ଶ୍ରୀମନ୍ଦିରରେ ପଶିବାକୁ ଉଦ୍ୟମ କରୁଥିଲେ ବିଦେଶୀ ପର୍ଯ୍ୟଟକ, ଆଟକାଇବାରୁ ସୁରକ୍ଷାକର୍ମୀଙ୍କୁ କଲେ ଆକ୍ରମଣ

ପୁରୀ: ନିଶାସକ୍ତ ବିଦେଶୀ ପର୍ଯ୍ୟଟକ ଶ୍ରୀମନ୍ଦିରରେ ପଶିବାକୁ ଉଦ୍ୟମ । ମହାପ୍ରଭୁଙ୍କୁ ଦର୍ଶନ କରିବାକୁ ଯାଉଥିବା ବେଳେ ବେହରଣ ଦ୍ୱାର ନିକଟରେ ପୁଲିସ ବାଧା ଦେବାରୁ ସୁରକ୍ଷାକର୍ମୀଙ୍କୁ ଆକ୍ରମଣ କରିଛନ୍ତି ବିଦେଶୀ ପର୍ଯ୍ୟଟକ।  ସମ୍ପୃକ୍ତ ବିଦେଶୀ ପର୍ଯ୍ୟଟକଙ୍କୁ କାବୁ କରି ପୁଲିସର ଘଟଣାର ତଦନ୍ତ କରୁଛି। ଶ୍ରୀମନ୍ଦିର ଭିତରେ ପ୍ରବେଶ କରି ଥାନାରେ ଅଟକ ଥିବା ବିଦେଶୀ ନାଗରିକଙ୍କ ଉନ୍ମତ୍ତ କାଣ୍ଡ ଦେଖିବାକୁ ମିଳିଛି। ଥାନାର କାଚ ଭାଙ୍ଗି ବିଦେଶୀ ପର୍ଯ୍ୟଟକ ଆହତ ହୋଇଛନ୍ତି। ଚିକିତ୍ସା ପାଇଁ […]

ଶ୍ରୀମନ୍ଦିରରେ ପଶିବାକୁ ଉଦ୍ୟମ କରୁଥିଲେ ବିଦେଶୀ ପର୍ଯ୍ୟଟକ, ଆଟକାଇବାରୁ ସୁରକ୍ଷାକର୍ମୀଙ୍କୁ କଲେ ଆକ୍ରମଣ
Untitled 1 38

ପୁରୀ: ନିଶାସକ୍ତ ବିଦେଶୀ ପର୍ଯ୍ୟଟକ ଶ୍ରୀମନ୍ଦିରରେ ପଶିବାକୁ ଉଦ୍ୟମ । ମହାପ୍ରଭୁଙ୍କୁ ଦର୍ଶନ କରିବାକୁ ଯାଉଥିବା ବେଳେ ବେହରଣ ଦ୍ୱାର ନିକଟରେ ପୁଲିସ ବାଧା ଦେବାରୁ ସୁରକ୍ଷାକର୍ମୀଙ୍କୁ ଆକ୍ରମଣ କରିଛନ୍ତି ବିଦେଶୀ ପର୍ଯ୍ୟଟକ।  ସମ୍ପୃକ୍ତ ବିଦେଶୀ ପର୍ଯ୍ୟଟକଙ୍କୁ କାବୁ କରି ପୁଲିସର ଘଟଣାର ତଦନ୍ତ କରୁଛି। ଶ୍ରୀମନ୍ଦିର ଭିତରେ ପ୍ରବେଶ କରି ଥାନାରେ ଅଟକ ଥିବା ବିଦେଶୀ ନାଗରିକଙ୍କ ଉନ୍ମତ୍ତ କାଣ୍ଡ ଦେଖିବାକୁ ମିଳିଛି। ଥାନାର କାଚ ଭାଙ୍ଗି ବିଦେଶୀ ପର୍ଯ୍ୟଟକ ଆହତ ହୋଇଛନ୍ତି। ଚିକିତ୍ସା ପାଇଁ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଆହତ ବିଦେଶୀ ନାଗରିକ ଜଣକ ଥୋମାସ କ୍ରେଜ ସେଲଡନ। ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ଜଣାପଡ଼ିଛି।

ଖବର ଅନୁଯାୟୀ, ଉକ୍ତ  ବିଦେଶୀ ପର୍ଯ୍ୟଟକ ଜଣଙ୍କ ସ୍ୱର୍ଗଦ୍ୱାର ବେଳାଭୂମିରେ ନିଶା ସେବନ କରି ଉତ୍ପାତ କରିଥିଲେ। ସ୍ଥାନୀୟ ଲୋକଙ୍କ ଅଭିଯୋଗ କ୍ରମେ ସମୁଦ୍ର କୂଳ ଥାନା ତାଙ୍କୁ ଉଦ୍ଧାର କରି ଥାନାରେ ବସାଇଥିଲେ। ସେ ପୁରୀର ଏକ ଆଶ୍ରମର ବାସିନ୍ଦା। ତେବେ ଆଶ୍ରମରେ ଥିବା ତା ସମ୍ପର୍କୀୟ ଥାନାରେ ଅଣ୍ଡରଟେକିଂ ଲେଖାଇଥିଲେ।