ମୌସୁମୀ ଅଧିବେଶନରେ ଚୀନ୍ ସହ ସମ୍ପର୍କର ହେଉ ବ୍ୟାପକ ଚର୍ଚ୍ଚା: କଂଗ୍ରେସ

ନୂଆଦିଲ୍ଲୀ ୪।୭: ଅପରେସନ ସିନ୍ଦୂର କାଳରେ ପାକିସ୍ତାନକୁ ଚୀନରୁ ରିୟଲ ଟାଇମ ସହାୟତା ମିଳିଥିବା ଜଣାପଡିବା ପରେ କଂଗ୍ରେସ ପ୍ରତିକ୍ରିୟା ପ୍ରକାଶ କରିଛି। ଚୀନ୍ ସହାୟତା ନେଇ ଉପ ସେନାମୁଖ୍ୟ ଲେଫ୍ଟନାଣ୍ଟ ଜେନେରାଲ ରାହୁଲ ଆର. ସିଂହଙ୍କ ବୟାନ ପରେ କଂଗ୍ରେସ ନେତା ଜୟରାମ ରମେସ ଚୀନ୍ ସହିତ ସମ୍ପର୍କ ଉପରେ ସମଗ୍ର ଭାବେ ଚର୍ଚ୍ଚା ପାଇଁ ଦାବି କରିଛନ୍ତି। କଂଗ୍ରେସ ନେତା କହିଛନ୍ତି ଯେ ବାସ୍ତବରେ ଆମେ ପାକିସ୍ତାନ ନୁହେଁ ଚୀନ୍ ସହିତ ଲଢୁଛେ। ରମେଶ କହିଛନ୍ତି ଯେ ପାକିସ୍ତାନ ବାୟୁ ସେନାକୁ ଚୀନ୍ ଏକ ଅଲଗା ସ୍ତରକୁ ନେଇସାରିଲାଣି। ଏଣୁ ଚୀନ୍ ତରଫରୁ ଆମକୁ ରଣନୈତିକ, ଆର୍ଥିକ ଓ କୂଟନୈତିକ ସ୍ତରରୁ ମିଳୁଥିବା ଆହ୍ୱାନକୁ ନେଇ ସଂସଦର ମୌସୁମୀ ଅଧିବେଶନରେ ବିସ୍ତୃତ ଚର୍ଚ୍ଚା ହେଉ ବୋଲି ଆମେ ଦାବି କରୁଥିବା ରମେଶ କହିଛନ୍ତି। ସେ କହିଛନ୍ତି ଯେ ଉପ ସେନାମୁଖ୍ୟ ସାର୍ବଜନିକ ରୂପେ ସେହି କଥା କହିଛନ୍ତି ଯାହା ଅପରେସନ ସିନ୍ଦୂର ସମାପ୍ତି ପରେ ସାଧାରଣ ଭାବେ ମନେ କରାଯାଉଥିଲା। ଅପରେସନ ସିନ୍ଦୂରର ଅଚାନକ ଅନ୍ତ ହୋଇଥିଲା। ଏହି କଥା ସେତିକି ଗୁରୁତ୍ୱପୂର୍ଣ୍ଣ ଯେତିକି ସିଙ୍ଗାପୁରରେ ଚିଫ ଅଫ ଡିଫେନ୍ସ ଷ୍ଟାଫ (ସିଡିଏସ) କହିଥିଲେ। ଏହି କାରଣରୁ କଂଗ୍ରେସ ପାର୍ଟି ଲଗାତାର ଚୀନ ପଟରୁ ସୃଷ୍ଟି କରାଯାଉଥିବା ରଣନୈତିକ, ଆର୍ଥିକ ଓ କୂଟନୈତିକ ଚ୍ୟାଲେଞ୍ଜ ଉପରେ ସଂସଦରେ ଚର୍ଚ୍ଚା ଦାବି କରୁଛି। #WATCH | Delhi: On Deputy Army Chief's

ମୌସୁମୀ ଅଧିବେଶନରେ ଚୀନ୍ ସହ ସମ୍ପର୍କର ହେଉ ବ୍ୟାପକ ଚର୍ଚ୍ଚା: କଂଗ୍ରେସ

ନୂଆଦିଲ୍ଲୀ ୪।୭: ଅପରେସନ ସିନ୍ଦୂର କାଳରେ ପାକିସ୍ତାନକୁ ଚୀନରୁ ରିୟଲ ଟାଇମ ସହାୟତା ମିଳିଥିବା ଜଣାପଡିବା ପରେ କଂଗ୍ରେସ ପ୍ରତିକ୍ରିୟା ପ୍ରକାଶ କରିଛି। ଚୀନ୍ ସହାୟତା ନେଇ ଉପ ସେନାମୁଖ୍ୟ ଲେଫ୍ଟନାଣ୍ଟ ଜେନେରାଲ ରାହୁଲ ଆର. ସିଂହଙ୍କ ବୟାନ ପରେ କଂଗ୍ରେସ ନେତା ଜୟରାମ ରମେସ ଚୀନ୍ ସହିତ ସମ୍ପର୍କ ଉପରେ ସମଗ୍ର ଭାବେ ଚର୍ଚ୍ଚା ପାଇଁ ଦାବି କରିଛନ୍ତି। କଂଗ୍ରେସ ନେତା କହିଛନ୍ତି ଯେ ବାସ୍ତବରେ ଆମେ ପାକିସ୍ତାନ ନୁହେଁ ଚୀନ୍ ସହିତ ଲଢୁଛେ। 

ରମେଶ କହିଛନ୍ତି ଯେ ପାକିସ୍ତାନ ବାୟୁ ସେନାକୁ ଚୀନ୍ ଏକ ଅଲଗା ସ୍ତରକୁ ନେଇସାରିଲାଣି। ଏଣୁ ଚୀନ୍ ତରଫରୁ ଆମକୁ ରଣନୈତିକ, ଆର୍ଥିକ ଓ କୂଟନୈତିକ ସ୍ତରରୁ ମିଳୁଥିବା ଆହ୍ୱାନକୁ ନେଇ ସଂସଦର ମୌସୁମୀ ଅଧିବେଶନରେ ବିସ୍ତୃତ ଚର୍ଚ୍ଚା ହେଉ ବୋଲି ଆମେ ଦାବି କରୁଥିବା ରମେଶ କହିଛନ୍ତି। ସେ କହିଛନ୍ତି ଯେ ଉପ ସେନାମୁଖ୍ୟ ସାର୍ବଜନିକ ରୂପେ ସେହି କଥା କହିଛନ୍ତି ଯାହା ଅପରେସନ ସିନ୍ଦୂର ସମାପ୍ତି ପରେ ସାଧାରଣ ଭାବେ ମନେ କରାଯାଉଥିଲା। ଅପରେସନ ସିନ୍ଦୂରର ଅଚାନକ ଅନ୍ତ ହୋଇଥିଲା। ଏହି କଥା ସେତିକି ଗୁରୁତ୍ୱପୂର୍ଣ୍ଣ ଯେତିକି ସିଙ୍ଗାପୁରରେ ଚିଫ ଅଫ ଡିଫେନ୍ସ ଷ୍ଟାଫ (ସିଡିଏସ) କହିଥିଲେ। ଏହି କାରଣରୁ କଂଗ୍ରେସ ପାର୍ଟି ଲଗାତାର ଚୀନ ପଟରୁ ସୃଷ୍ଟି କରାଯାଉଥିବା ରଣନୈତିକ, ଆର୍ଥିକ ଓ କୂଟନୈତିକ ଚ୍ୟାଲେଞ୍ଜ ଉପରେ ସଂସଦରେ ଚର୍ଚ୍ଚା ଦାବି କରୁଛି। 


ଚୀନ୍ ନା କେବଳ ପାକିସ୍ତାନ ବାୟୁ ସେନାକୁ ନିୟନ୍ତ୍ରଣ କରୁଛି ବରଂ ଏବେ ସେ ପାକିସ୍ତାନ ଓ ବାଂଲାଦେଶ ସହ ମିଶି ତ୍ରିପକ୍ଷୀୟ ବୈଠକ ମଧ୍ୟ କରୁଛି। ରମେଶ କହିଛନ୍ତି ଯେ ଏବେ ଯେତେବେଳେ ସଂସଦ ଅଧିବେଶନ ଜୁଲାଇ ୨୧ରୁ ଆରମ୍ଭ ହେଉଛି ଓ ଏହାକୁ ଅଧିକ ୪ ଦିନ ସମ୍ପ୍ରସାରଣ ମଧ୍ୟ  କରାଯାଇଛି।  ଏଣୁ ଆମେ ଆଶା କରୁଛୁ ଆମକୁ ଚୀନ ପଟରୁ ସୃଷ୍ଟି କରାଯାଉଥିବା ରାଜନୈତିକ, ରଣନୈତିକ, ଆର୍ଥିକ ଓ ଭୂ-ରାଜନୈତିକ ଆହ୍ୱାନ ଉପରେ ଆଲୋଚନା କରିବାକୁ ସମ୍ପୂର୍ଣ୍ଣ ସୁଯୋଗ ମିଳିବ। ଏଥି ସହ ଚୀନ୍ ଆହ୍ୱାନର ମୁକାବିଲା ନିମନ୍ତେ ଏକ ସାମୂହିକ ସଂକଳ୍ପ ମଧ୍ୟ ପ୍ରସ୍ତୁତ ହେଉ ହୋଲି ରମେଶ କହିଛନ୍ତି।  


କଂଗ୍ରେସ ସାଂସଦ କହିଛନ୍ତି ପାକିସ୍ତାନ ଏବେ ଏକ ଚ୍ୟାଲେଞ୍ଜ ଯାହାକୁ ଚୀନର ସମର୍ଥନ ରହିଛି। କେବଳ ଚୀନ୍‌ ନୁହେଁ ଆମେରିକା ବି ଆମ ପାଇଁ ଏକ ଚ୍ୟାଲେଞ୍ଜ। ହେଲେ ଏହା ଅଲଗା ଶ୍ରେଣୀରେ ଆସୁଛି। ଏଣୁ ଆମେ ଆମର ଏହି ଦାବି ଜାରି ରଖିବୁ ଓ ସଂସଦରେ ସିଡିଏସ୍ ଜେନେରାଲ ଚୌହାନ, ଇଣ୍ଡୋନେସିୟାରେ ରକ୍ଷା ଆଟାଚୀ ଓ ଆଜି ନୂଆଦିଲ୍ଲୀରେ ଜେନେରାଲ ରାହୁଲ ସିଂହ ଦେଇଥିବା ବୟାନ ଉପରେ ଚର୍ଚ୍ଚା ଦାବି କରିବୁ।