EPFO ଜାରି କଲା ନୂଆ ଗାଇଡ୍ଲାଇନ୍, ଆଧାର ବିନା ଟଙ୍କା ଉଠାଇ ପାରିବେ…
ନୂଆଦିଲ୍ଲୀ,୩୦।୧୧: ଯଦିଓ ପିଏଫ୍ କ୍ଲେମ୍ ପାଇଁ ଆଧାର କାର୍ଡ ଆବଶ୍ୟକ, ହେଲେ ନିକଟରେ ଇପିଏଫ୍ଓ ଆଧାର ସହ ଜଡ଼ିତ ନୂଆ ନିୟମ ଆଣିଛି। ଏଥିରେ କିଛି ଲୋକ ଆଧାର ଲିଙ୍କ ନକଲେ ମଧ୍ୟ ପିଏଫ୍ ଟଙ୍କା ପାଇପାରିବେ। ଆସନ୍ତୁ ଜାଣିବା ଇପିଏଫ୍ଓର ନୂଆ ନିର୍ଦ୍ଦେଶାବଳୀ ଅନୁଯାୟୀ କେଉଁ ଲୋକମାନେ ଛାଡ଼ ପାଇବେ। ଇପିଏଫ୍ଓ ନିୟମ ମୁତାବକ, ଯଦି କୌଣସି କର୍ମଚାରୀ ତାଙ୍କର ପିଏଫ୍ କ୍ଲେମ୍ କରିବାକୁ ଚାହାନ୍ତି, ଅର୍ଥାତ ପିଏଫ୍ରୁ ଟଙ୍କା ଉଠାଇବାକୁ ଚାହାନ୍ତି। ତେବେ ତାଙ୍କର […] The post EPFO ଜାରି କଲା ନୂଆ ଗାଇଡ୍ଲାଇନ୍, ଆଧାର ବିନା ଟଙ୍କା ଉଠାଇ ପାରିବେ… appeared first on Dharitri Odia News.
ନୂଆଦିଲ୍ଲୀ,୩୦।୧୧: ଯଦିଓ ପିଏଫ୍ କ୍ଲେମ୍ ପାଇଁ ଆଧାର କାର୍ଡ ଆବଶ୍ୟକ, ହେଲେ ନିକଟରେ ଇପିଏଫ୍ଓ ଆଧାର ସହ ଜଡ଼ିତ ନୂଆ ନିୟମ ଆଣିଛି। ଏଥିରେ କିଛି ଲୋକ ଆଧାର ଲିଙ୍କ ନକଲେ ମଧ୍ୟ ପିଏଫ୍ ଟଙ୍କା ପାଇପାରିବେ। ଆସନ୍ତୁ ଜାଣିବା ଇପିଏଫ୍ଓର ନୂଆ ନିର୍ଦ୍ଦେଶାବଳୀ ଅନୁଯାୟୀ କେଉଁ ଲୋକମାନେ ଛାଡ଼ ପାଇବେ।
ଇପିଏଫ୍ଓ ନିୟମ ମୁତାବକ, ଯଦି କୌଣସି କର୍ମଚାରୀ ତାଙ୍କର ପିଏଫ୍ କ୍ଲେମ୍ କରିବାକୁ ଚାହାନ୍ତି, ଅର୍ଥାତ ପିଏଫ୍ରୁ ଟଙ୍କା ଉଠାଇବାକୁ ଚାହାନ୍ତି। ତେବେ ତାଙ୍କର ୟୁନିଭର୍ସାଲ ଆକାଉଣ୍ଟ ନମ୍ବର ଏବଂ ଆଧାର ନମ୍ବର ଲିଙ୍କ ହେବା ଆବଶ୍ୟକ। ହେଲେ ଇପିଏଫ୍ଓ ଏହି ନିୟମରେ କିଛି କର୍ମଚାରୀଙ୍କୁ ରିହାତି ପ୍ରଦାନ କରିଛି, ଯେଉଁମାନେ ଆଧାର ବିନା ପିଏଫ୍ରୁ ଟଙ୍କା ଉଠାଇପାରିବେ।
୧- ଏଭଳି କର୍ମଚାରୀ ଯେଉଁମାନେ ପିଏଫ୍ ସହ ଜଡ଼ିତ ସମସ୍ତ କାର୍ଯ୍ୟ ସମ୍ପୂର୍ଣ୍ଣ କରିଛନ୍ତି, ହେଲେ ବିଦେଶ ଯାଇଛନ୍ତି। ସେମାନେ ଛାଡ଼ ପାଇବେ।
୨-ଏହା ବ୍ୟତିତ ଯେଉଁମାନେ ଭାରତ ଛାଡ଼ି ବିଦେଶ ଯାଇଛନ୍ତି ଏବଂ ସେଠାର ନାଗରିକତା ଗ୍ରହଣ କରିଛନ୍ତି, ସେମାନଙ୍କୁ ମଧ୍ୟ ରିହାତି ଦିଆଯିବ। ସେମାନେ ମଧ୍ୟ ଆଧାର ବିନା କ୍ଲେମ୍ ସେଟଲମେଟ୍ କରିପାରିବେ।
ଇପିଏଫ୍ଓ କହିଛି ଯେ, ନେପାଳ ଏବଂ ଭୁଟାନର ଲୋକେ ଯଦି ଭାରତର କୌଣସି କମ୍ପାନୀରେ କାର୍ଯ୍ୟ କରୁଛନ୍ତି ଯେଉଁଠାରେ ଇପିଏଫ୍ ସୁବିଧା ଉପଲବ୍ଧ ଅଛି। ତେବେ ସେମାନେ ଆଧାର କାର୍ଡ ବିନା କ୍ଲେମ୍ କରିପାରିବେ। ହେଲେ ସେମାନଙ୍କୁ ଫାଇନାଲ୍ ରିଡମ୍ପସନ୍ ଲାଗି ନାଗରିକତ୍ୱ ପ୍ରମାଣପତ୍ର ଦେବାକୁ ହେବ। ଏହା ବିନା ସେ ପୂର୍ଣ୍ଣ ଟଙ୍କା ପାଇବେ ନାହିଁ।
The post EPFO ଜାରି କଲା ନୂଆ ଗାଇଡ୍ଲାଇନ୍, ଆଧାର ବିନା ଟଙ୍କା ଉଠାଇ ପାରିବେ… appeared first on Dharitri Odia News.