ରଣାସିଂ ବୁଥ୍କୁ ଭୋଟ ଦେବାକୁ ଆସୁନାହାନ୍ତି ସୀମାନ୍ତ ଗ୍ରାମବାସୀ
ପଟାଙ୍ଗି,୧୩।୫(ସରୋଜ ଧଳ):ପ୍ରଥମ ପର୍ଯ୍ୟାୟର ନିର୍ବାଚନର ମତଦାନ ସାରା ରାଜ୍ୟରେ ଆରମ୍ଭ ହୋଇଯାଇଥିବାବେଳେ କୋରାପୁଟ ଜିଲା ପଟାଙ୍ଗି ବ୍ଲକ ଅନ୍ତର୍ଗତ କୋଟିଆ ପଞ୍ଚାୟତର ନେରେଡି ଓ୍ବାଲ୍ସା ଗ୍ରାମବାସୀ ସୀମାନ୍ତ ରଣାସିଂ ବୁଥ୍ରେ ନ ପହଞ୍ଚିବା ଅନେକ କିଛି ଦର୍ଶାଉଛି। ସୂଚନା ମୁତାବକ, ଉକ୍ତ ପଞ୍ଚାୟତର ନେରେଡି ଓ୍ବାଲ୍ସା ଗ୍ରାମବାସୀ ପ୍ରାୟ ୩୪ କିମି ଦୂରତାରେ ରହିଥିବା ନତିଜ ମତଦାନ କେନ୍ଦୟ ରଣାସିଂରେ ସକାଳ ୧୦.୨୮ ସୁଦ୍ଧା ପହଞ୍ଚି ଥିଲେ ମଧ୍ୟ ଉକ୍ତ ରଣାସିଂ ବୁଥ୍ରେ ରହିଥିବା ୫୮୭ ଭୋଟରଙ୍କ […] The post ରଣାସିଂ ବୁଥ୍କୁ ଭୋଟ ଦେବାକୁ ଆସୁନାହାନ୍ତି ସୀମାନ୍ତ ଗ୍ରାମବାସୀ appeared first on Dharitri Odia News.
ପଟାଙ୍ଗି,୧୩।୫(ସରୋଜ ଧଳ):ପ୍ରଥମ ପର୍ଯ୍ୟାୟର ନିର୍ବାଚନର ମତଦାନ ସାରା ରାଜ୍ୟରେ ଆରମ୍ଭ ହୋଇଯାଇଥିବାବେଳେ କୋରାପୁଟ ଜିଲା ପଟାଙ୍ଗି ବ୍ଲକ ଅନ୍ତର୍ଗତ କୋଟିଆ ପଞ୍ଚାୟତର ନେରେଡି ଓ୍ବାଲ୍ସା ଗ୍ରାମବାସୀ ସୀମାନ୍ତ ରଣାସିଂ ବୁଥ୍ରେ ନ ପହଞ୍ଚିବା ଅନେକ କିଛି ଦର୍ଶାଉଛି। ସୂଚନା ମୁତାବକ, ଉକ୍ତ ପଞ୍ଚାୟତର ନେରେଡି ଓ୍ବାଲ୍ସା ଗ୍ରାମବାସୀ ପ୍ରାୟ ୩୪ କିମି ଦୂରତାରେ ରହିଥିବା ନତିଜ ମତଦାନ କେନ୍ଦୟ ରଣାସିଂରେ ସକାଳ ୧୦.୨୮ ସୁଦ୍ଧା ପହଞ୍ଚି ଥିଲେ ମଧ୍ୟ ଉକ୍ତ ରଣାସିଂ ବୁଥ୍ରେ ରହିଥିବା ୫୮୭ ଭୋଟରଙ୍କ ମଧ୍ୟରୁ ୭୭ ମତଦାନ ପଡିଛି। ସେଥିମଧ୍ୟରୁ ଅନ୍ୟତମ ସୀମାନ୍ତ ଗ୍ରାମ ଆର୍ଜୁ ଓ୍ବାଲ୍ସା ମାତ୍ର ୮ଟି ଭୋଟ ପଡ଼ିଛି। ଅନ୍ୟପକ୍ଷରେ ପଟାଙ୍ଗି ପ୍ରଶାସନ ପକ୍ଷରୁ ସୀମାନ୍ତବର୍ତ୍ତୀ ଭୋଟରଙ୍କ ପାଇଁ ଖାଦ୍ୟ ବ୍ୟବସ୍ଥା ହୋଇଥିଲେ ମଧ୍ୟ, କୌଣସି ଭୋଟ ପହଞ୍ଚି ନ ଥିବା ଜଣାପଡିଛି।
The post ରଣାସିଂ ବୁଥ୍କୁ ଭୋଟ ଦେବାକୁ ଆସୁନାହାନ୍ତି ସୀମାନ୍ତ ଗ୍ରାମବାସୀ appeared first on Dharitri Odia News.