର ୨୫ ଟ୍ରକ ଗାଜାରେ ପ୍ରବେଶ କରିବା ମାତ୍ରେ ଲୋକଙ୍କ ଭିଡ଼ ଜମା ହୋଇଥିଲା। ଏହି ସମୟରେ ଗୁଳି ବର୍ଷା ହୋଇଥିଲା । ସେହି ସମୟରେ, ଗାଜାରେ ରହୁଥିବା ଲୋକମାନେ କହିଥିଲେ ଯେ, ବର୍ତ୍ତମାନ ଛୋଟ ଛୋଟ ଜିନିଷ ପାଇବା ଅସମ୍ଭବ ହୋଇଗଲାଣି । ନୋପ୍ ଲିଓ ଗାଜାରେ କ୍ୟାଥୋଲିକ ଚର୍ଚ୍ଚ ଉପରେ ଆକ୍ରମଣକୁ ନିନ୍ଦା କରିଛନ୍ତି। ସଂଯୁକ୍ତ ରାଷ୍ଟ୍ର ଏବଂ ଗାଜାର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଚେତାବନୀ ଦେଇଛନ୍ତି ଯେ, ଗାଜା ଅନାହାର ଦ୍ୱାରରେ ପହଞ୍ଚିଛି । ଏଯାବତ୍ ୭୧ ଜଣ ଶିଶୁ କୁପୋଷଣ ଯୋଗୁଁ ଜୀବନ ହାରିଲେଣି । ୬୦ ହଜାର ଶିଶୁ କୁପୋଷଣର ଲକ୍ଷଣରେ ପୀଡିତ ଅଛନ୍ତି । ଗତ ୨୪ ଘଣ୍ଟାରେ, ୧୯ ଜଣ ଲୋକ ଭୋକ ପାଇଁ ଆଖି ବୁଜିଛନ୍ତି । ଇସ୍ରାଏଲ୍ ସେନା ଗାଜାର ଦିର ଅଲ-ବାଲାହରେ ଲିଫଲେଟ୍ ପକାଇ ଲୋକଙ୍କୁ ଅଞ୍ଚଳ ଖାଲି କରିବାକୁ ଚେତାବନୀ ଦେଇଥିଲା ।

ଗଲାଣି ୫୮ ହଜାରରୁ ଅଧିକ ଜୀବନ

ଗାଜା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ଏହି ସଂଘର୍ଷରେ ଏପର୍ଯ୍ୟନ୍ତ ୫୮,୦୦୦ରୁ ଅଧିକ ପାଲେଷ୍ଟାଇନୀ ପ୍ରାଣ ହରାଇଛନ୍ତି।  ଲକ୍ଷ ଲକ୍ଷ ସାଧାରଣ ନାଗରିକ ବିସ୍ତାପିତ ହୋଇଛନ୍ତି । ଗାଜା ଏବେ ମାନବୀୟ ସଂଙ୍କଟର ସମ୍ମୁଖୀନ ହୋଇଛି ।