ଭୁଲ୍ରେ ବି ଘରେ ରଖନ୍ତୁ ନାହିଁ ଏସବୁ ଜିନିଷ; ମାଡ଼ିଆସିବ ବିପଦ, ଅଶାନ୍ତି …
ଜାଣତରେ ହେଉ ଅବା ଅଜାଣତରେ ଆମ ଘରେ ଏମିତି କିଛି ଜିନିଷ ରହିଯାଇଥାଏ; ଯାହା ଗୃହରେ ନକାରାତ୍ମକ ଶକ୍ତିକୁ ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ। ଫଳରେ ଘରକୁ ବିଭିନ୍ନ ବିପଦ ମାଡ଼ିଆସେ। ଯେମିତିକି : * ଭାଙ୍ଗିଯାଇଥିବା ବାସନକୁସନ, କାଚ ଅଥବା ଅନ୍ୟ କୌଣସି ଗୃହୋପକରଣ ଜିନିଷ। ଏସବୁ ଜିନିଷ ଯଦି ବେଶିଦିନ ଘରେ ରହିଯାଏ ତା’ହେଲେ ପରିବାର ସଦସ୍ୟଙ୍କ ମନ ଭିତରେ ଅଶାନ୍ତି, ନିରାଶାଭାବ ଆଦି ଦେଖାଯାଇଥାଏ। ତେଣୁ ଏସବୁ ଜିନିଷକୁ ତୁରନ୍ତ ମରାମତି କରିଦେବେ […] The post ଭୁଲ୍ରେ ବି ଘରେ ରଖନ୍ତୁ ନାହିଁ ଏସବୁ ଜିନିଷ; ମାଡ଼ିଆସିବ ବିପଦ, ଅଶାନ୍ତି … appeared first on Dharitri Odia News.
ଜାଣତରେ ହେଉ ଅବା ଅଜାଣତରେ ଆମ ଘରେ ଏମିତି କିଛି ଜିନିଷ ରହିଯାଇଥାଏ; ଯାହା ଗୃହରେ ନକାରାତ୍ମକ ଶକ୍ତିକୁ ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ। ଫଳରେ ଘରକୁ ବିଭିନ୍ନ ବିପଦ ମାଡ଼ିଆସେ। ଯେମିତିକି :
* ଭାଙ୍ଗିଯାଇଥିବା ବାସନକୁସନ, କାଚ ଅଥବା ଅନ୍ୟ କୌଣସି ଗୃହୋପକରଣ ଜିନିଷ। ଏସବୁ ଜିନିଷ ଯଦି ବେଶିଦିନ ଘରେ ରହିଯାଏ ତା’ହେଲେ ପରିବାର ସଦସ୍ୟଙ୍କ ମନ ଭିତରେ ଅଶାନ୍ତି, ନିରାଶାଭାବ ଆଦି ଦେଖାଯାଇଥାଏ। ତେଣୁ ଏସବୁ ଜିନିଷକୁ ତୁରନ୍ତ ମରାମତି କରିଦେବେ ନଚେତ୍ ବଦଳାଇଦେବା ଉଚିତ।
* ଘରେ ଭାଙ୍ଗିଯାଇଥିବା ଜାହାଜ, ଯୁଦ୍ଧ, କାନ୍ଦୁଥିବା ପିଲା, ସୂର୍ଯ୍ୟାସ୍ତର ଦୃଶ୍ୟ ଥିବା ପେଣ୍ଟିଂ ଲଗାଇବା ଆଦୌ ଠିକ୍ ନୁହେଁ। ସେହିପରି ବେଡ୍ରୁମ୍ରେ ଝରଣା, ଫାଉଣ୍ଟେନ୍, ସମୁଦ୍ର, ବର୍ଷା କିମ୍ବା ଆକ୍ୱାରିୟମ୍ର ପେଣ୍ଟିଂ ଅଥବା ଛବି ଲଗାଇବା ଶୁଭ ହୋଇ ନ ଥାଏ।
* ହାତୀଦାନ୍ତରେ ତିଆରି ମୂର୍ତ୍ତି, ବାଘଚମଡ଼ା କିମ୍ବା କୌଣସି ପଶୁର ଶିଙ୍ଗରେ ତିଆରି ଘରସଜ୍ଜା ଜିନିଷକୁ ବି ଘରେ ରଖିବା ଆଦୌ ଶୁଭଙ୍କର ନୁହେଁ।
* ସେହିପରି ଫୁଲଦାନିରେ ଶୁଖିଲା ଫୁଲକୁ ବି ବେଶିଦିନ ରଖିବା ଘର ପ୍ରତି ବିପଦକୁ ଡାକିଆଣିବା ସହ ପରିବାର ସଦସ୍ୟଙ୍କ ମନକୁ ଭାରାକ୍ରାନ୍ତ କରିଥାଏ ବୋଲି ବିଶ୍ୱାସ କରାଯାଏ।
The post ଭୁଲ୍ରେ ବି ଘରେ ରଖନ୍ତୁ ନାହିଁ ଏସବୁ ଜିନିଷ; ମାଡ଼ିଆସିବ ବିପଦ, ଅଶାନ୍ତି … appeared first on Dharitri Odia News.