ସରକାର ବହୁତ କଥା ବିଚାର କରୁଛନ୍ତି ଆକ୍ସନ କାହିଁକି ନେଉନାହାନ୍ତି : ପ୍ରସନ୍ନ ଆଚାର୍ଯ୍ୟ

ଭୁବନେଶ୍ବର ୨୫।୧୨: ଚିଟ୍‌ଫଣ୍ଡ ପ୍ରସଙ୍ଗରେ ମନମୋହନ ସାମଲ ରଖିଥିବା ମନ୍ତବ୍ୟକୁ କଡ଼ା କାଉଣ୍ଟର କରିଛନ୍ତି ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ । ସେ କହିଛନ୍ତି, ଚିଟ୍‌ଫଣ୍ଡ କଥା ବିଚାର କରୁ କରୁ ସରକାର ସରିଯାଇଥିବ । ସରକାର ବହୁତ କଥା ବିଚାର କରୁଛନ୍ତି ଆକ୍ସନ କାହିଁକି ନେଉନାହାନ୍ତି । ସରକାର ଆଇନର ପ୍ରୟୋଗ କରନ୍ତୁ । କେବଳ ମାଇକ୍ ଲଗାଇ ଭାଷଣ ଦେଲେ ଡ୍ୟୁଟି ସରିଯାଏ ନାହିଁ । ପୂର୍ବ ସରକାର ଦାୟିତ୍ଵ କଥା କହି କେତେଦିନ ଫାଙ୍କା ମାରିବ । ସରକାର ଗଠନକୁ ୬ ମାସ ବିତି ଯାଇଛି । ବହୁ କଥା କଥାରେ ରହିଯାଇଛି ବୋଲି ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି । ଚିଟ୍‌ଫଣ୍ଡ ଟଙ୍କା ଫେରାଇବା ନେଇ ଚିନ୍ତା କରାଯାଉଛି ବୋଲି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ କହିଥିଲେ । ସେ କହିଥିଲେ, ଖୁବ୍‌ଶୀଘ୍ର ସେ ବାବଦରେ ନୀତିଗତ ନିଷ୍ପତ୍ତି ନିଆଯାଇ କାର୍ଯ୍ୟକ୍ରମକୁ ଆରମ୍ଭ କରି ସମ୍ପୂର୍ଣ୍ଣ କରାଯିବ । କମିଶନ ରିପୋର୍ଟ ସାର୍ବଜନୀନ କରାଯିବ କି ପ୍ରଶ୍ନରେ ମନମୋହନ ସୂଚନା ଦେଇଥିଲେ ଯେ, ସରକାର ତା ଉପରେ ଅନୁଧ୍ୟାନ କରୁଛନ୍ତି । ରିପୋର୍ଟ କେମିତି ଉପସ୍ଥାପନ କରାଯିବ ସରକାର ଚିନ୍ତା କରୁଛନ୍ତି । ଟଙ୍କା ଫେରାଇବା ପୂର୍ବ ସରକାରଙ୍କ ଦାୟିତ୍ଵ ଥିଲା କଲେ ନାହିଁ । ଏ ସରକାର ସେଥିପାଇଁ ସବୁ ପ୍ରକାର ବ୍ୟବସ୍ଥା କରିବ ବୋଲି ମନମୋହନ କହିଥିଲେ ।You Can Read:ଚିଟ୍‌ଫଣ୍ଡ ଟଙ୍କା ଫେରାଇବା ନେଇ ଚିନ୍ତା କରାଯାଉଛି, ଖୁବ୍‌ଶୀଘ୍ର ନୀତିଗତ ନିଷ

ସରକାର ବହୁତ କଥା ବିଚାର କରୁଛନ୍ତି ଆକ୍ସନ କାହିଁକି ନେଉନାହାନ୍ତି : ପ୍ରସନ୍ନ ଆଚାର୍ଯ୍ୟ

ଭୁବନେଶ୍ବର ୨୫।୧୨: ଚିଟ୍‌ଫଣ୍ଡ ପ୍ରସଙ୍ଗରେ ମନମୋହନ ସାମଲ ରଖିଥିବା ମନ୍ତବ୍ୟକୁ କଡ଼ା କାଉଣ୍ଟର କରିଛନ୍ତି ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ । ସେ କହିଛନ୍ତି, ଚିଟ୍‌ଫଣ୍ଡ କଥା ବିଚାର କରୁ କରୁ ସରକାର ସରିଯାଇଥିବ । ସରକାର ବହୁତ କଥା ବିଚାର କରୁଛନ୍ତି ଆକ୍ସନ କାହିଁକି ନେଉନାହାନ୍ତି । ସରକାର ଆଇନର ପ୍ରୟୋଗ କରନ୍ତୁ । କେବଳ ମାଇକ୍ ଲଗାଇ ଭାଷଣ ଦେଲେ ଡ୍ୟୁଟି ସରିଯାଏ ନାହିଁ । 

ପୂର୍ବ ସରକାର ଦାୟିତ୍ଵ କଥା କହି କେତେଦିନ ଫାଙ୍କା ମାରିବ । ସରକାର ଗଠନକୁ ୬ ମାସ ବିତି ଯାଇଛି । ବହୁ କଥା କଥାରେ ରହିଯାଇଛି ବୋଲି ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି । ଚିଟ୍‌ଫଣ୍ଡ ଟଙ୍କା ଫେରାଇବା ନେଇ ଚିନ୍ତା କରାଯାଉଛି ବୋଲି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ କହିଥିଲେ । ସେ କହିଥିଲେ, ଖୁବ୍‌ଶୀଘ୍ର ସେ ବାବଦରେ ନୀତିଗତ ନିଷ୍ପତ୍ତି ନିଆଯାଇ କାର୍ଯ୍ୟକ୍ରମକୁ ଆରମ୍ଭ କରି ସମ୍ପୂର୍ଣ୍ଣ କରାଯିବ । କମିଶନ ରିପୋର୍ଟ ସାର୍ବଜନୀନ କରାଯିବ କି ପ୍ରଶ୍ନରେ ମନମୋହନ ସୂଚନା ଦେଇଥିଲେ ଯେ, ସରକାର ତା ଉପରେ ଅନୁଧ୍ୟାନ କରୁଛନ୍ତି । ରିପୋର୍ଟ କେମିତି ଉପସ୍ଥାପନ କରାଯିବ ସରକାର ଚିନ୍ତା କରୁଛନ୍ତି । ଟଙ୍କା ଫେରାଇବା ପୂର୍ବ ସରକାରଙ୍କ ଦାୟିତ୍ଵ ଥିଲା କଲେ ନାହିଁ । ଏ ସରକାର ସେଥିପାଇଁ ସବୁ ପ୍ରକାର ବ୍ୟବସ୍ଥା କରିବ ବୋଲି ମନମୋହନ କହିଥିଲେ ।

You Can Read:

ଚିଟ୍‌ଫଣ୍ଡ ଟଙ୍କା ଫେରାଇବା ନେଇ ଚିନ୍ତା କରାଯାଉଛି, ଖୁବ୍‌ଶୀଘ୍ର ନୀତିଗତ ନିଷ୍ପତ୍ତି : ମନମୋହନ