‘ନିଶା ସେବନ ସମାଜ ପାଇଁ କ୍ଷତିକାରକ’
ନୂଆଦିଲ୍ଲୀ,୨୫ା୨: ନିଶା ସେବନ ସମାଜ ତଥା ଦେଶ ପାଇଁ କ୍ଷତିକାରକ ବୋଲି ପ୍ରଧାନମନ୍ତ୍ରୀ ମୋଦି ପ୍ରକାଶ କରିଛନ୍ତି। ପ୍ରଧାନମନ୍ତ୍ରୀ ରବିବାର ଯୁବପିଢ଼ିଙ୍କ ମଧ୍ୟରେ ଡ୍ରଗ୍ସ ଆଶଙ୍କା ବଢ଼ିବା ନେଇ ଉଦ୍ବେଗ ପ୍ରକାଶ କରିବା ସହ ନିଶା ସେବନ ସମାଜର ବ୍ୟାପକ କ୍ଷତି ଘଟାଉଛି ବୋଲି କହିଛନ୍ତି। ସେ କହିଛନ୍ତି, ଗାୟତ୍ରୀ ପରିବାରର କିଛି ବି ଆୟୋଜନ ଏତେ ପବିତ୍ର ଯେ, ଏଥିରେ ସାମିଲ ହେବା ବଡ଼ ଭାଗ୍ୟର କଥା। ଏହି ଅଭିଯାନ ଲକ୍ଷ ଲକ୍ଷ ଯୁବକଙ୍କୁ ନିଶା […] The post ‘ନିଶା ସେବନ ସମାଜ ପାଇଁ କ୍ଷତିକାରକ’ appeared first on Dharitri Odia News.
ନୂଆଦିଲ୍ଲୀ,୨୫ା୨: ନିଶା ସେବନ ସମାଜ ତଥା ଦେଶ ପାଇଁ କ୍ଷତିକାରକ ବୋଲି ପ୍ରଧାନମନ୍ତ୍ରୀ ମୋଦି ପ୍ରକାଶ କରିଛନ୍ତି। ପ୍ରଧାନମନ୍ତ୍ରୀ ରବିବାର ଯୁବପିଢ଼ିଙ୍କ ମଧ୍ୟରେ ଡ୍ରଗ୍ସ ଆଶଙ୍କା ବଢ଼ିବା ନେଇ ଉଦ୍ବେଗ ପ୍ରକାଶ କରିବା ସହ ନିଶା ସେବନ ସମାଜର ବ୍ୟାପକ କ୍ଷତି ଘଟାଉଛି ବୋଲି କହିଛନ୍ତି। ସେ କହିଛନ୍ତି, ଗାୟତ୍ରୀ ପରିବାରର କିଛି ବି ଆୟୋଜନ ଏତେ ପବିତ୍ର ଯେ, ଏଥିରେ ସାମିଲ ହେବା ବଡ଼ ଭାଗ୍ୟର କଥା। ଏହି ଅଭିଯାନ ଲକ୍ଷ ଲକ୍ଷ ଯୁବକଙ୍କୁ ନିଶା ସେବନରୁ ମୁକ୍ତ କରିବ। ଯୁବକମାନେ ଆମର ଭବିଷ୍ୟତ।
ଭିଡ଼ିଓ କନଫରେନ୍ସିଂ ଜରିଆରେ ବିଶ୍ୱ ଗାୟତ୍ରୀ ପରିବାର ଦ୍ୱାରା ଆୟୋଜିତ ଅଶ୍ୱମେଧ ଯଜ୍ଞରେ ପ୍ରଧାନମନ୍ତ୍ରୀ ମୋଦି ଅଂଶଗ୍ରହଣ କରିଥିଲେ। ଏହି ସମୟରେ ପ୍ରଧାନମନ୍ତ୍ରୀ ଡ୍ରଗ୍ସ ବିପଦକୁ ନେଇ ଉଦ୍ବେଗ ପ୍ରକାଶ କରିଥିଲେ। ସେ କହିଛନ୍ତି, ମୁଁ ଗାୟତ୍ରୀ ପରିବାର ସହ ଯୋଗ ଦେଇ ନିଜକୁ ଭାଗ୍ୟବାନ ବୋଲି ମଣୁଛି।
The post ‘ନିଶା ସେବନ ସମାଜ ପାଇଁ କ୍ଷତିକାରକ’ appeared first on Dharitri Odia News.