ପିଏମ୍‌ ମୋଦି ଉଦଘାଟନ କରିବେ ଆଉ ୧୦ଟି ବନ୍ଦେ ଭାରତ ଏକ୍ସପ୍ରେସ

ଆସନ୍ତାକାଲି ଦେଶର ବିଭିନ୍ନ ରାଜ୍ୟକୁ ୧୦ଟି ବନ୍ଦେ ଭାରତ ଏକ୍ସପ୍ରେସ ଭେଟି ଦେବାକୁ ଯାଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେହି ଟ୍ରେନ୍‌ଗୁଡ଼ିକ ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ, ଓଡିଶା, ବିହାର, ଛତିଶଗଡ, ଝାଡଖଣ୍ଡ, କର୍ଣ୍ଣାଟକ, ତେଲେଙ୍ଗାନା, ଅନ୍ଧ୍ରପ୍ରଦେଶ ଏବଂ ମହାରାଷ୍ଟ୍ର ଦେଇ ଯାତ୍ରା କରିବ । ୧୦ଟି ବନ୍ଦେ ଭାରତ ଟ୍ରେନ୍‌ ମଧ୍ୟରୁ ୩ଟି ଟ୍ରେନ୍‌ ଓଡିଶାକୁ ମିଳିବାକୁ ଯାଉଛି । ଆସନ୍ତୁ ଜାଣିବା ଭାରତର କେଉଁ ସ୍ଥାନ ଦେଇ ଗତି କରିବ ଟ୍ରେନ୍‌ଗୁଡ଼ିକ:- ବାରାଣାସୀ-ଦେଓଘର ବନ୍ଦେ ଭାରତ […] The post ପିଏମ୍‌ ମୋଦି ଉଦଘାଟନ କରିବେ ଆଉ ୧୦ଟି ବନ୍ଦେ ଭାରତ ଏକ୍ସପ୍ରେସ appeared first on KNews Odisha.

ପିଏମ୍‌ ମୋଦି ଉଦଘାଟନ କରିବେ ଆଉ ୧୦ଟି ବନ୍ଦେ ଭାରତ ଏକ୍ସପ୍ରେସ
train

ଆସନ୍ତାକାଲି ଦେଶର ବିଭିନ୍ନ ରାଜ୍ୟକୁ ୧୦ଟି ବନ୍ଦେ ଭାରତ ଏକ୍ସପ୍ରେସ ଭେଟି ଦେବାକୁ ଯାଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେହି ଟ୍ରେନ୍‌ଗୁଡ଼ିକ ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ, ଓଡିଶା, ବିହାର, ଛତିଶଗଡ, ଝାଡଖଣ୍ଡ, କର୍ଣ୍ଣାଟକ, ତେଲେଙ୍ଗାନା, ଅନ୍ଧ୍ରପ୍ରଦେଶ ଏବଂ ମହାରାଷ୍ଟ୍ର ଦେଇ ଯାତ୍ରା କରିବ । ୧୦ଟି ବନ୍ଦେ ଭାରତ ଟ୍ରେନ୍‌ ମଧ୍ୟରୁ ୩ଟି ଟ୍ରେନ୍‌ ଓଡିଶାକୁ ମିଳିବାକୁ ଯାଉଛି ।
ଆସନ୍ତୁ ଜାଣିବା ଭାରତର କେଉଁ ସ୍ଥାନ ଦେଇ ଗତି କରିବ ଟ୍ରେନ୍‌ଗୁଡ଼ିକ:-

ବାରାଣାସୀ-ଦେଓଘର ବନ୍ଦେ ଭାରତ ଏକ୍ସପ୍ରେସ

ଏହି ଟ୍ରେନ୍‌ଟି ଝାଡଖଣ୍ଡ, ଦେଓଘର ଓ ବାରାଣାସୀ କ୍ୟାଣ୍ଟ ଷ୍ଟେସନ ମଧ୍ୟରେ ଚାଲିବ । ଟ୍ରେନ୍‌ ସକାଳେ ବାରାଣାସୀରୁ ଦେଓଘର ଅଭିମୁଖେ ଯାତ୍ରା କରିବ ଏବଂ ଅପରାହ୍ନ ୩ଟାରୁ ଦେଓଘର ଛାଡି ବାରାଣାସୀ କ୍ୟାଣ୍ଟ ଷ୍ଟେସନକୁ ଫେରିବ ।

ହାଓ୍ଵଡ଼ା-ଗୟା ବନ୍ଦେ ଭାରତ ଏକ୍ସପ୍ରେସ
ଏହି ଟ୍ରେନ୍‌ ଗୟା ଠାରୁ ଅପରାହ୍ନ ୨.୨୫ରେ ଛାଡ଼ି ରାତି ୮ଟା ସୁଦ୍ଧା ହାଓ୍ଵଡ଼ାରେ ପହଞ୍ଚିବ ଏବଂ ଏହା ପରଦିନ ସକାଳ ୬.୫୦ରେ ହାଓ୍ଵଡ଼ାରୁ ବାହାରି ରାତି ୧ ଟା ୨୦ରେ ଗୟା ଜଙ୍କସନରେ ପହଞ୍ଚିବାର ଯୋଜନା ରହିଛି । ଟ୍ରେନ୍‌ଟି କୋଡେର୍ମା, ପରାଶନାଥ, ଧାନବାଦ, ପ୍ରଧାନଖାନ୍ତା, ଆସାନସୋଲ, ଦୁର୍ଗାପୁର ଦେଇ ଗତି କରିବ ।

ଆଗ୍ରା କ୍ୟାଣ୍ଟ- ବାରାଣସୀ ବନ୍ଦେ ଭାରତ ଏକ୍ସପ୍ରେସ୍‌
ଏହି ବନ୍ଦେ ଭାରତ ଏକ୍ସପ୍ରେସ୍‌ ଟ୍ରେନ୍‌ ଟୁଁଡଲା ଜଙ୍କସନ୍‌, ଇଟାବା, କାନପୁର ସେଣ୍ଟ୍ରାଲ, ପ୍ରୟାଗରାଜ ଦେଇ ଯିବ । ସକାଳ ୬ରୁ ଆଗ୍ରା ଛାଡ଼ି ଅପରାହ୍ନ ୧ରେ ବାରାଣାସୀ ପହଞ୍ଚିବ । ଏହାପରେ ରାତି ୩ ରେ ଆଗ୍ରା ଅଭିମୁଖେ ଯାତ୍ରା କରିବ ।

ରାଉରକେଲା-ହାଓ୍ଵଡ଼ା ବନ୍ଦେ ଭାରତ ଏକ୍ସପ୍ରେସ
ଏହି ଟ୍ରେନ୍‌ ସକାଳ ୬ରୁ ହାଓ୍ଵଡ଼ା ଛାଡି ଖଡ଼ଗପୁର,ଟାଟାନଗର, ଚକ୍ରଧରପୁର ଦେଇ ରାଉରକେଲାରେ ୧୧.୫୦ ସୁଦ୍ଧା ପହଞ୍ଚିବ । ରାତି ୧.୪୦ ରେ ହାଓ୍ଵଡ଼ା ଅଭିମୁଖେ ବାହାରିବ ।

ପାଟନା-ଟାଟାନଗର ବନ୍ଦେ ଭାରତ ଏକ୍ସପ୍ରେସ
ଏହି ଟ୍ରେନ୍‌ଟି ସପ୍ତାହରେ ୬ ଦିନ ଚାଲିବାର ଯୋଜନା ରହିଛି । ସକାଳ ୬ଟା ରେ ଟାଟାନଗରରୁ ବାହାରି ୭ ଘଣ୍ଟା ପରେ ପାଟନାରେ ପହଞ୍ଚିବ । ଦିନ ୩ଟାରୁ ପାଟନାରୁ ଯାତ୍ରା ଆରମ୍ଭ କରି ରାତି ୧୧ଟାରେ ଟାଟାନଗରରେ ପହଞ୍ଚିବ ।

ହୁବଳି-ପୁନେ ବନ୍ଦେ ଭାରତ ଏକ୍ସପ୍ରେସ
ଏହି ଟ୍ରେନ୍‌ ସକାଳ ୫ ଟାରୁ ହୁବଳି ଛାଡି ଅପରାହ୍ନ ପ୍ରାୟ ୧.୩୦ ରେ ପୁନେରେ ପହଞ୍ଚିବ । ପହଞ୍ଚିବାର ଏକ ଘଣ୍ଟା ପରେ ହୁବଳି ଅଭିମୁଖେ ଫେରିବ ।

ହାଓ୍ଵଡ଼ା-ଭାଗଲପୁର ବନ୍ଦେ ଭାରତ ଏକ୍ସପ୍ରେସ
ଏହି ଟ୍ରେନ୍‌ଟି ମାତ୍ର ୬.୨୦ ମଧ୍ୟରେ ଦୁଇ ସହରକୁ ଯୋଡିବ । ଖୁବ୍‌ କମ୍‌ ସମୟର ବ୍ୟବଧାନରେ ଯାତ୍ରୀମାନଙ୍କୁ ତାଙ୍କ ଲକ୍ଷ୍ୟ ସ୍ଥଳରେ ପହଞ୍ଚାଇବ ।

ନାଗପୁୁର-ସିକନ୍ଦରାଵାଦ ବନ୍ଦେ ଭାରତ ଏକ୍ସପ୍ରେସ
ସକାଳ ୫ଟାରୁ ଏହି ଟ୍ରେନ୍‌ଟି ନାଗପୁରରୁ ସିକନ୍ଦରାବାଦ୍‌ ଅଭିମୁଖେ ଯାତ୍ରା ଆରମ୍ଭ କରିବ । ସେବାଗ୍ରାମ୍‌, ଚନ୍ଦ୍ରପୁର, ବାଲାରଶା, ରାମ୍‌କୁଣ୍ଡମ୍‌, କାଜିପେଟ ଦେଇ ଏହି ଟ୍ରେନ୍‌ ସିକନ୍ଦରାବାଦ ରେ ପହଞ୍ଚିବ । ଏହା ପରେ ଦିନ ଗୋଟେରୁ ସିକନ୍ଦରାବାଦ ଛାଡି ରାତି ୮.୩୦ରେ ନାଗପୁରରେ ପହଞ୍ଚିବ ।

ଦୁର୍ଗ-ବିଶାଖାପାଟନମ୍‌ ବନ୍ଦେ ଭାରତ ଏକ୍ସପ୍ରେସ
ଏହି ଟ୍ରେନ୍‌ ସକାଳ ୬ଟାରୁ ଦୁର୍ଗ ଛାଡି ଅପରାହ୍ନ ୨.୩୦ରେ ବିଶାଖାପାଟନମ୍‌ରେ ପହଞ୍ଚିବାର ଯୋଜନା ରହିଛି । ଏହା ସହ ଅପରାହ୍ନ ୩.୧୫ରେ ବିଶାଖାପାଟନମ୍‌ରୁ ବାହାରି ରାତି ପ୍ରାୟ ୧୧.୫୦ରେ ଦୁର୍ଗରେ ପହଞ୍ଚିବ ।

The post ପିଏମ୍‌ ମୋଦି ଉଦଘାଟନ କରିବେ ଆଉ ୧୦ଟି ବନ୍ଦେ ଭାରତ ଏକ୍ସପ୍ରେସ appeared first on KNews Odisha.