ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପାଇଁ କେଉଁମାନେ କରିପାରିବେ ଆବେଦନ: ଜାଣନ୍ତୁ କ’ଣ ରହିଛି ନିୟମ

ନୂଆଦିଲ୍ଲୀ,୨୯।୭: ଅନେକ ଯୋଜନା ଦେଶର ନାଗରିକଙ୍କ ପାଇଁ ଭାରତ ସରକାରଙ୍କ ଦ୍ୱାରା ପରିଚାଳିତ। ଦେଶର କୋଟି ଲୋକ ସରକାରୀ ଯୋଜନାର ଲାଭ ଉଠାନ୍ତି। ନିଜର ଏକ ଘର ରହିବା ସମସ୍ତଙ୍କ ଜୀବନରେ ଏକ ବଡ଼ ସ୍ବପ୍ନ। କିନ୍ତୁ ଅନେକ ଲୋକ ଘର କରିବା ପାଇଁ ପର୍ଯ୍ୟାପ୍ତ ପୁଞ୍ଜି ସଂଗ୍ରହ କରିବାରେ ଅସମର୍ଥ। ଏହିପରି ଲୋକଙ୍କ ପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଭାରତ ସରକାରଙ୍କ ଦ୍ୱାରା ପରିଚାଳିତ। ୨୦୧୫ରେ ଭାରତ ସରକାରଙ୍କ ଦ୍ୱାରା ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଆରମ୍ଭ […] The post ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପାଇଁ କେଉଁମାନେ କରିପାରିବେ ଆବେଦନ: ଜାଣନ୍ତୁ କ’ଣ ରହିଛି ନିୟମ appeared first on Dharitri Odia News.

ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପାଇଁ କେଉଁମାନେ କରିପାରିବେ ଆବେଦନ:  ଜାଣନ୍ତୁ କ’ଣ ରହିଛି ନିୟମ

ନୂଆଦିଲ୍ଲୀ,୨୯।୭: ଅନେକ ଯୋଜନା ଦେଶର ନାଗରିକଙ୍କ ପାଇଁ ଭାରତ ସରକାରଙ୍କ ଦ୍ୱାରା ପରିଚାଳିତ। ଦେଶର କୋଟି ଲୋକ ସରକାରୀ ଯୋଜନାର ଲାଭ ଉଠାନ୍ତି। ନିଜର ଏକ ଘର ରହିବା ସମସ୍ତଙ୍କ ଜୀବନରେ ଏକ ବଡ଼ ସ୍ବପ୍ନ। କିନ୍ତୁ ଅନେକ ଲୋକ ଘର କରିବା ପାଇଁ ପର୍ଯ୍ୟାପ୍ତ ପୁଞ୍ଜି ସଂଗ୍ରହ କରିବାରେ ଅସମର୍ଥ। ଏହିପରି ଲୋକଙ୍କ ପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଭାରତ ସରକାରଙ୍କ ଦ୍ୱାରା ପରିଚାଳିତ।
୨୦୧୫ରେ ଭାରତ ସରକାରଙ୍କ ଦ୍ୱାରା ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଆରମ୍ଭ ହୋଇଥିଲା। ଏହି ଯୋଜନା ଅଧୀନରେ ଲାଭ ପାଇବା ପାଇଁ କିଛି ଯୋଗ୍ୟତା ମାନଦଣ୍ଡ ସ୍ଥିର କରାଯାଇଛି। ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧୀନରେ ଲାଭ ପାଇବାକୁ ଆବେଦନକାରୀଙ୍କ ବାର୍ଷିକ ପାରିବାରିକ ଆୟ ୩ ଲକ୍ଷରୁ ଅଧିକ ହେବା ଉଚିତ ନୁହେଁ।
୩ ଲକ୍ଷରୁ କମ୍‌ ଆୟ ଥିବା ଲୋକମାନେ ଏହି ଯୋଜନାରେ ଲାଭ ପାଇପାରିବେ। ଯେଉଁମାନଙ୍କ ପାଖରେ ଚାଳ ଘର ଅଛି ସେମାନଙ୍କୁ ପକ୍କା ଘର ନିର୍ମାଣ ପାଇଁ ସରକାରଙ୍କ ତରଫରୁ ଆର୍ଥିକ ସହାୟତା ଦିଆଯିବ।
ଏହି ଯୋଜନାରେ ୨.୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସବସିଡି ସରକାର ଯୋଗାଇ ଦେଇଛନ୍ତି। ଏହି ଯୋଜନା ଅଧୀନରେ ପ୍ରାପ୍ତ ପ୍ରଥମ କିସ୍ତି ହେଉଛି ୫୦ ହଜାର ଟଙ୍କା, ଦ୍ୱିତୀୟ କିସ୍ତି ହେଉଛି ୧.୫ ଲକ୍ଷ ଏବଂ ଶେଷ ଅର୍ଥାତ୍‌ ତୃତୀୟ କିସ୍ତି ହେଉଛି ୫୦ ହଜାର ଟଙ୍କା।

The post ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପାଇଁ କେଉଁମାନେ କରିପାରିବେ ଆବେଦନ: ଜାଣନ୍ତୁ କ’ଣ ରହିଛି ନିୟମ appeared first on Dharitri Odia News.